ETV Bharat / bharat

ରାମେଶ୍ବରମ କାଫେ ବିସ୍ଫୋରଣର ଖୁଲାସା, ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କଲା NIA - Rameshwaram cafe blast

author img

By ETV Bharat Odisha Team

Published : Apr 5, 2024, 7:58 PM IST

RAMESHWARAM CAFE BLAST: ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଖୁଲାସା । ମୁଖ୍ୟ ଅଭିୟୁକ୍ତ ଓ ତାର ସହଯୋଗୀକୁ ଚିହ୍ନଟ କଲା ଏନଆଇଏ । ଅଧିକ ପଢନ୍ତୁ

RAMESHWARAM CAFE BLAST
RAMESHWARAM CAFE BLAST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ସ୍ଥିତ ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣା । ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ମୁଖ୍ୟ ଅଭିଯୁକ୍ତର ନାମ ମୁସାଭିର ହୁସେନ ଶାଜିବ ହୋଇଥିବା ବେଳେ ତାର ସହଯୋଗୀ ଷଡ଼ଯନ୍ତ୍ରକାରୀ ଅବଗୁଲ ମଥିନ ତାହା ବୋଲି ଜଣାପଡ଼ିଛି । ଉଭୟ ରାଜ୍ୟର ଶିବମୋଗା ଜିଲ୍ଲାର ତିର୍ତ୍ତାହାଲି ଅଞ୍ଚଳର ବୋଲି କହିଛି ଏନଆଇଏ ।

ତଦନ୍ତକାରୀ ଏଜେନ୍ସିର କହିବାନୁସାରେ, ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ପଳାୟନ କରିଥିଲେ । ସେମାନଙ୍କୁ ଧରିବା ଲାଗି ଏଜେନ୍ସି ପକ୍ଷରୁ କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ ସମେତ ପ୍ରାୟ 18ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହାବାଦ ଯିଏ ବି ଏମାନଙ୍କ ସମ୍ବନ୍ଧରେ ଖବର ଦିଏ ତାକୁ 10 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ପଳାୟନ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ସଂଗ୍ରହ କରିବା ଲାଗି ସେମାନଙ୍କ କଲେଜ, ସ୍କୁଲ ଟାଇମ ବନ୍ଧୁମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣ; 7 ଦିନିଆ ରିମାଣ୍ଡରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ

ଚିକ୍କାମଗାଲୁରୁର ଖଲସା ଅଧିବାସୀ ମୁଜାମିଲ ଶରିଫକୁ ପୋଲିସ ଗତ ମାର୍ଚ୍ଚ 26 ତାରିଖରେ ଗିରଫ କରିଥିଲା । ସେ ମୁଖ୍ୟ ଅଭିଯୁକ୍ତର ଅନ୍ୟ ଜଣେ ସହଯୋଗୀ ଥିଲା । ଏବେ ତାକୁ ପୋଲିସ ହେପାଜତରେ ରଖାଯାଇଛି । ଲୁଚିଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ଏଜେନ୍ସି ସମସ୍ତଙ୍କ ସହଯୋଗ କାମନା କରିଥିଲା । ଏହା ଏକ ଆତଙ୍କୀ କାର୍ଯ୍ୟକଳାପ । କୌଣସି ପ୍ରତ୍ୟକ୍ଷଦର୍ଶୀଙ୍କ ପରିଚୟ ଲିକ୍‌ ହେବା ମଧ୍ୟ ସେମାନଙ୍କ ଜୀବନ ପ୍ରତି ବିପଦ । ଏହାସହ ଭୁଲ ସୂଚନା ପ୍ରସାରିତ ହେଲେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ । ଏଥିଲାଗି ସମସ୍ତଙ୍କୁ ତଦନ୍ତର ସହଯୋଗ କରିବା ଲାଗି ଏଜେନ୍ସି ପକ୍ଷରୁ କୁହାଯାଇଥିଲା । ତେବେ ଆଜି ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀଙ୍କ ପରିଚୟ ମିଳିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରିବା ଲାଗି ତଦନ୍ତ ଜାରି ରହିଛି ।

କଣ ଥିଲା ଘଟଣା ? :- ଗତ ମାର୍ଚ୍ଚ ମାସ ପହିଲାରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡ କୁନ୍ଦାଲାହାଲି ସ୍ଥିତ ରାମେଶ୍ବରମ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9 ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟବଶତଃ ଅଳ୍ପକେ ଅନେକ ବର୍ତ୍ତିୟାଇଥିଲେ । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣାର ଅଭିଯୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ହିଁ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.