କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ରଶି ସାହାଯ୍ୟରେ 3ମହଲାରୁ ତଳକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

By

Published : Jun 15, 2023, 3:50 PM IST

Updated : Jun 15, 2023, 3:56 PM IST

thumbnail

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ମୁଖାର୍ଜୀ ନଗରରେ ଅଗ୍ନିକାଣ୍ଡ। କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ହେବା ଫଳରେ ଦେଖାଦେଇଛି ଭୟର ବାତାବରଣ । ଛାତ୍ରଛାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ରଶି ଲଗାଇ 3 ମହଲା ତଳକୁ ଓହ୍ଲାଉଥିବାର ଦୃଶ୍ୟ କଏଦ ହୋଇଛି। ଏପରିକି କିଛି ଛାତ୍ରଛାତ୍ରୀ 3 ମହଲା ତଳକୁ ଡେଇଁ ଆହତ ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର 11ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି। ଏହାସହ ଫସି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧା କରାଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ। 

ଛାତ୍ରଛାତ୍ରୀମାନେ ଜୀବନ ରକ୍ଷା କରିବା ପାଇଁ ରଶି ଦ୍ବାରା ତଳକୁ ଓହ୍ଲାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ଅଧିକାରୀ। ସେ  କହିଛନ୍ତି, "ନିଆଁ ସେତେ ମାତ୍ରାରେ ବ୍ୟାପି ନଥିଲା। ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା। ସଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇଛି ଏବଂ ପିଲାମାନେ ଭୟଭୀତ ହୋଇ ରଶି ସାହାଯ୍ୟ ତଳକୁ ଓହ୍ଲାଇବା ଭଳି ପଦକ୍ଷେପ ନେଇଛନ୍ତି।" ଅପରପକ୍ଷେ, ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ଉଦବେଗ ପ୍ରକାଶ କରିବା ସହ ଫାୟାର ସେଫ୍ଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

Last Updated : Jun 15, 2023, 3:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.