ETV Bharat / bharat

ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

author img

By ETV Bharat Odisha Team

Published : Feb 15, 2024, 8:28 AM IST

Updated : Feb 15, 2024, 9:03 AM IST

CBSE Board Exam 2024: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ 10ଟା 30ରୁ ଆରମ୍ଭ ହେବ ପରୀକ୍ଷା । ଅଧିକ ପଢନ୍ତୁ

ସିବିଏସଇ ବୋର୍ଡ ପରୀକ୍ଷା
CBSE Board Exam 2024

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଟାରୀ ଏଜୁକେସନ (ସିବିଏସଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ସକାଳ 10ଟାରୁ ସ୍କୁଲରେ ପହଞ୍ଚିବେ ପରୀକ୍ଷାର୍ଥୀ । ଏହାପରେ 10ଟା 30ରୁ ଆରମ୍ଭ ହେବ ପରୀକ୍ଷା । ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ 39 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦଶମ ପରୀକ୍ଷା ମାର୍ଚ୍ଚ 13ରେ ଶେଷ ହେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 2 ତାରିଖରେ ଶେଷ ହେବ । ପରୀକ୍ଷା ସମୟ 3 ଘଣ୍ଟା ରହିଛି । 2023 ମେ' ମାସରେ ପରୀକ୍ଷା ତାରିଖ ଘୋଷଣା ହୋଇଥିଲା ।

CBSE ବୋର୍ଡ ପରୀକ୍ଷା ନିର୍ଦ୍ଦେଶାବଳୀ: ଗୋଟିଏ ସିପ୍ଟରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ସକାଳ 10:30ରୁ ଆରମ୍ଭ ହୋଇ ମଧ୍ୟାହ୍ନ 1:30ରେ ଶେଷ ହେବ । ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ CBSE ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ କାର୍ଡ, ସ୍କୁଲ ଆଇଡି କାର୍ଡ ନେବା ବାଧ୍ୟତାମୂଳକ । ପ୍ରଶ୍ନଗୁଡିକର ଉତ୍ତର ଲେଖିବା ପୂର୍ବରୁ ପ୍ରଥମ ସମସ୍ତ ପ୍ରଶ୍ନଗୁଡିକୁ ଭଲ ଭାବେ ପଢି ନେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-CBSE ବୋର୍ଡ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ, ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମିଳିବନି ଡିଭିଜନ

ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ: ସିବିଏସଇ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ କରିଛି । ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଏହା ପରିବର୍ତ୍ତେ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରତି ବିଷୟରେ ସେମାନେ ରଖିଥିବା ମାର୍କ ଉଲ୍ଲେଖ ରହିବ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ମୋଟ ମାର୍କ ଆବଶ୍ୟକ କରେ ତେବେ ସେମାନେ ନିଜେ ବାହାର କରିବେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ପ୍ରତିଯୋଗିତାକୁ ଦୂରେଇବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଗତ ଡିସେମ୍ବର ପହିଲାରେ ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ସିବିଏସଇ ମେ' ମାସରେ ଘୋଷଣା କରିଥିଲା ​​ଯେ, ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ 15, 2024ରୁ ଆରମ୍ଭ ହେବ । ଭାରତରେ 28 ହଜାରରୁ ଅଧିକ ସ୍ଲୁଲ ସିବିଏସଇ ଅଧୀକୃତ । ଗତବର୍ଷ 21 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିବା ବେଳେ 16 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦ୍ବାଦଶ ବୋର୍ଡ ପରୀକ୍ଷା ଦେଇଥିଲେ ।

Last Updated : Feb 15, 2024, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.