ETV Bharat / politics

ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 23, 2024, 4:17 PM IST

Updated : Jan 23, 2024, 4:22 PM IST

Assam CM asks state police to file complaint against Rahul Gandhi: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭିଡକୁ ପୋଲିସ ଉପରେ ଆକ୍ରମଣ ପାଇଁ ଉତ୍ତେଜିତ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଆସାମ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଆସାମ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଗୌହାଟୀ: ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ଅଂଶଗ୍ରହଣକାରୀଙ୍କୁ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଉତ୍ତେଜିତ କରିବା ପରି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସର ଷ୍ଟାରପ୍ରଚାରକ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହେବାକୁ ଯାଉଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲଙ୍କର ଏକ ଭିଡିଓ କ୍ଲିପ ମଧ୍ୟ ବିଶ୍ବଶର୍ମା ସେୟାର କରିଛନ୍ତି ।

  • प्रमाण सामने आ रहे हैं कि किस प्रकार से राहुल गांधी और जितेंद्र सिंह ने भीड़ को असम पुलिस के जवानों को मारने के लिए भड़काया।

    हमारे जवान जनता के सेवक हैं, किसी शाही परिवार के नहीं।

    निश्चिंत रहिए, क़ानून के हाथ बहुत लंबे होते हैं, आप तक जरूर पहुंचेंगे। pic.twitter.com/MqW1vyo73V

    — Himanta Biswa Sarma (@himantabiswa) January 23, 2024 " class="align-text-top noRightClick twitterSection" data=" ">

କଂଗ୍ରେସର ଏହି ଯାତ୍ରା ଆଜି ଗୌହାଟୀରେ ପ୍ରବେଶ କରିବା ପୂର୍ବରୁ ପୋଲିସ କଂଗ୍ରେସକର୍ମୀଙ୍କୁ ବାଧା ଦେଇଥିଲା । ପୋଲିସ ବାରିକେଡ ଲଗାଇ ରାହୁଲ ଓ କଂଗ୍ରେସ କର୍ମୀଙ୍କୁ ରୋକିଥିଲା । ଫଳରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀ ପୋଲିସ ବାରିକେଡ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲେ । ପୋଲିସ ମଧ୍ୟ ବଳ ପ୍ରୟୋଗ କରିଥିଲା । ଏହି ସମୟର ଏକ ଭିଡିଓ କ୍ଲିପ ନିଜେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ରାହୁଲ ଗାନ୍ଧୀ ଓ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜିତେନ୍ଦ୍ର ସିଂ କର୍ମୀଙ୍କୁ ଆସାମ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଉତ୍ତେଜିତ କରୁଛନ୍ତି ବୋଲି ବିଶ୍ବଶର୍ମା କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି, ପୋଲିସ ଆସାମବାସୀଙ୍କ ସେବକ, କୌଣସି ପରିବାରର ନୁହେଁ । ଆଇନର ହାତ ବହୁତ ଲମ୍ବା, କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ଗ୍ରହଣ କରାଯିବ।

  • #WATCH | Assam: Congress leader Rahul Gandhi says, "Whatever the Assam CM is doing against the Yatra, it benefits the Yatra. The publicity that we might have not got, by doing this the Assam CM & Union Home Minister Amit Shah are helping us. Now, the main issue in Assam is the… pic.twitter.com/k9QCdJHMIt

    — ANI (@ANI) January 23, 2024 " class="align-text-top noRightClick twitterSection" data=" ">

ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାହୁଲଙ୍କ ବିରୋଧରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସଂଧ୍ୟା ମଧ୍ୟରେ ଆସାମ ପୋଲିସ ରାହୁଲ ଓ ଯାତ୍ରାରେ ସାମିଲ ଥିବା ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ଏକାଧିକ ଆକ୍ଟରେ ମାମଲା ରୁଜୁ କରିପାରେ ।

ଏହା ମଧ୍ୟ ପଢନ୍ତୁ :- 5ବର୍ଷରେ ଭାରତ ହେବ ଆଧୁନିକ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଦେଶ: ଶାହ

ଅନ୍ୟପଟେ ଏକ ପ୍ରେସମିଟ କରି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ବିରୋଧରେ ବର୍ଷିଛନ୍ତି ରାହୁଲ । ସେ ଆସାମରେ କଂଗ୍ରେସର ଯାତ୍ରାକୁ ରୋକିବା ପାଇଁ ମଖ୍ୟମନ୍ତ୍ରୀ ବିଶ୍ବଶର୍ମା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ଏହି ଯାତ୍ରାରେ ଯେତିକି ଲୋକପ୍ରିୟତା ପାଇନଥାନ୍ତା, ବିଜେପି ସରକାର ଏପରି କରିବା ଦ୍ବାରା କଂଗ୍ରେସ ଏବେ ଅଧିକ ଲାଭ ପାଇବ । କଂଗ୍ରେସର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ରାହୁଲ କହିଛନ୍ତି । ଗତକାଲି ମଧ୍ୟ ରାହୁଲ ଆସାମର ମନ୍ଦିର ପ୍ରବେଶ କରିବା ବେଳେ ପୋଲିସ ତାଙ୍କୁ ବାଧା ଦେଇଥିଲା । ରାହୁଲ ଓ କଂଗ୍ରେସ କର୍ମୀ ରାସ୍ତାରେ ଧାରଣାରେ ବସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 23, 2024, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.