ETV Bharat / bharat

CBSE ଦଶମ ଓ ଦ୍ୱାଦଶ ରେଜଲ୍ଟ ନେଇ ବୋର୍ଡର ସୂଚନା, ଏହି ଦିନ ବାହାରିବ ଫଳ - CBSE Board result

author img

By ETV Bharat Odisha Team

Published : May 4, 2024, 11:32 AM IST

CBSE Board result
CBSE Board result (etv bharat odisha)

CBSE Board result: CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ନେଇ ବୋର୍ଡର ବଡ ଘୋଷଣା । ଏହି ଦିନ ଓ୍ବେବସାଇଟରେ ଦେଖିପାରିବେ ରେଜଲ୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନର (ସିବିଏସଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଅନେକ ଗୁଜବ ସୃଷ୍ଟି ହେଉଥିବା ବେଳେ ଏଥିରେ ବିରାମ ଲଗାଇଛି ବୋର୍ଡ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା 12 ତାରିଖରେ ପ୍ରକାଶ ପାଇବା ନେଇ ମିଥ୍ୟ ଖବର ପ୍ରସାରିତ ହେଉଥିବା ବେଳେ ମେ' 20 ପରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ଓ୍ବେବସାଇଟରେ ଘୋଷଣା କରାଯାଇଛି । ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଭ୍ରାନ୍ତକାରୀ ଖବର ପ୍ରତି ଧ୍ୟାନ ନଦେବା ସହିତ ମେ' 20 ପୂର୍ବରୁ ପରୀକ୍ଷା ଫଳ ପ୍ରତି କୌଣସି ଦ୍ବନ୍ଦରେ ରୁହନ୍ତୁ ନାହିଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ CBSE ବୋର୍ଡ ପରୀକ୍ଷା 16 ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଫଳାଫଳକୁ ସଠିକ ସମୟରେ ବାହାର କରିବା ପାଇଁ ପରୀକ୍ଷା ଖାତା ମଧ୍ୟ ଦେଖିବା ଆରମ୍ଭ କରାଯାଇଥିଲା । ପରୀକ୍ଷା ସରିବାର 15 ଦିନ ପରେ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଏନେଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ବନ୍ଦ ଦେଖାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀ ଓ୍ବେବସାଇଟରେ ଚେକ୍ କରିବା ପରେ କୌଣସି ସଠିକ ସୂଚନା ପାଇନଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଏଭଳି ବିଭ୍ରାନ୍ତକାରୀ ଖବର ପ୍ରସାରିତ ହେବା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ସିବିଏସ୍ଇ ବୋର୍ଡ ପକ୍ଷରୁ ୱେବସାଇଟରେ ସ୍ପଷ୍ଟ କରାଯାଇଛି । ପରୀକ୍ଷା ଫଳ ମେ' 20 ପରେ ହିଁ ପ୍ରକାଶ କରାଯିବା ନେଇ ଘୋଷଣା କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ଏଯାଏଁ କୌଣସି ନିର୍ଦ୍ଧିଷ୍ଟ ତାରିଖ ଦିଆଯାଇ ନାହିଁ । cbse.nic.in ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ ।

ପ୍ରକାଶ ଥାଉକି, ସିବିଏସଇ ବୋର୍ଡ ଦ୍ବାଦଶ ପରୀକ୍ଷା ଫେବୃଆରୀ 15ରୁ ଆରମ୍ଭ ହୋଇ ଏପ୍ରିଲ 2 ତାରିଖ ଏବଂ ଦଶମ ପରୀକ୍ଷା 15 ଫେବୃଆରୀରୁ 13 ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିଲା । ସିବିଏସ୍ଇ ବୋର୍ଡ ଦ୍ୱାଦଶ ଏବଂ ଦଶମ ପରୀକ୍ଷାରେ ଦେଶର 39 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସକାଳ 10:30ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ 1:30ରେ ଶେଷ ହୋଇଥିଲା । ପ୍ରଶ୍ନଗୁଡିକର ଉତ୍ତର ଲେଖିବା ପୂର୍ବରୁ ପ୍ରଥମ ସମସ୍ତ ପ୍ରଶ୍ନଗୁଡିକୁ ଭଲ ଭାବେ ପଢି ନେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.