ETV Bharat / bharat

UPSC ରେଜଲ୍ଟରେ ଚମକିଲେ ଓଡ଼ିଆ ପୁଅ: ଅନିମେଶ ପ୍ରଧାନ ସେକେଣ୍ଡ ଟପ୍ପର - UPSC RESULT

author img

By ETV Bharat Odisha Team

Published : Apr 16, 2024, 2:24 PM IST

Updated : Apr 16, 2024, 3:32 PM IST

UPSC CSE Result
UPSC CSE Result

UPSC CSE Result 2023: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା-2023 । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ (ସର୍ବଭାରତୀୟ ପ୍ରଶାସନିକ) ପରୀକ୍ଷା ଫଳ । ସଂଘ ଲୋକସେବା ଆୟୋଗ(UPSC) ଦ୍ବାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା-2023 ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ରହିଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ହୋଇଥିବା ସୂଚନା ମିଳିଛି । ସେ ଏନଆଇଟି ରାଉରକେଲାରେ ବିଟେକ ପାଠ ପଢିଥିଲେ ।

ଏଥିରେ ମୋଟ 1016 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ 664ଜଣ ପୁଅ ରହିଥିବା ବେଳେ 352 ଜଣ ମହିଳା ରହିଛନ୍ତି । ତେବେ ଚଳିତ ବର୍ଷ ମହିଳାଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ପୁଅ । ପ୍ରକାଶଥାଉକି ଗତବର୍ଷ 933ଜଣ ରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ, ଦ୍ବିତୀୟରେ ଅନିମେଶ ପ୍ରଧାନ, ଦୋନୁକୁ ଅନନ୍ୟା ରେଡ୍ଡି ତୃତୀୟ ସ୍ଥାନ, ପି.କେ ସିଦ୍ଧାର୍ଥ ରାମକୁମାର ଚତୁର୍ଥ ଏବଂ ରୁହାନି ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ସ୍ରିଷ୍ଟି ଦେବାସ, ଅନମୋଲ ରାଥୋଡ ସପ୍ତମ ସ୍ଥାନରେ, ଅଷ୍ଚମ ସ୍ଥାନରେ ଆଶିଷ କୁମାର, ନୌସେନ ନବମ ସ୍ଥାନରେ ଏବଂ ଦଶମ ସ୍ଥାନରେ ରହିଛନ୍ତି ଏୈଶରିୟମ ପ୍ରଜାପତି ।

ଫଳାଫଳ ଘୋଷଣା ହେବାର 15 ଦିନ ପରେ ମାର୍କ ପ୍ରକାଶ ପାଇବ । UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଏପ୍ରିଲ 9 ତାରିଖ ଯାଏ ଇଣ୍ଟରଭ୍ୟୁ କରାଯାଇଥିଲା । ଏହା ଜାନୁଆରୀ 2 ତାରିଖରୁ ଆରମ୍ଭ ହୋଇଥିଲା । ଫାଇନାଲ ପରୀକ୍ଷାରେ ସଫଳ ହୋଇଥିବା ପ୍ରାୟ 2846 ଜଣ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ସୂଚନାଯୋଗ୍ୟଯେ, ପରୀକ୍ଷାର୍ଥୀମାନେ upsc.gov.inର ଅଫିସିଆଲ ଓ୍ବେବସାଇଟ ଜରିଆରେ ପରୀକ୍ଷା ଫଳ ଯାଞ୍ଚ କରିପାରିବେ । ଏଥିରେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ଭାରତୀୟ ପୁଲିସ ସେବା (IPS)ର ଅଧିକାରୀ ରହିଛି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ 347 ସାଧାରଣ ବା ଅଣସଂରକ୍ଷିତ ବର୍ଗର ରହିଛନ୍ତି । ସେହିପରି ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (EWS) ରୁ 115, ଅନ୍ୟାନ୍ୟ ପଛୁଆ ବର୍ଗ (OBC)ରୁ 303 ଛାତ୍ରଛାତ୍ରୀ ରହିଛନ୍ତି । ଅନୁସୂଚୀତ ଜାତି (SC) ଓ ଅନୁସୂଚୀତ ଜନଜାତି (ST) ବର୍ଗରୁ ଯଥାକ୍ରମ 165 ଓ 86 ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: UPSC Result Out: ଟପ-3ରେ ମହିଳା, 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା

ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ: ପ୍ରଥମ ସ୍ଥାନରେ ରହିଛନ୍ତି ଆଦିତ୍ୟ । ସେ ଇଲେକ୍ଟ୍ରକାଲ ଇଞ୍ଜିନିୟରିଂ ବିଷୟରେ ବାଜି ମାରିଛନ୍ତି । ସେ ଆଇଆଇଟି କାନପୁରରୁ ବିଟେକରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଥିଲେ ।

ଦ୍ବିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ: ଅନିମେଶ ଦ୍ବିତୀୟ ସ୍ଥାନରେ ରହି ବାଜି ମାରିଛନ୍ତି । ସେ କମ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ସାମାଜିକ ବିଜ୍ଞାନ ତାଙ୍କର ଅପ୍ସନାଲ ସବଜେକ୍ଟ ରହିଥିଲା । ତାଙ୍କ ଘର ତାଳଚେରର ଭାଲୁଗଡିଆ ଗ୍ରାମରେ । ସେ ସ୍ବର୍ଗତ ପ୍ରଭାକର ପ୍ରଧାନ ଏବଂ ସ୍ବର୍ଗତା ଅରୁଣା ପାତ୍ରଙ୍କର ସୁଯୋଗ୍ୟ ସନ୍ତାନ । ଦ୍ବିତୀୟ ସ୍ଥାନରେ ରହି ଓଡିଶା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।

ସଫଳତା ପାଇଥିବା ଓଡିଆ ପରୀକ୍ଷାର୍ଥୀ: ଦ୍ବିତୀୟ ରାଙ୍କରେ ଅନିମେଶ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ, ୧୧୫ ସ୍ଥାନରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୮୦ସ୍ଥାନରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର, ୩୧୯ ରାଙ୍କରେ ରଶ୍ମି ପ୍ରଧାନ, ୩୪୩ ସ୍ଥାନରେ ବିଶ୍ବଜିତ୍ ପଣ୍ଡା, ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ୪୬୬ ସ୍ଥାନରେ ସୌରଭ ଦାସ, ୫୭୫ ରାଙ୍କରେ ରାକେଶ କୁମାର ସାହୁ, ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି । ସେହିପରି ୭୨୨ରେ ହେମନ୍ତ କୁମାର ସାହୁ, ୭୭୨ରେ ବିଭାଂଶୁ କୁମାର ରାୟ, ୮୦୦ ରାଙ୍କରେ ସିଦ୍ଧାନ୍ତ ବେଶ୍ରା, ୮୮୧ରେ ରଶ୍ମୀ ପାଇକରାୟ, ୯୮୨ରେ ସୌରଭ ଦାସ, ୧୦୦୧ରେ ଅନୁପ ନାୟକ ଭଳି ଅନେକ ବାଜି ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 16, 2024, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.