ETV Bharat / entertainment

ପ୍ରଥମ ବିବାହ ବାର୍ଷିକୀ ପାଳିଲେ ସିଡ-କିଆରା, ପରସ୍ପରକୁ ଏମିତି ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Feb 7, 2024, 5:03 PM IST

Sid-Kiara 1st Wedding Anniversary: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଆଜି ନିଜର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଅବସରରେ ଦମ୍ପତି ନିଜର ଏକ ସୁନ୍ଦର ଫଟୋ ସେୟାର କରି ପରସ୍ପରକୁ ଶୁଭକାମନା ଜଣାଇଛନ୍ତି ।

ପ୍ରଥମ ବିବାହ ବାର୍ଷିକୀ ପାଳିଲେ ସିଡ-କିଆରା, ପରସ୍ପରକୁ ଏମିତି ଜଣାଇଲେ ଶୁଭେଚ୍ଛା
ପ୍ରଥମ ବିବାହ ବାର୍ଷିକୀ ପାଳିଲେ ସିଡ-କିଆରା, ପରସ୍ପରକୁ ଏମିତି ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ବି-ଟାଉନର ଟପ୍ ଷ୍ଟାର ଦମ୍ପତିଙ୍କ ମଧ୍ୟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଯୋଡ଼ି ବେଶ ଲୋକପ୍ରିୟ ଯୋଡ଼ି ଅଟେ । ଏହି ଦମ୍ପତି ଗତବର୍ଷ ଧୁମଧାମରେ ବିବାହ କରିଥିବାବେଳେ ଆଜି ଏମାନଙ୍କ ବିବାହକୁ ବର୍ଷେ ପୂରିଛି । ଏହି ଅବସରରେ ଦମ୍ପତି ନିଜର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ପରସ୍ପରକୁ ଶୁଭକାମନା ଜଣାଇଛନ୍ତି ।

ସିଦ୍ଧାର୍ଥ ଏବଂ କିଆରା ନିଜ ଇନଷ୍ଟାଗ୍ରାମରେ ନିଜର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସିଦ୍ଧାର୍ଥ ଏବଂ କିଆରା ଭିନ୍ନ ଭିନ୍ନ ଘୋଡ଼ାରେ ବସିଥିବାର ନଜର ଆସିଛନ୍ତି । ଏଥିସହ ଏହି ଦମ୍ପତି ସୂର୍ଯ୍ୟାସ୍ତର ଦୃଶ୍ୟକୁ ମଧ୍ୟ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଏହା କୌଣସି ଯାତ୍ରା କିମ୍ବା ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏକ ଏମିତି ସାଥ୍, ଯାହା ସବୁବେଳେ ଦରକାର ହୋଇଥାଏ । ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତରେ ସାଥୀରେ ରହିବା ନେଇ ଧନ୍ୟବାଦ । ପ୍ରଥମ ବିବାହ ବାର୍ଷିକୀର ଶୁଭେଚ୍ଛା ମୋ ଲଭ୍ ।' ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଉଭୟଙ୍କୁ ବିବାହ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି ।

କହିରଖୁଛୁ କି, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫେବୃୟାରୀ ୭, ୨୦୨୩ରେ ନିଜ ବୟଫ୍ରେଣ୍ଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ କରିଥିଲେ । ସିଡ-କିଆରାଙ୍କ ବିବାହ ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସରେ ପରିବାର ସଦସ୍ୟ, ସାଙ୍ଗସାଥୀଙ୍କ ଉପସ୍ଥିତିରେ ହୋଇଥିଲା । ପରେ ମୁମ୍ବାଇ ଓ ଦିଲ୍ଲୀରେ ଉଭୟ ବଡ଼ ରିସେପସନର ଆୟୋଜନ କରିଥିଲେ । ଏହି ଲୋକପ୍ରିୟ ଯୋଡ଼ି ଏକ ବ୍ୟକ୍ତିଗତ ଭାବେ ବିବାହ କରିବାକୁ ଚାହୁଁଥିବାରୁ 'ନୋ ମୋବାଇଲ ଫୋନ ପଲିସି'ର ମଧ୍ୟ ଘୋଷଣା କରିଥିଲେ । ଯାହାଦ୍ବାରା ତାଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହେବ ନାହିଁ । ବିବାହ ପରେ ଉଭୟ ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା

ସିଦ୍ଧାର୍ଥଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଓଟିଟିରେ ରିଲିଜ ହୋଇଥିବା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ସିଦ୍ଧାର୍ଥ ନଜର ଆସିଛନ୍ତି । ଯାହା ଆମାଜନରେ ଜାନୁଆରୀ ୧୯ରେ ମୁକ୍ତିଲାଭ କରିଛି । ଏହା ସହିତ ସେ ଆକ୍ସନ୍-ଥ୍ରୀଲର ଫିଲ୍ମ ଯୋଦ୍ଧାରେ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ୧୫ ମାର୍ଚ୍ଚରେ ସିନେମା ହଲରେ ରିଲିଜ ହେବ । ସେପଟେ କିଆରାଙ୍କ କଥା କହିବାକୁ ଗଲେ, ଖୁବ ଶୀଘ୍ର 'ଗେମଚେଞ୍ଜର'ରେ ନଜର ଆସିବେ। ଏହି ଫିଲ୍ମରେ ସେ ରାମ ଚରଣଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.