ETV Bharat / bharat

ଟ୍ରାକ୍ ସଜାଡ଼ିବା ବେଳେ ମାଡ଼ିଗଲା ଟ୍ରେନ, 3 ରେଳ କର୍ମଚାରୀ ମୃତ

author img

By ETV Bharat Odisha Team

Published : Jan 23, 2024, 5:03 PM IST

Several railway employee run over by train : 3 ରେଳ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରେନ । ଧାରଣାରେ ସିଗ୍ନାଲିଂ ତ୍ରୁଟି ମରାମତି କରୁଥିଲେ । ଅଧିକ ପଢନ୍ତୁ

ଧାରଣା ମରାମତି ବେଳେ ମାଡିଗଲା ଟ୍ରେନ, 3 ରେଳ କର୍ମଚାରୀ ମୃତ
ଧାରଣା ମରାମତି ବେଳେ ମାଡିଗଲା ଟ୍ରେନ, 3 ରେଳ କର୍ମଚାରୀ ମୃତ

ମୁମ୍ବାଇ: ରେଳ ଧାରଣାରେ କାମ ଚାଲିଥିବା ବେଳେ ଟ୍ରେନ ମାଡିଯିବାରୁ 3 ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସଇ ଷ୍ଟେସନ ନିକଟରେ ଗତକାଲି (ସୋମବାର) ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପଶ୍ଚିମ-ରେଳ ଜୋନର ମୁମ୍ବାଇ ଡିଭିଜନର କର୍ମଚାରୀ ବୋଲି ସ୍ପଷ୍ଟ ହୋଇଛି । ସେମାନେ ସମସ୍ତେ ସରାଇ ରୋଡ ଷ୍ଟେସନ ଅଧୀନରେ ସିଗ୍ନାଲିଂ ସିଷ୍ଟମରେ କାର୍ଯ୍ୟରତ ଥିଲେ । ମୃତକମାନେ ବାସୁ ମିତ୍ରା, ସୋମନାଥ ଉତ୍ତମ ଲାମ୍ବୁତ୍ରୋ ଓ ସଚିନ ଓ୍ବାଙ୍ଖଡେ ଭାବେ ଚିହ୍ନଟ ହୋଇଛନ୍ତି । ରେଳବାଇ ବିଭାଗୀୟ ତତନ୍ତ ନିର୍ଦ୍ଦେଶ ଦେଇଛି । ମୃତକଙ୍କ ପରିଜନକୁ ପ୍ରାଥମିକ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରିଛି ରେଳବାଇ ।

ଜିଆରପିର ସୂଚନା ଅନୁସାରେ, ଗତକାଲି (ସୋମବାର) ରାତି 8.55 ମିନିଟରେ ଏହି ଦୁର୍ଘଟଣା ଘଟିଛି । ବସଇ ରୋଡ ଷ୍ଟେସନ ନିକଟରେ ଏକ ସିଗନାଲରେ କିଛି ସମସ୍ୟା ଦେଖାଯାଇଥିବା ସୂଚନା ମିଳିବା ପରେ ଏହି ତିନି କର୍ମଚାରୀ ସେଠାରେ ପହଞ୍ଚିଥିଲେ । ରେଳଧାରଣା ଓ ଏହା ପାର୍ଶ୍ବରେ ଥିବା ଲିଗନାଲ ପୋଲରେ ମରାମତି ବେଳେ ହଠାତ ଏକ ଲୋକାଲ ଟ୍ରେନ ଏମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ରେଳବାଇ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଏହା ସହ ରେଳବାଇ ମଧ୍ୟ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ମୃତକଙ୍କ ପରିବାର ସଦସ୍ୟଙ୍କୁ 55 ହଜାର ଲେଖାଏଁ ପ୍ରାଥମିକ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ମୃତକଙ୍କ ପରିଜନ ଚାକିରି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ସମାନ ଧରଣର ଦୁର୍ଘଟଣା ଘଟିବାର ନଜିର ରହିଛି ।ଗତବର୍ଷ ଅକ୍ଟୋବରେ ସେବରୀ ଷ୍ଟେସନରେ ଜଣେ ଦୃଷ୍ଟିବାଧିତ ମହିଳା ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଖସି ପଡିଥିଲେ । ଚାପି ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । କେଉଁଠି ରେଳ ଧାରାଣା ପାର ହେବା ବେଳେ ଦୁର୍ଘଟଣା ତ, କେଉଁଠି ଲେବଲ କ୍ରସିଂ ନଥିବା କାରଣରୁ ଦୁର୍ଘଟଣା ଘଟୁଛି । ଗତବର୍ଷ ବାଲାଶ୍ବର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମଧ୍ୟ ସିଗ୍ନାଲିଂ ତ୍ରୁଟିରୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.