ETV Bharat / bharat

ଆଜି ଇଦ୍‌ ଉଲ୍-ଫିତର, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି - EID uL FITR

author img

By ETV Bharat Odisha Team

Published : Apr 11, 2024, 10:25 AM IST

Updated : Apr 11, 2024, 10:48 AM IST

Eid al Fitr
Eid al Fitr

Eid ul-Fitr 2024: ଆଜି ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ଇଦ୍ ଉଲ୍-ଫିତର । ମାସେ ଧରି ଚାଲିଥିବା ଧର୍ମମାସର ଶେଷ ଦିନରେ ପାଳନ ହୁଏ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।

ଆଜି ଇଦ୍‌ ଉଲ୍-ଫିତର

ନୂଆଦିଲ୍ଲୀ: ଆଜି ଇସଲାମ ଧର୍ମର ପବିତ୍ର ଇଦ୍ ଉଲ୍-ଫିତର ବା ଇଦ୍‌ ପର୍ବ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ମସଜିଦ । ସକାଳୁ ସକାଳୁ ମସଜିଦ ଗୁ଼ଡିକରେ ମୁସଲମାନ ଭାଇ ଭଉଣୀ ସାମୁହିକ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ ଶୁଭକାମନା ଜଣାଉଛନ୍ତି । ଗତକାଲି ରାତିରେ ଜହ୍ନ ଦେଖିବା ପରେ ଆଜି ଇଦ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଇଦ୍‌ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସେ ଟ୍ବିଟ କରି ଲେଖିଛନ୍ତି, ''ପବିତ୍ର ପର୍ବ 'ସରହୁଲ' ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂତନ ବର୍ଷର ଆଗମନର ପ୍ରତୀକ ଏହି ପର୍ବ ଆମକୁ ପ୍ରେମ ଏବଂ ପ୍ରକୃତି ପ୍ରତି ସମ୍ମାନର ବାର୍ତ୍ତା ଦେଇଥାଏ । ସମସ୍ତ ଦେଶବାସୀ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ ଏବଂ ମାନବିକତାର କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରନ୍ତୁ ବୋଲି ମୁଁ ମଙ୍ଗଳକାମନା କରୁଛି ।''

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ''ଇଦ୍ ଉଲ୍-ଫିତର ଅସବରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ପବିତ୍ର ଇଦ୍‌ ସମସ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧତା ଦେଇଥାଏ ଓ ଆମକୁ ଦୟା, କରୁଣା ଏବଂ ପ୍ରେମ ପଥରେ ଆଗେଇ ନେଇଯାଇଥାଏ । ''

ଇଦ୍ କଣ ?

ମୁସଲମାନଙ୍କ ପବିତ୍ର ମାସ ହେଉଛି ରମଜାନ ମାସ । ଏହି ମାସରେ ରୋଜା ରଖି ମସଜିଦରେ ନମାଜ ପାଠ କରିଥାନ୍ତି ମୁସଲମାନ ଭାଇ ଭଉଣୀ । ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ । ମାସର ଶେଷ ରାତିରେ ଜହ୍ନ ଦେଖିବା ପରେ ପରଦିନ ଧୁମଧାମରେ ଇଦ ପାଳନ କରନ୍ତି । ଏହି ଅବସରରେ ପରସ୍ପରକୁ ଆଲିଙ୍ଗନ କରିବା ସହ ଇଦ ମୁବାରକ ଜମାଇଛନ୍ତି ସମସ୍ତେ । ଇଦ୍ ଉଲ୍-ଫିତର, ଇଦ୍‌ର ଅର୍ଥ ହେଉଛି ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା । ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ । ଏଇଦିନ ସାରା ବିଶ୍ୱର ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି । ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛି ଦାନ ବା ଭିକ୍ଷା ଦେଇଥାନ୍ତି । ଏହି ଦାନକୁ ଜକାତ ଉଲ-ଫିତ୍ର କୁହାଯାଏ ।

Last Updated :Apr 11, 2024, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.