ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ କରିଥିଲେ ପଣ, 31 ବର୍ଷ ହେଲା ପିନ୍ଧିନାହାନ୍ତି ଚପଲ

author img

By ETV Bharat Odisha Team

Published : Jan 18, 2024, 10:44 PM IST

Kolhapur ram Devotee: ପୁଣି ଚର୍ଚ୍ଚାରେ ଜଣେ ରାମ ଭକ୍ତ । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସଂକଳ୍ପରେ ଦୀର୍ଘ 31 ବର୍ଷ ଧରି ପିନ୍ଧିନାହାନ୍ତି ଚପଲ । ଅଧିକ ପଢନ୍ତୁ

Kolhapur ram Devotee
Kolhapur ram Devotee

ମୁମ୍ବାଇ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ କେତେ ଯେ ରାମଭକ୍ତ ନିଜ ଜୀବନରେ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ । ଗତ କିଛି ଦିନ ତଳେ ଜଣେ ବୃଦ୍ଧା ରାମ ମନ୍ଦିର ନିର୍ମାଣ ନେଇ ମନରେ ତପସ୍ୟା କରି ମୌନବ୍ରତ ରଖିଥିଲେ । ଏବେ ଠିକ ଏମିତି ଜଣେ ରାମ ଭକ୍ତଙ୍କୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଯିଏକି ରାମ ମନ୍ଦିର ନିର୍ମାଣ ନେଇ ମନରେ ପଣ କରି ଚପଲ ପିନ୍ଧା ଛାଡିଥିଲେ । ଆଜକୁ ପ୍ରାୟ 31 ବର୍ଷ ଧରି ସେ ଚପଲ ପିନ୍ଧୁନାହାନ୍ତି । ରାମ ମନ୍ଦିର ପ୍ରତିଷ୍ଠା ପରେ ସେ ପୁଣି ଚପଲ ପିନ୍ଧିବେ ବୋଲି କହିଛନ୍ତି ।

ଏହି ରାମଭକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର କୋହ୍ଲାପୁର ସହର ଅଧିବାସୀ ନିୱାସ ପାଟିଲ । ଯେପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ । 1990 ମସିହାରେ ରାମ ମନ୍ଦିର ନିର୍ମାଣକୁ ନେଇ ହୋଇଥିବା ଆନ୍ଦୋଳନରେ ଅନେକ କରସେବକ ଯୋଗ ଦେଇଥିଲେ । ପାଟିଲ ମଧ୍ୟ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେହି ଦିନଠାରୁ ସେ ଏହି ଶପଥ ନେଇଥିବା କହିଛନ୍ତି । ତେବେ ଆସନ୍ତା 22 ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବା ବେଳେ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ରାମ ମନ୍ଦିର ନିର୍ମାଣ ପାଇଁ ରଖିଥିଲେ ମୌନବ୍ରତ, ପ୍ରତିଷ୍ଠା ଉତ୍ସବରେ ଭାଙ୍ଗିବେ 30 ବର୍ଷର ତପସ୍ୟା

1992 ମସିହା ଡିସେମ୍ବର 6 ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ହୋଇଥିବା ଆନ୍ଦୋଳନରେ ଏହି ଅଞ୍ଚଳରୁ ଅନେକ କରସେବକ ଅଯୋଧ୍ୟା ଗସ୍ତ କରିଥିଲେ । ପାଟିଲଙ୍କ ସମେତ କୋହ୍ଲାପୁର ସିୟେ ଗ୍ରାମରୁ 35 ଜଣ ଅଯୋଧ୍ୟା ବାହାରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ପାଣ୍ଡୁରାଙ୍ଗ ପାଟିଲ, ବିଲାସ ବୁଆ, ସୁନିତା ବୁଆ, ବାବାସୋ ଛୌଗୁଲେ, ଶିବାଜୀ ବୁଆ, ସୁବର୍ଣ୍ଣା ବୁଆ, ସାମଭାଜି ପାଟିଲ, ବିଜୟ ଛୌଗୁଲେ, ନାରାୟଣ ଯାଦବ, ପ୍ରକାଶ ଯାଦବ, ଅନ୍ନାସାଓ ପାଟିଲ, ତାନାଜି ଭୋଗଲେ, ନିୱାସ ଯାଦବ, ବାବାସାହେବ ଚଭାନ, ଭୈରବନାଥ ଯାଦବ, ତାନାଜି ନାଲଭାଦେ, ଶଙ୍କର ପାଟିଲ, ନିଭର୍ତ୍ତି ଗିରି, ମାଧୁକାର ସୁତାର ମହାରାଜ, ହନୁମନ୍ତ ସିନ୍ଦେ, ସ୍ବର୍ଗତ ଆନନ୍ଦ ସିନ୍ଦେ, ବଲୱନ୍ତ ଛୌଗୁଲେ, ସାରଦା ଛୌଗୁଲେ, ତତୋବା ପାଟିଲ, ବାବୁରାଓ ସିନ୍ଦେ, ରାମଚନ୍ଦ୍ର ସିନ୍ଦେ, ସୁନୀଲ କମ୍ବଲେ, ନାରାୟଣ ସିନ୍ଦେ, ବାଲାସୋ ଛୌଗୁଲେ, ବାବୁରାଓ ପାଟିଲ, ମହାଦେବ ପାଟିଲ ।

ସୂଚନା ଥାଉ କି ଝାଡଖଣ୍ଡର ବୃଦ୍ଧା ସରସ୍ବତୀ ଦେବୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଏଭଳି ମନରେ ଶପଥ ନେଇଥିଲେ । ଏଥିଲାଗି ସେ ତିନି ଦଶନ୍ଧି ଧରି ମୌନବ୍ରତ ଧାରଣ କରିଥିଲେ । ତାଙ୍କ ଇଚ୍ଛା ଏବେ ପୂରଣ ହୋଇଥିବା ବେଳେ ଜାନୁଆରୀ 22 ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.