ETV Bharat / bharat

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଫ୍ୟାକ୍ଟ୍ରିରେ ନିଆଁ ଲାଗି 11 ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Feb 16, 2024, 7:10 AM IST

Updated : Feb 16, 2024, 9:18 AM IST

ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ
Delhi Fire

Delhi Fire: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଦୁଇଟି ରଙ୍ଗ କାରଖାନା ଓ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିବାରୁ 11 ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁର ଅଞ୍ଚଳର ଦିୟାଲପୁର ମାର୍କେଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ 4ଜଣ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ମୃତ ଲୋକଙ୍କ ପରିଚୟ ମିଳିପାରି ନାହିଁ । କାରଖାନା ଭିତରୁ ଏବେ ଯାଏଁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 6 ଜୀବନ୍ତ ଦଗ୍ଧ

ଆଲିପୁର ଅଞ୍ଚଳରେ ଥିବା 2ଟି ରଙ୍ଗ କାରଖାନା ଓ କେମିକାଲ କାରଖାନାରେ ଗତ ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଆହତଙ୍କୁ ଚିକିତ୍ସା ନିମନ୍ତେ ରାଜା ହରିଶ ଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି, ''ଗୁରୁବାର ସନ୍ଧ୍ୟା 5.25 ମିନିଟ୍ ସମୟରେ ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଥିଲା । ସଙ୍ଗେ ସଙ୍ଗେ 22ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ପ୍ରାୟ 9ଟା ସମୟରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବିଭାଗ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାର ଅନୁସନ୍ଧାନ ପାଇଁ ଏକ ଟିମ ଗଠନ କରାଯାଇଛି ।''

ଏହା ମଧ୍ୟ ପଢନ୍ତୁ-କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ରଶି ସାହାଯ୍ୟରେ 3ମହଲାରୁ ତଳକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଆଲିପୁର ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଏହା ରଙ୍ଗ କାରଖାନାକୁ ବ୍ୟାପିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କାରଖାନା ମଧ୍ୟରୁ 3 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆଉ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ । ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ଅଗ୍ନିକାଣ୍ଡରେ 4 ଜଣ ଆହତ ହୋଇଥିବା ବେଳେ କାରଖାନାଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଗତ ଜାନୁଆରୀ 19 ତାରିଖରେ ଉତ୍ତର ଦିଲ୍ଲୀର ପିତାମପୁରା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା । ଗୋଟିଏ ଘରେ ନିଆଁ ଲାଗିବାରୁ 6 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିଲା । ଅଗ୍ନିକାଣ୍ଡ ଘଟିଥିବା ଘରେ ସମସ୍ତ ମୃତକ ଭଡାରେ ରହୁଥିଲେ । ପଡ଼ିଶାଙ୍କ ସହ ସେମାନଙ୍କର ମିଳାମିଶା ନଥିବାରୁ କେହି ଅଗ୍ନିକାଣ୍ଡ ବିଷୟରେ ଜାଣି ପାରିନଥିଲେ ।

Last Updated :Feb 16, 2024, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.