ETV Bharat / entertainment

ବସ୍ତର ଟ୍ରେଲର ରିଲିଜ; ଆଇପିଏସ ଅଫିସର ଭୂମିକାରେ ଅଦା ଶର୍ମା

author img

By ETV Bharat Odisha Team

Published : Mar 5, 2024, 4:32 PM IST

ବସ୍ତର ଟ୍ରେଲର ରିଲିଜ; ଆଇପିଏସ ଅଫିସର ଭୂମିକାରେ ଅଦା ଶର୍ମା
ବସ୍ତର ଟ୍ରେଲର ରିଲିଜ; ଆଇପିଏସ ଅଫିସର ଭୂମିକାରେ ଅଦା ଶର୍ମା

Bastar The Naxal Story Trailer: 'ଦ କେରଳ ଷ୍ଟୋରୀ' ପରେ ଅଦା ଶର୍ମା 'ବସ୍ତର' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ।

ହାଇଦ୍ରାବାଦ: ଗତ ବର୍ଷ ନିର୍ମାତା ଭିପୁଲ ଶର୍ମା ଏବଂ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଏହି ଫିଲ୍ମରେ ଅଦା ଶର୍ମା ତାଙ୍କ ଚରିତ୍ର ପାଇଁ ବହୁତ ପ୍ରଶଂସା ସାଉଁଟିଥିଲେ । ତେବେ ବର୍ତ୍ତମାନ ଏହି ଅଦା ଶର୍ମା ଏବଂ ବିପୁଲ ଶର୍ମା ଏବଂ ସୁଦୀପ୍ତୋ ସେନ ପୁଣି 'ବସ୍ତର' ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଫିଲ୍ମର ଟ୍ରେଲର ରିଲିଜ ଆଜି କରିଛନ୍ତି ।

  • " class="align-text-top noRightClick twitterSection" data="">

୨ ମିନିଟ ୩୫ ସେକେଣ୍ଡର ବସ୍ତରର ଟ୍ରେଲର ନକ୍ସଲମାନଙ୍କ ଆତଙ୍କରୁ ଆରମ୍ଭ ହୋଇଛି । ନକ୍ସଲମାନଙ୍କ ଦ୍ୱାରା CRPF ଯବାନଙ୍କ ହତ୍ୟାକାଣ୍ଡର ହୃଦୟସ୍ପର୍ଶୀ ଝଲକ ଦେଖିବାକୁ ମିଳିଛି ଏବଂ ଏହା ମଧ୍ୟ ଦର୍ଶାଉଛି ଯେ ଜେଏନୟୁ ନିର୍ବାଚନମଣ୍ଡଳୀଗୁଡିକ ଦେଶର ଯବାନମାନଙ୍କ ମୃତ୍ୟୁକୁ କିପରି ପାଳନ କରନ୍ତି । ଜାତୀୟ ସଂଗୀତ ଗାନ କରିବା ସମୟରେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଗୁଳି ଚଳାଇବା ଏବଂ ନିରୀହ ଲୋକଙ୍କୁ ହତ୍ୟା କରିବା ଭଳି ଦୃଶ୍ୟର ଝଲକ ଏଥିରେ ଦେଖିବାକୁ ମିଳିଛି ।

ଟ୍ରେଲରର ମୁଖ୍ୟ ଆକର୍ଷଣ ହେଉଛି ଆଇପିଏସ ନୀରଜା ମାଧବନଙ୍କ ଚରିତ୍ର, ଯେଉଁ ଭୂମିକାରେ ଅଭିନେତ୍ରୀ ଅଦା ଶର୍ମା ଅଭିନୟ କରିଛନ୍ତି । ଏହି ଟ୍ରେଲରରେ ଅଦାଙ୍କୁ ପୁଣି ନକ୍ସଲମାନଙ୍କ ସହ ଲଢୁଥିବା ନଜର ଆସିଛନ୍ତି । ଟ୍ରେଲର ଲୋକଙ୍କ ହୋସ ଉଜାଇଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି । ତେବେ ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୧୫,୨୦୨୪ ରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: 'ବସ୍ତର' ଟିଜର ରିଲିଜ; ଆତଙ୍କବାଦୀଙ୍କଠାରୁ ବଦଲା ନେବାକୁ ପ୍ରସ୍ତୁତ ଅଦା ଶର୍ମା

କହିରଖୁଛୁ କି, ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏବଂ ଆଶିନ୍ ଏ ଶାହାଙ୍କ ଦ୍ବାରା ପ୍ରଯୋଜିତ 'ବସ୍ତର: ନକ୍ସଲ ଷ୍ଟୋରୀ' ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲାଷ୍ଟ ମଙ୍କ ମିଡିଆ ଓ ସୂର୍ଯ୍ୟକିରଣ ପିକ୍ଚର୍ ବ୍ୟାନରରେ ନିର୍ମିତ ହୋଇଛି ଫିଲ୍ମ । ଏହି ଫିଲ୍ମ ସହ ଅଦା, ଭିପୁଲ ଏବଂ ସୁଦିପ୍ତୋଙ୍କ ଦ୍ୱିତୀୟ ଫିଲ୍ମ ଅଟେ । ସୂଚନା ଥାଉ କି, ୨୦୨୩ ମସିହାରେ ଅଦା ଶର୍ମା 'ଦ କେରଳ ଷ୍ଟୋରୀ' ସହ ବକ୍ସ ଅଫିସରେ ଧମାକା କରିଥିଲେ । ଏହି ଚଳଚ୍ଚିତ୍ରରେ ଆଦା ମେଡିକାଲ କଲେଜରେ ଚାଲିଥିବା ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଆଇପିଏସ ହୋଇ ନକ୍ସଲମାନଙ୍କୁ ହଟାଇବାକୁ ପ୍ରସ୍ତୁତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.