ETV Bharat / bharat

ପୋଲ ତଳକୁ ଟ୍ରାକ୍ଟର ଖସି 21 ମୃତ, ଅନେକ ଗୁରୁତର

author img

By

Published : Apr 15, 2023, 5:18 PM IST

ଉତ୍ତର ପ୍ରଦେଶରେ ପୋଲରୁ ତଳକୁ ଖସିଲା ଟ୍ରାକ୍ଟର । 21 ମୃତ ବହୁ ଗୁରୁତର । ଧାର୍ମିକ କାର୍ଯ୍ୟକ୍ରମରେ ଜଳ ସଂଗ୍ରହ ପାଇଁ ଟ୍ରାକ୍ଟର ଟ୍ରଲିରେ ଆସିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପୋଲରୁ ଖସି ପଡିଲା ଟ୍ରାକ୍ଟର, 21 ମୃତ
ପୋଲରୁ ଖସି ପଡିଲା ଟ୍ରାକ୍ଟର, 21 ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶାହାଜାହନପୁରରେ ଏକ ଟ୍ରାକ୍ଟର ପୋଲରୁ ତଳକୁ ଖସିପଡିବା କାରଣରୁ 21 ଜଣଙ୍କ ମୃତ୍ୟୁ ଘଟିଛି । ଆଜି (ଶନିବାର) ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଡାଲାରେ ଲୋକେ ଯାତ୍ରା କରୁଥିଲେ । ତେବେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ପୋଲରୁ ତଳକୁ ଖସି ପଡିଥିଲା । ଏବେ ସୁଦ୍ଧା ଶିଶୁ ଓ ମହିଳାଙ୍କୁ ମିଶାଇ 21 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଟ୍ରାକ୍ଟର ଡାଲାରେ ପ୍ରାୟ 40 ରୁ ଅଧିକ ଲୋକେ ଯାତ୍ରା କରୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶାହାଜାହନପୁରର ତିଲିହର ଥାନା ଅନ୍ତର୍ଗତ ବିରାସିଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ସ୍ଥାନୀୟ ଗର୍ବା ନଦୀରୁ ଜଳ ନେବା ପାଇଁ ଲୋକେ ଟ୍ରାକ୍ଟରରେ ଆସିଥିଲେ । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ 21 ଜଣଙ୍କ ମୃତ୍ୟୁ ହୋଇସାରିଥିବା ସ୍ପଷ୍ଟ ହୋଇଛି । ଅନ୍ଯ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଖଃ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଓ ଆହତଙ୍କୁ 50 ହାଜର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ୟ ଯୋଗୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଏସ.ପି ଆନନ୍ଦ କୁମାର କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ଲାଗି ହେବାକୁ ଥିବା ଜଳରାଶି ନେବା ପାଇଁ ଗ୍ରାମବାସୀ ଦୁଇଟି ଟ୍ରାକ୍ଟର ଟ୍ରଲିରେ ନଦୀ କୂଳକୁ ଆସିଥିଲେ । ତେବେ ଦୁଇଟି ଟ୍ରାକ୍ଟର ଡ୍ରାଇଭର ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରି ସ୍ପିଡ୍‌ ବଢାଇଥିଲେ । ଯାହା ଫଳରେ ପୋଲ ନିକଟରେ ନିୟନ୍ତ୍ରଣ ହରାଇ ଗୋଟିଏ ଟ୍ରାକ୍ଟର ତଳକୁ ଖସି ପଡିଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ପ୍ରାୟ 42 ଲୋକ ବସିଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।

ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ତଦନ୍ତ ଆରମ୍ଭ ହୋଇସାରିଛି । ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠା ଗ୍ରହଣ ହେବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଏସ.ପି ଆନନ୍ଦ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.