ମେଟ୍ରୋ ଟ୍ରାକରୁ ଡେଇଁବାକୁ ଧମକ ଦେଲେ ଯୁବତୀ, ଆଉ ତା ପରେ...

By ETV Bharat Odisha Team

Published : Dec 12, 2023, 12:05 PM IST

thumbnail

ନୂଆଦିଲ୍ଲୀ: ଅନେକ ସମୟରେ ଭିନ୍ନ ଭିନ୍ନ ଖବର ପାଇଁ ଚର୍ଚ୍ଚାରେ ଥିବା ଦିଲ୍ଲୀ ମେଟ୍ରୋରେ ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ।  ଦିଲ୍ଲୀ ମେଟ୍ରୋ ଷ୍ଟେସନ ଟ୍ରାକରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବତୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଭିଡିଓରେ ଯୁବତୀ ଜଣଙ୍କ ମେଟ୍ରୋ ଷ୍ଟେସନ ଠାରୁ ଆଗରେ ଥିବା ରେଲୱେ ଟ୍ରାକର ରେଲିଂ ଉପରେ ଚଢି ତଳକୁ ଡେଇଁବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି  । ଭିଡିଓଟି ଗତକାଲି ସନ୍ଧ୍ୟା ପ୍ରାୟ 5ଟା ସମୟର ଅଟେ ।  ଯାହାକି ଦିଲ୍ଲୀର ଶାଦିପୁର ମେଟ୍ରୋ ଷ୍ଟେସନର ହୋଇଥିବା କୁହାଯାଉଛି । ଯେଉଁଠାରେ ଜଣେ ଯୁବତୀ ମେଟ୍ରୋ ଷ୍ଟେସନ ପାର୍ ହେବା ପରେ ଟ୍ରାକରେ ଉପରେ ଛିଡା ହୋଇ ସେଠାରୁ ଡେଇଁବାକୁ ଧମକ ଦେଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ମେଟ୍ରୋ କର୍ମଚାରୀ ଓ ସିଆରପିଏଫ ଯବାନ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ  ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.