ETV Bharat / bharat

ଘୁଞ୍ଚିଲା UGC-NET ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଦାବି ପରେ ନିଷ୍ପତ୍ତି - UGC NET exam Postponed

author img

By PTI

Published : Apr 29, 2024, 8:55 PM IST

UGC-NET
UGC-NET

UGC NET EXAM 2024: ପରୀକ୍ଷା ତାରିଖରେ ପରିବର୍ତ୍ତନ । ଛାତ୍ରଛାତ୍ରୀଙ୍କ ଫିଡବ୍ୟାକକୁ ନେଇ ନିଷ୍ପତ୍ତି ବଦଳାଇଲା ଏନଟିଏ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୟୁଜିସି ନେଟ ପରୀକ୍ଷା ତାରିଖରେ ପରିବର୍ତ୍ତନ । 2 ଦିନ ଘୁଞ୍ଚିଲା ପରୀକ୍ଷା । ଜୁନ 16 ପରିବର୍ତ୍ତେ ଜୁନ 18 ତାରିଖରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏନେଇ ଆଜି (ସୋମବାର) ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଓ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ନିଷ୍ପତ୍ତି ନେଇଛି । ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ପରୀକ୍ଷାର ତାରିଖକୁ ପରିବର୍ତ୍ତନ କରାଯାଇଛି ।

ପୂର୍ବରୁ ୟୁଜିସି-ନେଟ ପରୀକ୍ଷା ସିବିଟି ମୋଡ୍‌ରେ ହେଉଥିବା ବେଳେ ଚଳିତ ବର୍ଷ ଓଏମଆର ମୋଡରେ ପରୀକ୍ଷା ହେବାକୁ ଯାଉଛି । ଏନେଇ ଖୁବଶୀଘ୍ର ଏନଟିଏ ଏକ ବିଧିବଦ୍ଧ ନୋଟିସ ଜାରି କରିବାକୁ ଯାଉଛି । ଏନେଇ ୟୁଜିସି ଚେୟାରମ୍ୟାନ ଏମ ଜଗଦୀଶ କୁମାର ଏକ୍ସ ସାଇଟରେ ପୋଷ୍ଟ କରି କହିଛନ୍ତି," ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଓ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ନିଷ୍ପତ୍ତି ନେଇଛି ଯେ ୟୁଜିସି-ନେଟ୍‌ ପରୀକ୍ଷା ଜୁନ 16 ତାରିଖ ପରିବର୍ତ୍ତେ ଜୁନ 18 ତାରିଖରେ ଅନୁଷ୍ଠିତ ହେବ । ଏନେଇ ଅନେକ ପରୀକ୍ଷାର୍ଥୀଙ୍କ ଫିଡବ୍ୟାକ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଗୋଟିଏ ଦିନରେ NTA ୟୁଜିସି-ନେଟ୍‌ ପରୀକ୍ଷା OMR ମୋଡରେ କରିବ ।"

UGC-NET ପରୀକ୍ଷା କଣ ? :- 'ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଆୱାର୍ଡ ଏବଂ ସହକାରୀ ପ୍ରଫେସର ଭାବରେ ନିଯୁକ୍ତି', 'ସହକାରୀ ପ୍ରଫେସର ଭାବରେ ନିଯୁକ୍ତି ଏବଂ ପିଏଚଡିରେ ଆଡମିଶନ' ଏବଂ ଭାରତୀୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ 'କେବଳ ପିଏଚଡିରେ ଆଡମିଶନ' ପାଇଁ ଭାରତୀୟ ପରୀକ୍ଷାର୍ଥୀଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ UGC-NET ହେଉଛି ଏକ ପରୀକ୍ଷା ।

ଏହା ବି ପଢନ୍ତୁ- UGC NET ପରୀକ୍ଷାରେ ୯୯ ପ୍ରତିଶତ ରଖିଲେ ପଶ୍ଚିମବଙ୍ଗର ଭିନ୍ନକ୍ଷମ ଝିଅ ପିୟାଷା

ଏହା ବି ପଢନ୍ତୁ- ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ପାଇଁ ବାରଣ ନାହିଁ: NTA

ସୂଚନା ଥାଉ କି ଆଙ୍ଗୁଠିରେ ଭୋଟ୍ କାଳି ଲାଗିଥିଲେ କୌଣସି ପ୍ରକାର ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି କିଛି ଦିନ ତଳେ ସୋସିଆଲ ମିଡିଆରେ ଗୁଜବ ଦେଖିବାକୁ ମିଳିଥିଲା । ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଛାତ୍ରଛାତ୍ରୀ ଚିନ୍ତିତ ହୋଇପଡ଼ିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏଭଳି ଅପପ୍ରଚାରକୁ ଖଣ୍ଡନ କରିଛି ଏନଟିଏ (ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି) । ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ବି ପରୀକ୍ଷା ପାଇଁ କୌଣସି ବାରଣ ନାହିଁ ବୋଲି କହିଛି ଏନଟିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.