ETV Bharat / bharat

ରାମଲାଲାଙ୍କ ଭକ୍ତିରେ ବିଭୋର ମୁସଲିମ ଭକ୍ତ, ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା ଯାତ୍ରା

author img

By ETV Bharat Odisha Team

Published : Jan 28, 2024, 2:08 PM IST

Ram Devotee Shabnam Mumbai Ayodhya Walking Tour: ରାମଭକ୍ତ ସବନମ ଶେଖ୍ ମୁମ୍ବାଇରୁ ଅଯୋଧ୍ୟା ପାଦରେ ଚାଲି ଚାଲି ପହଞ୍ଚିଛନ୍ତି । ଶନିବାର ସେ ଅମେଠି ଠାରେ ପହଞ୍ଚିଥିଲେ । ଏହି ସମୟରେ ଲୋକମାନେ ତାଙ୍କୁ ଜୟଶ୍ରୀରାମ ନାରା ଦେଇ ତାଙ୍କର ସ୍ୱାଗତ କରିଥିଲେ । ଅଧିକ ପଢନ୍ତୁ

ରାମଲାଲଙ୍କ ଭକ୍ତିରେ ବିଭୋର ମୁସଲମାନ ଭକ୍ତ
ରାମଲାଲଙ୍କ ଭକ୍ତିରେ ବିଭୋର ମୁସଲମାନ ଭକ୍ତ

ଲକ୍ଷ୍ମୌ: ରାମନଗରୀ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଛି । ସିଂହାସନ ଉପରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ଦେଶ ବିଦେଶରୁ ଅନେକ ରାମ ଭକ୍ତ ଅଯୋଧ୍ୟାକୁ ଧାଇଁ ଆସୁଛନ୍ତି ରାମଲାଲାଙ୍କ ଭବ୍ୟରୂପର ଦର୍ଶନ ପାଇଁ । ତେବେ ମୁସଲମାନ ରାମଭକ୍ତ ସବନମ ଶେଖଙ୍କୁ ନେଇ ଏବେ ଚର୍ଚ୍ଚା ଜୋର । ଶ୍ରୀରାମଙ୍କ ଦର୍ଶନ ପାଇଁ ରାମ ଭକ୍ତ ସବନମ ଶେଖ୍ ମୁମ୍ବାଇରୁ ଅଯୋଧ୍ୟା ପାଦରେ ଚାଲି ଚାଲି ଆସିଛନ୍ତି । ହାତରେ ରାମ ପତାକା ଧରି ବୁର୍ଖା ପିନ୍ଧି ସେ ରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଶନିବାର ସେ ଉତ୍ତରପ୍ରଦେଶର ଆମେଠି ଠାରେ ପହଞ୍ଚିଛନ୍ତି । ଏହି ସମୟରେ ଲୋକମାନେ ତାଙ୍କୁ ଜୟ ଶ୍ରୀରାମ ନାରା ଦେଇ ତାଙ୍କର ସ୍ୱାଗତ କରିଥିଲେ ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ପ୍ରଭୁ ଶ୍ରୀରାମ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇବା ପାଇଁ କାଇଁ କେତେ ଦୂରରୁ ଛୁଟି ଆସୁଛନ୍ତି ଭକ୍ତ । ଏଭଳି ଜଣେ ରାମ ଭକ୍ତ ମହାରାଷ୍ଟ୍ରର ମୁମ୍ବାଇରୁ ପାଦରେ ଚାଲିଚାଲି ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି । ମୁସଲମାନ ହୋଇଥିଲେ ମଧ୍ୟ ସବନମ ଶେଖ୍ ଶ୍ରୀରାମଙ୍କୁ ପୂଜା କରିବା ସହ ତାଙ୍କ ଦର୍ଶନ ନିମନ୍ତେ ଅଯୋଧ୍ୟା ଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାମ ମନ୍ଦିର ନିର୍ମାଣ ପାଇଁ କରିଥିଲେ ପଣ, 31 ବର୍ଷ ହେଲା ପିନ୍ଧିନାହାନ୍ତି ଚପଲ

ମୁମ୍ବାଇ ବାସିନ୍ଦା ସବନମ ଶେଖ 21 ଡିସେମ୍ବର 2023ରୁ ମୁମ୍ବାଇରୁ ଅଯୋଧ୍ୟା ଅଭିମୁଖେ ବାହାରିଥିଲେ । ପାଦରେ ଚାଲି ଚାଲି ସେ ମୁମ୍ବାଇରୁ ଆସି ଆମେଠିରେ ପହଞ୍ଚିଛନ୍ତି । ତେବେ ସବନମ ବିକମ୍ ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି । ଏହି ପଦଯାତ୍ରାରେ ତାଙ୍କ ସହ ତାଙ୍କ ବନ୍ଧୁ ରମଣ ରାଜଶର୍ମା, ବିନୀତ ପାଣ୍ଡେ ପଦଯାତ୍ରା କରି ଅଯୋଧ୍ୟା ଅଭିମୁଖେ ଆସୁଛନ୍ତି । ଏବେସୁଦ୍ଧା ସେମାନେ 1500 କିଲୋମିଟର ଅତିକ୍ରମ କରି ସାରିଥିବା ବେଳେ ଆମେଠି ଠାରେ ପହଞ୍ଚିଛନ୍ତି । ଏହି ସମୟରେ ତାଙ୍କୁ ଶନିବାର ଦିନ ଉତ୍ତରପ୍ରଦେଶ ଆମେଠି ଠାରେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ ସ୍ଥାନୀୟ ଲୋକେ । ରାମ ନାରା ଦେଇ ପୁଷ୍ପ ବର୍ଷା କରି ତାଙ୍କର ସ୍ୱାଗତ କରାଯାଇଥିଲା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସବନମ ଧର୍ମକୁ ନେଇ ରାଜନୀତି କରୁଥିବା ନେତାମାନଙ୍କୁ ସିଧା ଟାର୍ଗେଟ କରିଥିଲେ ସବନମ । ସେ କହିଛନ୍ତି, "ମନ୍ଦିର, ମସଜିଦ, ଚର୍ଚ୍ଚ ସମସ୍ତ ଧର୍ମପୀଠକୁ ଯିବାକୁ ସମ୍ବିଧାନ ତାଙ୍କୁ ଅଧିକାର ଦେଇଛି । ସେ ମନ୍ଦିର ମଧ୍ୟ ଯାଇପାରିବେ । ଦେଶ ସମ୍ବିଧାନ ଅନୁସାରେ ଚାଲିଥାଏ ।"

ସେ ଆଉ ମଧ୍ୟ କହିଛନ୍ତି, "ମୁମ୍ବାଇରେ ଯେଉଁଁଠି ରହୁଛି ସେଠି ଅଧିକାଂଶ ହିନ୍ଦୁ ଲୋକମାନେ ରହୁଛନ୍ତି । ଛୋଟ ବେଳୁ ରାମଙ୍କ ପ୍ରତି ମୋ ମନରେ ଆସ୍ଥା ରହିଛି । ମୁଁ ସମସ୍ତ ହିନ୍ଦୁ ପର୍ବ ପର୍ବାଣୀ ବି ପାଳନ କରିଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.