ETV Bharat / entertainment

ଲେଡି ସିଙ୍ଘମଙ୍କୁ ମିଳିଲା ନିଆରା ଉପହାର, ଫ୍ୟାନ୍ସ କହିଲେ ଦୀପିକାଙ୍କ ହେବ ବେବି ଗାର୍ଲ - Deepika Padukone

author img

By ETV Bharat Odisha Team

Published : May 1, 2024, 5:29 PM IST

ଲେଡି ସିଙ୍ଘମଙ୍କୁ ମିଳିଲା ନିଆରା ଉପହାର, ଫ୍ୟାନ୍ସ କହିଲେ, ଦୀପିକାଙ୍କ ହେବ ବେବି ଗାର୍ଲ
ଲେଡି ସିଙ୍ଘମଙ୍କୁ ମିଳିଲା ନିଆରା ଉପହାର, ଫ୍ୟାନ୍ସ କହିଲେ, ଦୀପିକାଙ୍କ ହେବ ବେବି ଗାର୍ଲ

Deepika Padukone: ଦୀପିକା ପାଦୁକୋନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ଏବଂ ପ୍ରେଗନ୍ସି ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀଙ୍କୁ ଏକ ନିଆରା ଉପହାର ମିଳିଛି । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି ।

ହାଇଦ୍ରାବାଦ: ଖୁବଶୀଘ୍ର ମାଆ ହେବେ ଦୀପିକା ପାଦୁକୋନ । ସେପ୍ଟେମ୍ୱରରେ ଅଭିନେତ୍ରୀଙ୍କ ଘରକୁ ଆସିବ ନୂଆ ଅତିଥି । ନିକଟରେ ଦୀପିକା ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିବା ବେଳେ ବର୍ତ୍ତମାନ ନିଜ ପ୍ରେଗନ୍ସି ସମୟକୁ ଉପଭୋଗ କରୁଛନ୍ତି । ଏହି ସମୟରେ ତାଙ୍କୁ ଏକ ନିଆରା ଉପହାର ମିଳିଛି । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରି ଝଲକ ଦେଖାଇଛନ୍ତି ।

ଅଭିନେତ୍ରୀଙ୍କୁ ଏକ ପୁଷ୍ପଗୁଚ୍ଛ ଉପହାର ମିଳିଛି । ଯାହାର ଫଟୋ ଦୀପିକା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୁଷ୍ପଗୁଚ୍ଛ ସହ ଏକ ନୋଟ ମଧ୍ୟ ରହିଛି । ଏହି ନୋଟରେ ଲେଖାଅଛି, ଆମର ହିରୋ ଲେଡି ସିଙ୍ଘମ ପାଇଁ । ଦୀପିକାଙ୍କୁ ଏହି ଉପହାର କିଏ ଦେଇଛନ୍ତି, ସେ ତାଙ୍କ ନାଁ ପ୍ରକାଶ କରିନାହାନ୍ତି । ସେପଟେ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ଏବଂ ଅନେକ ଦୀପିକାଙ୍କୁ ସନ୍ତାନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ମୋତେ ଲାଗୁଛି ଦୀପିକାଙ୍କ କନ୍ୟା ସନ୍ତାନ ହେବ । ଆଉ ଜଣେ ଲେଖିଛନ୍ତି, ଇଏ ହିଁ ଲେଡି ସିଙ୍ଘମ । ଅନ୍ୟ ଜଣେ ଲେଖିଛନ୍ତି, ୨୦୨୪ରେ ସବୁଠାରୁ ଅଧିକ ରୋଜଗାର କରିବା ଫିଲ୍ମ ହେବ ସିଙ୍ଘମ ଏଗେନ ।

ସୂଚନା ଥାଉ କି, କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦୀପିକା ପାଦୁକୋନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ରୋହିତ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ'ରୁ ଦୀପିକାଙ୍କ ଲେଡି ସିଙ୍ଘମ ଲୁକ୍ ରିଲିଜ୍ କରିଥିଲେ । ରୋହିତ କ୍ୟାପସନରେ ଲେଖିଥିଲେ, "ମୋର ହିରୋ... ରିଲ ଏବଂ ରିୟଲ ଲାଇଫରେ ମଧ୍ୟ... ଲେଡି ସିଙ୍ଘମ ।"

ସିଙ୍ଘମ୍ ଏଗେନ କେବେ ରିଲିଜ ହେବ?

ସିଙ୍ଘମ ଏଗେନ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ, ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ । 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ସେପଟେ ଏହି ଫିଲ୍ମର ରିଲିଜ ଦିନ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା-୨ ମଧ୍ୟ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପା ମଧ୍ୟରେ ବି କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି । ଏଥିସହ ଦୀପିକା 'କଲ୍କି ୨୮୯୮AD'ରେ ମଧ୍ୟ ନଜର ଆସିବେ । ଯାହା ଚଳିତ ଜୁନ ମାସରେ ରିଲିଜ ହେବ । ଏଥିରେ ସେ ସାଉଥ ଷ୍ଟାର ପ୍ରଭାସଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.