ETV Bharat / entertainment

ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା

author img

By ETV Bharat Odisha Team

Published : Dec 7, 2023, 2:05 PM IST

ଏଥର କିଆରା ଆଡଭାନୀ କରଣ ଜୋହରଙ୍କ ଚାଟ୍ ଶୋ' କଫି ୱିଥ୍ କରଣରେ ନଜର ଆସିଛନ୍ତି । ଏହି ସମୟରେ ସେ ନିଜ ବିବାହ ନେଇ ଅନେକ ଖୁଲାସା କରିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ରୋମରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଅଧିକ ପଢନ୍ତୁ

ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା
ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା

ହାଇଦ୍ରାବାଦ: ବଲିଉଡର ସୁନ୍ଦର ଦମ୍ପତିଙ୍କ ମଧ୍ୟରେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅନ୍ୟତମ । ଶେରଶାହା ଫିଲ୍ମର ସେଟରୁ ଆରମ୍ଭ ହୋଇଥିବା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଲଭଷ୍ଟୋରୀ ବିବାହରେ ପହଞ୍ଚିଥିଲା । ଉଭୟ ବର୍ତ୍ତମାନ ପରସ୍ପର ସହ ବେଶ ଖିସିର୍ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କିଆରା ନିଜ ବିବାହ ନେଇ ଅନେକ ଖୁଲାସା କରିଛନ୍ତି ।

କିଆରା ଆଡଭାନୀ କରଣ ଜୋହରଙ୍କ ଚାଟ୍ ଶୋ' କଫି ୱିଥ କରଣରେ ନଜର ଆସିଛନ୍ତି । ଏହି ସମୟରେ ସେ ନିଜ ବ୍ୟକ୍ତିଗକତ ଜୀବନୀ ବିଷୟରେ କଥାବାର୍ତ୍ତା କରିଛନ୍ତି । ସିଦ୍ଧାର୍ଥ ମାଲହୋତ୍ରା ତାଙ୍କୁ କିପରି ଏବଂ କେଉଁଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ କିଆରା ଆଡଭାନୀ ତାହା ପ୍ରକାଶ କରିଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ପ୍ୟାମିଲି ଟ୍ରିପ୍ ସମୟରେ ସିଦ୍ଧାର୍ଥ ତାଙ୍କୁ ରୋମରେ ସର୍‌ପ୍ରାଇଜ୍‌ ଦେଇଥିଲେ । ଏବଂ ଏହି ସମୟରେ ଅଭିନେତା ତାଙ୍କ ଭଣଜାଙ୍କୁ ଏହି ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାକୁ ମଧ୍ୟ କହିଥିଲେ ।

କିଆରା ଆଡଭାନୀ କହିଛନ୍ତି, ଏହି ଟ୍ରିପ୍ ଆମର ପ୍ରଥମ ଥିଲା । ସେ ଆମକୁ ଏକ ମିସେଲିନ୍ ଷ୍ଟାର୍ ରେଷ୍ଟୁରାଣ୍ଟକୁ ନେଇଗଲେ ଏବଂ ତାଙ୍କ ଭଣଜା ଆମ ସହିତ ଥିଲେ । ମୋତେ ବହୁତ ନିଦ ଆସୁଥିଲା । କାରଣ ମୁଁ ସେଠାରେ କିଛି ସମୟ ପୂର୍ବରୁ ପହଞ୍ଚିଥିଲି । ଏବଂ ସେମାନଙ୍କ ସହ ଯୋଗ ଦେଇଥିଲି, ମୁଁ ବହୁତ ଥକି ଯାଇଥିଲି । ସେମାନେ ସବୁକିଛି ଯୋଜନା କରି ରଖିଥିଲେ । ସେ ଏକ କ୍ୟାଣ୍ଡେଲ୍‌ ନାଇଟ ଡିନର ଯୋଜନା କରିଥିଲେ । ଏହା ପରେ ସେ ମୋତେ ବୁଲିବାକୁ ନେଇଗଲେ, ଯେଉଁଠାରେ ହଠାତ୍ ଜଣେ ଆସି ଏକ ଗୀତ ବଜାଇବାକୁ ଲାଗିଲେ । ଯେତେବେଳେ ସିଦ୍ଧାର୍ଥଙ୍କ ଭଣଜା ଲୁଚି କରି ଆମର ଭିଡିଓ କରୁଥିଲେ । ସିଡ୍ ଆଣ୍ଠୁମାଡି ବସି ମୋତେ ପ୍ରପୋଜ କରିଥିଲେ । ମୁଁ ବହୁତ ଖୁସି ଥିଲି ତା’ପରେ ସେ ଶେରଶାହାଙ୍କ ଲାଇନ କହିଥିଲେ, ମୁଁ ଦିଲ୍ଲୀର ଜଣେ ସରଳ ବାଳକ । ପୁରା ଡାଇଲଗ୍‌ କହିବା ଭିତରେ ମୁଁ ହସିବାକୁ ଲାଗିଲି ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନ ପାଳିବାକୁ ସ୍ବାମୀଙ୍କ ସହ ଛୁଟିରେ ଗଲେ କିଆରା, ସେୟାର କଲେ କ୍ୟୁଟ ଫଟୋ

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଚଳିତ ବର୍ଷ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେମାନଙ୍କ ବିବାହ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ସମ୍ପର୍କ ଏବଂ ବିବାହ ଯୋଜନାକୁ ଲୁଚାଇ ରଖିଥିଲେ । ବିବାହ ପରେ ଉଭୟ ବିଭିନ୍ନ ଚଳଚ୍ଚିତ୍ର ଇଭେଣ୍ଟ ଏବଂ ପାର୍ଟୀରେ ଏକାଠି ନଜର ଆସୁଛନ୍ତି । ଅନେକ ସାକ୍ଷାତକାର ଏବଂ ସର୍ବସାଧାରଣରେ, ଉଭୟ ପରସ୍ପର ପ୍ରତି ଥିବା ଭଲପାଇବାକୁ ବିଷୟରେ କହିବା ସହ ପରସ୍ପରର ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.