ETV Bharat / bharat

UGC NET ପରୀକ୍ଷାରେ ୯୯ ପ୍ରତିଶତ ରଖିଲେ ପଶ୍ଚିମବଙ୍ଗର ଭିନ୍ନକ୍ଷମ ଝିଅ ପିୟାଷା

author img

By

Published : Nov 8, 2022, 8:09 AM IST

କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇଯାଏ । ଏହି ଉକ୍ତିର ସତ୍ୟତା ପ୍ରମାଣିତ କରିଛନ୍ତି ପଶ୍ଚିମବଙ୍ଗ ନାଦିଆ ଜିଲ୍ଲା ଶାନ୍ତିପୁର ଅଞ୍ଚଳର ପିୟାଷା ମହଲଦାର । ଅଧିକ ପଢ଼ନ୍ତୁ

ଶାନ୍ତିପୁରର ପିୟାଶା ମହଲଦାର,  UGC NET ପରୀକ୍ଷାରେ ଉତ୍ତୀର୍ଣ୍ଣ
ଶାନ୍ତିପୁରର ପିୟାଶା ମହଲଦାର, UGC NET ପରୀକ୍ଷାରେ ଉତ୍ତୀର୍ଣ୍ଣ

କୋଲକାତା: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇଯାଏ । ଏହି ଉକ୍ତିର ସତ୍ୟତା ପ୍ରମାଣିତ କରିଛନ୍ତି ପଶ୍ଚିମବଙ୍ଗ ନାଦିଆ ଜିଲ୍ଲା ଶାନ୍ତିପୁର ଅଞ୍ଚଳର ପିୟାଶା ମହଲଦାର । ପିୟାଶା UGC-NET ପରୀକ୍ଷା ୨୦୨୨ରେ ୯୯.୩୧ ପ୍ରତିଶତ ହାସଲ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପିୟାଷାଙ୍କ ଜଣେ ଦିବ୍ୟାଙ୍ଗ । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ, ଅନ୍ୟର ବିନା ସହାୟତାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି ନାହିଁ ପିୟାଷା ।

ଶାନ୍ତିପୁରର ପିୟାଶା ମହଲଦାର,  UGC NET ପରୀକ୍ଷାରେ ଉତ୍ତୀର୍ଣ୍ଣ
ଶାନ୍ତିପୁରର ପିୟାଶା ମହଲଦାର, UGC NET ପରୀକ୍ଷାରେ ଉତ୍ତୀର୍ଣ୍ଣ

ଶାନ୍ତିପୁର ଥାନା ପଟେଶ୍ବରୀ ଗଳିରେ ରୁହନ୍ତି ପିୟାଷା ମହଲଦାର । ପିଲାଟିବେଳୁ ହିଁ ପିୟାଷା ନାନା ରୋଗର ଶିକାର ହୋଇଥିଲେ । ଯାହାଫଳରେ ସେ ଚଲାବୁଲାରେ କରି ପାରନ୍ତି ନାହିଁ । ଏହାସତ୍ତ୍ବେ ପିଲାଟି ଦିନରୁ ତାଙ୍କର ପାଠପଢ଼ା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । ଇଣ୍ଟର ପଢ଼ିବା ସମୟରେ ହିଁ ପିୟାଷା ଅନେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିଲେ । ଗତ ସେପ୍ଟେମ୍ବର ମାସରେ ସେ UGC-NET ପରୀକ୍ଷା ଦେଇଥିଲେ ପିୟାଷା । ସେ ସମୟରେ ପରୀକ୍ଷା ହଲ୍‌ରେ ଶୋଇ ରହି ହିଁ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷାରେ ୯୯.୩୧ ପ୍ରତିଶତ ହାସଲ କରି ସମସ୍ତଙ୍କୁ ଚକିତ କରିଛନ୍ତି ।

ପିୟାଷାଙ୍କ ସଫଳତାକୁ ନେଇ ତାଙ୍କ ପରିବାର ଓ ବନ୍ଧୁବର୍ଗରେ ଖୁସିର ମାହୋଲ ରହିଛି । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବଙ୍ଗାଳି ଭାଷାରେ ସ୍ନାତ୍ତକତ୍ତୋର କରିଛନ୍ତି ପିୟାଷା । ଭବଷ୍ୟତରେ Ph.D ଲାଭ କରି ଜଣେ ସହକାରୀ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଛନ୍ତି ପିୟାଷା । ଏହାକୁ ନେଇ ସେ କହଛନ୍ତି, "ଗତ ସେପ୍ଟେମ୍ବର ୨୩ ତାରିଖରେ ମୁଁ ପରୀକ୍ଷା ଦେଇଥିଲା । ଗତକାଲି ପରୀକ୍ଷା ଫଳ ବାହାରିଛି । ଜୁନିଅର ରିସର୍ଜ ଫେଲୋ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମୁଁ ବହୁତ ଖୁସି । ବର୍ତ୍ତମାନ ମୁଁ Ph.D କରିବାକୁ ଚାହୁଁଛି । ଏଥିପାଇଁ ମୁଁ ଯୋଗ୍ୟତା ହାସଲ କରିଛି । ତାସହିତ ମୁଁ ବର୍ତ୍ତମାନ ସରକାରୀ ପ୍ରଫେସର ପଦରେ ଆବେଦନ କରିବା ପାଇଁ ଯୋଗ୍ୟତା ହାସଲ କରିଛି ।"

ପିୟାଷା କଲ୍ୟାଣୀ ବିଶ୍ବବିଦ୍ୟାଳୟରେ Ph.D କରିବେ ବୋଲି ଚିନ୍ତା କରିଛନ୍ତି । କାରଣ ଏହି ବିଶ୍ବବିଦ୍ୟାଳୟ ତାଙ୍କ ଘରଠାରୁ ନିକଟରେ ରହିଛି । ପିୟାଷାଙ୍କ ସଂଘର୍ଶକୁ ବର୍ତ୍ତମାନ ପ୍ରତ୍ୟେକ ବାଃ ବାଃ କରିବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.