ETV Bharat / bharat

ବିବାହ ଉତ୍ସବକୁ ଯାଉଥିଲେ ବିଜେପି ନେତା, ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ନକ୍ସଲ

author img

By ETV Bharat Odisha Team

Published : Mar 2, 2024, 11:38 AM IST

Naxalites killed BJP Leader in Chhattisgarh Bastar: ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲପନ୍ଥୀ । ଅଧିକ ପଢନ୍ତୁ

Naxalites killed BJP Leader
Naxalites killed BJP Leader

ରାୟପୁର: ନିର୍ବାଚନ ପୂର୍ବରୁ ମାତିଲେ ଲାଲବାହିନୀ । ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିବା ବେଳେ ଗାଡି ଅଟକାଇ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ । ଛଡିଶଗଡରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ନକ୍ସଲଙ୍କ ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଲେ ତିରୁପତି । ବିଜେପିର ମଣ୍ଡଳ ସଂଯୋଜକ ତିରୁପତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତିରୁପତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, "ବିବାହ ସମାରୋହରେ ଯୋଗଦେବାକୁ ବିଜେପି ନେତା ତଥା ବିଜେପିର ମଣ୍ଡଳ ସଂଯୋଜକ ତିରୁପତି ଯାଉଥିଲେ । ଅଧା ରାସ୍ତାରେ ନକ୍ସଲମାନେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା ।"

ବିଜେପି ନେତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଏବଂ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ । ତିରୁପତିଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ନକ୍ସଲମାନେ ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଏବଂ ଛାତିକୁ ଆକ୍ରମଣ କରିଥିଲେ । ତିରୁପତିଙ୍କ ଦେହାନ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବସ୍ତରରେ ମଧ୍ୟ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା ।

ଏନେଇ ଦୁଃଖପ୍ରକାର କରି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, "ବିଜେପି ନେତା ତଥା ବିଜେପିର ମଣ୍ଡଳ ସଂଯୋଜକ ତିରୁପତିଙ୍କ ଦେହାନ୍ତ ଖବର ଦୁଃଖଦାୟକ । ମୁଁ ଇଶ୍ବରଙ୍କୁ ପ୍ରାର୍ଥନା କରୁଛି ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ । ମୁଁ ତାଙ୍କ ସହିତ ରହିଛି । ନକ୍ସଲଙ୍କ ସହିତ ଆମର ଲଢେଇ ନିର୍ଣ୍ଣାୟକ ମୋଡରେ ରହିଛି । ସେମାନଙ୍କ ଯୋଜନାକୁ କେବେ ସଫଳ ହେବାକୁ ଦେବୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Chhattisgarh: ନିର୍ବାଚନର 3ଦିନ ପୂର୍ବରୁ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ

ପ୍ରକାଶ ଥାଉକି, 2023 ମସିହାରେ ପ୍ରଥମେ ଫେବୃଆରୀ 5 ତାରିଖରେ ବିଜେପି ନୀଳକଣ୍ଠ କୋକେମଙ୍କୁ ହତ୍ୟା କରିଥିଲେ । 10 ଫେବୃଆରୀ 2023 ରେ ସାଗର ସାହୁଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । 11 ଫେବୃଆରୀ 2023 ତାରିଖରେ ରାମଧର ଆଲାମି, ମାର୍ଚ୍ଚ 29 ତାରିଖରେ ରାମଜୀ ଦୋଡି, ଜୁନ୍ 21ରେ ଅର୍ଜୁନ କାକା, ଅକ୍ଟୋବର 20 ତାରିଖରେ ମୋହଲା ମନପୁର ବିରଜୁ ତରାମ, ନଭେମ୍ବର 4 ତାରିଖରେ ରତନ ଦୁବେଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.