ETV Bharat / bharat

ମୋଦିଙ୍କ ନିର୍ବାଚନୀ ଭେଟି ! ଲିଟର ପିଛା 2ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

author img

By ETV Bharat Odisha Team

Published : Mar 14, 2024, 10:19 PM IST

ଲିଟର ପିଛା 2 ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ
ଲିଟର ପିଛା 2 ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

Petrol and Diesel prices reduced by Rs 2 per litre: ନିର୍ବାଚନ ପୂର୍ବରୁ ଲିଟର ପିଛା 2 ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ । ପେଟ୍ରୋଲିୟମ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ମୋଦିଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଦେଶରେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ଆଜି ମୋଦି ସରକାର ସାରା ଦେଶରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଲିଟର ପିଛା 2 ଟଙ୍କା ହ୍ରାସ କରିଛନ୍ତି । ମାର୍ଚ୍ଚ 15 (ଆସନ୍ତାକାଲି) ଠାରୁ ଏହି ନୂତନ ତଥା ପରିବର୍ତ୍ତିତ ଦର ଲାଗୁ ହେବ । ତୈଳ ମାର୍କେଟିଂ କମ୍ପାନୀଗୁଡିକର ସୂଚନା ଅନୁସାରେ, ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ସରକାର ସଂଶୋଧନ କରିଛନ୍ତି । ଉଭୟ ତୈଳ ଇନ୍ଧନର ମୂଲ୍ୟ ଲିଟର ପିଛା 2 ଟଙ୍କା ହ୍ରାସ ପାଇଛି । ଏହି ନୂତନ ଦର ସହ 15 ତାରିଖ ସକାଳ 6 ଟାରୁ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବ ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ‘ଏକ୍ସ’ରେ ଏହି ଦର ହ୍ରାସ ସମ୍ପର୍କରେ ପୋଷ୍ଟ କରି ଏହି ସୂଚନା ଦେଇଛି । ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହେବା ଦ୍ୱାରା ଗ୍ରାହକଙ୍କ ଖର୍ଚ୍ଚରେ ମଧ୍ୟ ହ୍ରାସ ଘଟିବ । ଦେଶରେ ଯାତାୟତ କରୁଥିବା 58 ଲକ୍ଷରୁ ଅଧିକ ଭାରିଯାନ, 6 କୋଟିରୁ ଅଧିକ କାର ଏବଂ ପେଟ୍ରୋଲରେ ଚାଲୁଥିବା 27 କୋଟିରୁ ଅଧିକ ଦୁଇଚକିଆ ଯାନରେ ବ୍ୟବହୃତ ଇନ୍ଧନ ଖର୍ଚ୍ଚରାଶି ହ୍ରାସ ପାଇବ ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନ ଆୟୋଗ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ ହେଲା ନିର୍ବାଚନୀ ବଣ୍ଡ ତଥ୍ୟ

ଏହା ମଧ୍ୟ ପଢନ୍ତୁ :- ବାସଭବନରେ ପଡି ମମତା ବାନାର୍ଜୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଏଥି ସହ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ସେ ମୋଦି ପରିବାର ବାଖ୍ୟାନକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି । ପୁରୀ କହିଛନ୍ତି, ‘‘ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 2 ଟଙ୍କା ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରିବାରର କଲ୍ୟାଣ ତଥା ସୁବିଧା ନିଶ୍ଚିତ କରିବାକୁ ପ୍ରମାଣ କରିଛନ୍ତି । ଭାରତୀୟମାନଙ୍କ ସୁବିଧା ସର୍ବଦା ତାଙ୍କର ଲକ୍ଷ୍ୟ ।’’ ଏହା ସହ ବିଭାଗୀୟ ମନ୍ତ୍ରୀ ପୁରୀ ବିଶ୍ବର ବର୍ତ୍ତମାନ ତୈଳ ଓ ଇନ୍ଧନ ଜଗତ ସମ୍ପର୍କରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି । ଏହା ମୋଦି ସରକାରଙ୍କ ଏକ ବୃ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ବିରୋଧୀମାନେ ଏହାକୁ ନିର୍ବାଚନ ସହ ଯୋଡି ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.