ETV Bharat / bharat

ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 6 ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Jan 19, 2024, 7:15 AM IST

Fire Incident In Delhi: ଉତ୍ତର ଦିଲ୍ଲୀର ପିତାମପୁରା ଅଞ୍ଚଳରେ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର 6 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

Fire Incident In Delhi
ଦିଲ୍ଲୀରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ 6 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ଉତ୍ତର ଦିଲ୍ଲୀର ପିତାମପୁରା ଅଞ୍ଚଳରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୁରୁବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା । ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

  • #WATCH | Delhi | Three people died in a fire that broke out at a house in Pitampura area this evening. A total of 8 fire tenders were rushed to the spot and fire was brought under control. Search continues. pic.twitter.com/KgdXyhLnbR

    — ANI (@ANI) January 18, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ଗୁରୁବାର ସନ୍ଧ୍ୟା ସମୟରେ ପିତାମପୁରା ଅଞ୍ଚଳର ଜିପି ବ୍ଲକରେ ଜଣଙ୍କ ଘର ଭିତରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ ଖବର ଦିଆଯିବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର 8ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହାପରେ ଘର ମଧ୍ୟରୁ 6 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ରୋହିଣୀର ଆମ୍ବେଦକର ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ରଶି ସାହାଯ୍ୟରେ 3ମହଲାରୁ ତଳକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଉଛି । ଅଗ୍ନିକାଣ୍ଡ ଘଟିଥିବା ଘରେ ସେମାନେ ଭଡାରେ ରହୁଥିଲେ । ପଡିଶାଙ୍କ ସହ ସେମାନଙ୍କର ମିଳାମିଶା ଏତେଟା ନଥିବାରୁ କେହି ଅଗ୍ନିକାଣ୍ଡ ବିଷୟରେ ଜାଣି ପାରିନଥିଲେ । 6 ମୃତକଙ୍କ ଘର କେଉଁଠି ତାହା ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ସବୁକିଛି ଜଣାପଡିବ । ଏହି ଘଟଣାରେ ଅଧିତ ତଦନ୍ତ ଜାରି ରହିଛି ।

2023 ଜୁନ ମାସରେ ଦିଲ୍ଲୀର ଏକ ତିନି ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା । ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ରଶି ଦ୍ବାରା 3 ମହଲା ତଳକୁ ଓହ୍ଲାଉଥିବାର ଦୃଶ୍ୟ ମୋବାଇଲରେ କଏଦ ହୋଇଥିଲା । କିଛି ଛାତ୍ରଛାତ୍ରୀ 3 ମହଲା ତଳକୁ ଡେଇଁ ଆହତ ମଧ୍ୟ ହୋଇଥିଲେ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.