ETV Bharat / bharat

ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍, ଚାଲିଗଲା 8 ଜୀବନ - Nainital Accident

author img

By ETV Bharat Odisha Team

Published : Apr 9, 2024, 10:00 AM IST

NAINITAL ACCIDENT
NAINITAL ACCIDENT

Road accident in Uttarakhand: ରାମନଗରରୁ ନେପାଳ ଅଭିମୁଖେ ଯାଉଥିଲେ ଶ୍ରମିକ । 200 ମିଟର ଗଭୀର ଖାଇକୁ ଖସିଲା କାର । 8 ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଧରଣର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ନୈନତାଲ ଜିଲ୍ଲାର ବେତାଲଘାଟ ଉଚ୍ଚୋକୋଟ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ କାର୍‌ରେ ମୋଟ 10 ଜଣ ଯାତ୍ରୀ ରହିଥିଲେ ।

ଖାଇକୁ ଖସିଲା କାର୍: ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ହେବା କାରଣରୁ ଉଦ୍ଧାର କାର୍ଯ୍ୟ କଠିନ ସହିତ ବିଳମ୍ବ ହୋଇଥିଲା । ତେବେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ଯାଇଥିଲା କାର୍ । ତେବେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ନେପାଳୀ ବୋଲି କୁହାଯାଉଛି । ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଉଦ୍ୟମ ପରେ ସମସ୍ତ ମୃତଦେହକୁ ଖାଇରୁ ବାହାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ: ପୋଲିସର ସୂଚନା ଅନୁସାରେ, ଉଚ୍ଚୋକୋଟ ଅଞ୍ଚଳରେ ଜଳ ଜୀବନ ମିଶନ କାର୍ଯ୍ୟ ଚାଲିଥିଲା । ଏକ କାର୍‌ରେ ଡ୍ରାଇଭରଙ୍କ ସହିତ 9ଜଣ ନେପାଳୀ ଶ୍ରମିକ ଗାଡିରେ ରାମନଗରରୁ ଯାତ୍ରା ଆରମ୍ଭ କରିଥିଲେ । ଏଠାରୁ ସେମାନେ ନେପାଳ ଅଭିମୁଖେ ବାହାରି ଥିଲେ । ତେବେ ଉଚ୍ଚାକୋଟ ଅଞ୍ଚଳରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ଗାଡିଟି 200 ମିଟର ଗଭୀର ଖାଇକୁ ଖସି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ରାସ୍ତାରେ ଯାଉଥିଲେ ଯୁବକ ହଠାତ୍‌ ଆସିଗଲା ମହାବଳ, ଆଉ ତା ପରେ...

ବିଳମ୍ବିତ ରାତିରେ ରାସ୍ତାଘାଟ ଶୂନଶାନ ରହିଥିବା ବେଳେ ଦୁର୍ଘଟଣାର ଚିତ୍କାର ଶୁଣି ଆଖପାଖ ଲୋକ ଜମା ହୋଇଯାଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ । ବେତାଲଘାଟ ପୋଲିସ ଷ୍ଟେସନ ମୁଖ୍ୟ ଅନିଶ ଅହମ୍ମଦ ଏବଂ ରାଜସ୍ୱ ସବ ଇନ୍ସପେକ୍ଟର କପିଲ କୁମାର ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ 200 ମିଟର ଖାଇରୁ ମୃତଦେହ ଏବଂ ଆହତଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ 2 ଘଣ୍ଟା ସମୟ ଲାଗିଥିଲା । ଏହି ଦୁର୍ଘଟଣାରେ 7 ନେପାଳୀ ଶ୍ରମିକଙ୍କ ସହ ଡ୍ରାଇଭର ରାଜେନ୍ଦ୍ର କୁମାର ପ୍ରାଣ ହରାଇଥିବା ସୂଚନା ରହିଛି ।

ତେବେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବେତାଲଘାଟକୁ ପଠାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ହାୟାର ସେଣ୍ଟରକୁ ରେଫର୍ କରାଯାଇଥିଲା । ଏବେ ସେଠାରେ ଉଭୟଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.