ETV Bharat / bharat

ନମୋ ଭାରତ ଟ୍ରେନରେ ମହିଳା ଲଗାଇଲେ ଠୁମକା, ଭିଡିଓ ଭାଇରାଲ - Namo Bharat Train Dance

author img

By ETV Bharat Odisha Team

Published : Mar 26, 2024, 8:49 PM IST

Dance In Namo Bharat Train
Dance In Namo Bharat Train

Dance In Namo Bharat Train: ନମୋ ଭାରତ ଟ୍ରେନ ଭିତରେ ଆଣ୍ଟିଙ୍କ ଠୁମକା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଅସାଧାରଣ ଘଟଣା ବା କାର୍ଯ୍ୟକଳାପ ସମ୍ବନ୍ଧୀୟ ଖବର ସର୍ବଦା ଲାଇମଲାଇଟରେ ରୁହେ । କେତେବେଳେ ଦିଲ୍ଲୀ ମେଟ୍ରୋରେ ମାରପିଟ୍‌ ତ ଆଉ କେତେବେଳେ ଦେଖିବାକୁ ମିଳେ ଡାନ୍ସ । ଏବେ ଦିଲ୍ଲୀ ମେଟ୍ରୋ ଭଳି ନମୋ ଭାରତ ଟ୍ରେନରେ ମଧ୍ୟ ଯାତ୍ରୀଙ୍କ ଅସାଧାରଣ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଯେଉଁଠି ଚଳନ୍ତା ଟ୍ରେନ ମଧ୍ୟରେ ଠୁମକା ଲଗାଇଛନ୍ତ କିଛି ମହିଳା । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ କିଛି ମହିଳା ଓଢଣୀ ପକାଇ ହରିୟାଣୀ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଏହିସହିତ ପାଖରେ ବସିଥିବା ଆଉ କିଛି ମହିଳା ତାଳି ବଜାଇ ସେମାନଙ୍କୁ ସମର୍ଥନ କରୁଛନ୍ତି । ଏହି ଭିଡିଓଟି ନମୋ ଭାରତ ଟ୍ରେନ ଭିତରେ ସୁଟିଂ ହୋଇଥିବା ଜଣାପଡ଼ିଛି । ମହିଳାମାନେ ପୁରା ଚେହେରାକୁ ଓଢଣୀରେ ଘୋଡାଇ ରଖିଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଦେଶୀ ଅନ୍ଦାଜରେ ଡାନ୍ସ କରୁଛନ୍ତି । ଟ୍ରେନ ଭିତରେ ମହିଳା ନୃତ୍ୟ କରିବା ପରେ ପାଖରେ ଥିବା ଅନ୍ୟ ଯାତ୍ରୀମାନେ ପକେଟରୁ ମୋବାଇଲ କାଢି ଭିଡିଓ ଉତ୍ତୋଳନ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ମେଟ୍ରୋ ଟ୍ରାକରୁ ଡେଇଁବାକୁ ଧମକ ଦେଲେ ଯୁବତୀ, ଆଉ ତା ପରେ...

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ 6 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନମୋ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଏହାପରେ ମାର୍ଚ୍ଚ 8 ତାରିଖରୁ ଉତ୍ତର ପ୍ରଦେଶ ଦୁହାଇଠାରୁ ମୋଦି ନଗର ନର୍ଥ ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏବେ ନମୋ ଭାରତ ଟ୍ରେନ ସାହିବାବାଦଠାରୁ ମୋଦି ନଗର ନର୍ଥ ପର୍ଯ୍ୟନ୍ତ ପ୍ରାୟ 32 କିଲୋ ମିଟର ପଥ ଅତିକ୍ରମ କରୁଛି । ନମୋ ଭାରତ ଟ୍ରେନର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପରେ ଏହି ଟ୍ରେନରେ ବହୁତ ଭିଡ ଜମୁଥିଲା । ଦ୍ବିତୀୟ ପର୍ଯ୍ୟାୟ ଉଦଘାଟନ ପରେ ଭିଡ଼ ନିୟନ୍ତ୍ରଣକୁ ଆସିଛି ।

ନମୋ ଭାରତ ଟ୍ରେନ ଗାଜିଆବାଦରୁ ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଚଳାଚଳ କରେ । କିନ୍ତୁ ରବିବାର ଏହି ଟ୍ରେନ ଚଳାଚଳା ଗାଜିଆବାଦରୁ ସକାଳ 8ଟାରୁ ରାତି 10ଟା ପର୍ଯ୍ୟନ୍ତ ଚାଲିଥାଏ । ରବିବାର ଯାନ୍ତ୍ରୀଙ୍କ ସଂଖ୍ୟା କମ ଥିବାରୁ ଏହି ସମୟରେ ପରିବର୍ତ୍ତନ କରାଯାଇଛି । ଏନସିଆର ଦିଲ୍ଲୀ କର୍ପୋରେସନର ସୂଚନା ମୁତାବକ ଏଥିରେ 5ଟି ଷ୍ଟାଣ୍ଡାର୍ଡ କୋଚ୍‌ ଥିବା ବେଳେ ଗୋଟିଏ କୋଚ୍‌ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ସଂରକ୍ଷିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.