ETV Bharat / bharat

ଅଧାରେ ରହିଲା ଗଙ୍ଗା ସ୍ନାନ: ପୋଖରୀକୁ ଖସିଲା ଟ୍ରାକ୍ଟର, 24 ମୃତ

author img

By ETV Bharat Odisha Team

Published : Feb 24, 2024, 12:20 PM IST

Updated : Feb 24, 2024, 4:06 PM IST

Accident in Kasganj in UP: କାସଗଞ୍ଜରୁ ଭୟାନକ ଘଟଣା ସାମ୍ନାକୁ ଆସିଛି । ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡ଼ିଲା ଟ୍ରାକ୍ଟର । 24 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Accident in Kasganj
Accident in Kasganj

ଲକ୍ଷ୍ନୌ: ଅଧାରେ ରହିଗଲା ଗଙ୍ଗା ସ୍ନାନ । ପୂର୍ଣ୍ଣମୀ ଅବସରରେ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଯାଉଥିବା ବେଳେ ପୋଖରୀକୁ ଖସି ପଡିଲା ଟ୍ରାକ୍ଟର । ପ୍ରାଣ ହରାଇଲେ 24 ଜଣ । ଉତ୍ତରପ୍ରଦେଶର କସଗଞ୍ଜରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକଙ୍କ ମଧ୍ୟରେ 13ଜଣ ଛୋଟ ପିଲା ରହିଥିବା ବେଳେ 8 ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ଗୁରୁତର ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡି ସହ ଧକ୍କା ଦେବାରୁ ବର୍ତ୍ତାଇବାକୁ ପାଇଁ ଭାରସାମ୍ୟ ହରାଇ ଟ୍ରକଟି ନଦୀକୁ ଖସି ପଡିଥିଲା ।

ସୂଚନା ଅନୁସାରେ, ଉକ୍ତ ଦୁର୍ଘଟଣା କସଗଞ୍ଜ ଜିଲ୍ଲାର ପଟିୟାଲୀ କୋତଓ୍ବାଲି କ୍ଷେତ୍ରର ଦରିୟାବଗଞ୍ଜ ନିକଟରେ ହୋଇଥିଲା । ଜୈଥରା ଥାନା କ୍ଷେତ୍ରରେ ଛୋଟେ କସ ଗ୍ରାମର ଲୋକମାନେ କସଗଞ୍ଜର ପଟିୟାଲୀ ତହସିଲ କ୍ଷେତ୍ରରେ କାଦରହଗଞ୍ଜ ଘାଟକୁ ଏକ ଟ୍ରକ ଯୋଗେ ଯାଉଥିଲେ । ଆଜି ପୂର୍ଣ୍ଣମା ରହିଥିବା ଯୋଗୁଁ ଗ୍ରାମର ପ୍ରାୟ 35ରୁ40 ମହିଳାମାନେ ଛୁଆଙ୍କୁ ଧରି ବୁଡ ପକାଇବା ବାହାରିଥିଲେ । ହେଲେ ରାସ୍ତାରେ ଅନ୍ୟ ଏକ ଯାନ ସାମ୍ନାକୁ ଆସିଯାଇଥିଲା । ଗାଡିଆ ନିକଟରେ ଏକ ଯାନ ସହିତ ଧକ୍କାକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ପୋଖରୀକୁ ଖସି ପଡିଥିଲା ଟ୍ରକ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । କାନ୍ଦ ବୋବାଳି ଚିତ୍କାରରେ ଫାଟି ପଡିଥିଲା ପୁରା ପରିବେଶ ।

ଏହା ମଧ୍ୟ ପଢନ୍ତୁ: ପୋଲ ତଳକୁ ଟ୍ରାକ୍ଟର ଖସି 21 ମୃତ, ଅନେକ ଗୁରୁତର

ତେବେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ ପ୍ରଥମେ 7ଜଣ ଛୁଆ ଏବଂ 8ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ 4ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ 4ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ଥିତି ଗମ୍ଭୀର ରହିଥିବା ସୂଚନା ରହିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ପରବର୍ତ୍ତି ସମୟରେ ମୃତ୍ୟ ସଂଖ୍ୟା ବୃଦ୍ଧି ପାଇ 24ରେ ପହଞ୍ଚିଛି ।


ତେବେ ଏହି ଭୟାନକ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଏକ୍ସରେ ଲେଖିଛନ୍ତି, "କସଗଞ୍ଜ ଜିଲ୍ଲାରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ମୁଁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ।" ଅନ୍ୟପଟେ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ 50 ହଜାର ଟଙ୍କା ସହୟତା ରାଶି ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2024, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.