ETV Bharat / bharat

କାରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, 6 ମୃତ

author img

By ETV Bharat Odisha Team

Published : Feb 27, 2024, 10:51 AM IST

UP Ballia Accident
ଉତ୍ତର ପ୍ରଦେଶ ସଡକ ଦୁର୍ଘଟଣା

UP Ballia Accident: ଉତ୍ତରପ୍ରଦେଶରେ ଦୁଇଟି କାରକୁ ଧକ୍କା ଦେଲା ପିକଅପ ଭ୍ୟାନ । ଏଥିରେ 2 ଶିଶୁଙ୍କ ସମେତ 6 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇଟି କାରକୁ ପିକଅପ୍ ଭ୍ୟାନ ଧକ୍କା ଦେବାରୁ 2 ଶିଶୁଙ୍କ ସମେତ 6 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 9 ଜଣ ଆହତ ହୋଇଥିବା ସୂଚନା ମିଳିଛି । ବାଲିଆ ଜିଲ୍ଲାର ବାଇରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା କାର୍ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାରାଣାସୀକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଅଧାରେ ରହିଲା ଗଙ୍ଗା ସ୍ନାନ: ପୋଖରୀକୁ ଖସିଲା ଟ୍ରାକ୍ଟର, 24 ମୃତ

ପୋଲିସ ଅଧୀକ୍ଷକ ଦେବରଞ୍ଜନ ବର୍ମା କହିଛନ୍ତି ଯେ, ଭଗବାନପୁର ବାସିନ୍ଦା ଅନବତ ଗୁପ୍ତାଙ୍କ ଝିଅଙ୍କର ବିବାହ ହେବାକୁ ଥିଲା । ସୋମବାର ତିଳକ ସେରିମନି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପରିବାର ଲୋକେ ଓ ଅନ୍ୟ ସମ୍ପର୍କୀୟ ଖେଜୁରୀ ପୋଲିସ ଷ୍ଟେସନର ମାସୁମପୁରକୁ ଯାଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତେ ସେଠାରୁ ଦୁଇଟି କାରରେ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ବାଇରିଆ ଅଞ୍ଚଳରେ ସୁଘର ଛପରା ନିକଟରେ ଦୁଇ କାରକୁ ଧକ୍କା ଦେଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠା ଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ଦୁର୍ଘଟଣାରେ ଭଗବାନପୁରର ଅମିତ ଗୁପ୍ତା, ରଞ୍ଜିତ ଶର୍ମା, ଯଶ ଗୁପ୍ତା, ରାଜ ଗୁପ୍ତା, ଧନପତି ଗୁପ୍ତା ଏବଂ ଜଣେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ରହିଛନ୍ତି ।

ଫେବୃଆରୀ 25 ତାରିଖରେ ଉତ୍ତରପ୍ରଦେଶ ଜୌନପୁର ଜିଲ୍ଲା ସମାଧଗଞ୍ଜ ବଜାରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଏଥିରେ 6 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି 24 ତାରିଖରେ କସଗଞ୍ଜରେ ଏକ ଦୁଃଖଦ ଘଟଣା ଘଟିଥିଲା । ପୂର୍ଣ୍ଣମୀ ଅବସରରେ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ କସଗଞ୍ଜର ଏକ ପୋଖରୀକୁ ଖସି ପଡିଥିଲା ଟ୍ରାକ୍ଟର । ଏଥିରେ 24 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.