ETV Bharat / bharat

ଜେଲରେ ଭାବୁକ ହେଲେ ସିସୋଦିଆ: ଲେଖିଲେ ଚିଠି, 'ଲଭ ୟୁ ଅଲ୍, ଖୁବଶୀଘ୍ର ଦେଖା ହେବା' - SISODIA LETTER FROM TIHAR JAIL

author img

By ETV Bharat Odisha Team

Published : Apr 5, 2024, 10:59 AM IST

Manish Sisodia
Manish Sisodia

Manish Sisodia letter from jail: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଏକ ଚିଠି ଲେଖିଛନ୍ତି । ' ସ୍ୱାଧୀନତା ସମୟରେ ସମସ୍ତେ ଯେପରି ଯୁଦ୍ଧ କରିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ । ଏକ ବିକଶିତ ଦେଶ ହେବାକୁ ହେଲେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ରହିବା ଆବଶ୍ୟକ ।' ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ' ଗତ ଏକ ବର୍ଷ ଧରି ସମସ୍ତେ ମନେ ପଡୁଛନ୍ତି । ଆମେ ଶୀଘ୍ର ବାହାରେ ଭେଟିବା । ଲଭ ୟୁ ଅଲ୍ ।' ଜେଲରୁ ଏଭଳି ଭାବ ବିହ୍ବଳ ପୂର୍ଣ୍ଣ ଚିଠି ଲେଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତିହାର ଜେଲରୁ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ପାତପରଗଞ୍ଜ ଲୋକଙ୍କୁ ଏହି ଚିଠି ଲେଖିଛନ୍ତି । ପ୍ରକାଶଥାଉକି, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ 1 ବର୍ଷରୁ ଅଧିକ ସମୟ ଧରି ତିହାର ଜେଲ୍‌ରେ ଅଛନ୍ତି ।

ମନୀଷ ସିସୋଦିଆ ଚିଠିରେ ଲେଖିଛନ୍ତି, "ଗତ ଏକ ବର୍ଷ ଧରି ସମସ୍ତେ ମନେ ପଡୁଛନ୍ତି । ସମସ୍ତେ ବହୁତ ସଚ୍ଚୋଟତା ସହିତ ଏକାଠି କାମ କରିଥିଲେ । ଯେପରି ସମସ୍ତେ ସ୍ୱାଧୀନତା ସମୟରେ ଯୁଦ୍ଧ କରିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ । ବ୍ରିଟିଶ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଥିଲା । ସେହିଭଳି, ଦିନେ ପ୍ରତ୍ୟେକ ପିଲା ଉପଯୁକ୍ତ ଏବଂ ଭଲ ଶିକ୍ଷା ପାଇବେ । ବ୍ରିଟିଶମାନେ ମଧ୍ୟ ସେମାନଙ୍କର ଶକ୍ତି ପାଇଁ ବହୁତ ଗର୍ବିତ ଥିଲେ । ମିଥ୍ୟା ଅଭିଯୋଗରେ ଲୋକଙ୍କୁ ଜେଲରେ ରଖିଥିଲେ । ବ୍ରିଟିଶମାନେ ଗାନ୍ଧୀଙ୍କୁ ବହୁ ବର୍ଷ ଜେଲରେ ରଖିଥିଲେ । ଏହା ମୋକ ପ୍ରେରଣା ଏବଂ ଆପଣମାନେ ମୋର ଶକ୍ତି । ଏକ ବିକଶିତ ଦେଶ ହେବାକୁ ହେଲେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ରହିବା ଆବଶ୍ୟକ ।"

ସେ ଆହୁରି ମଧ୍ୟ ଲେଖିଛନ୍ତି , "ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି ଆସିଥିବାରୁ ମୁଁ ବହୁତ ଖୁସି । ବର୍ତ୍ତମାନ ପଞ୍ଜାବ ଶିକ୍ଷାକ୍ରାନ୍ତି ଖବର ପଢି ବହୁତ ଖୁସି ଲାଗୁଛି । ଜେଲରେ ରହି ତୁମ ପ୍ରତି ମୋର ପ୍ରେମ ଆହୁରି ବୃଦ୍ଧି ପାଇଛି । ଆପଣମାନେ ମୋ ସ୍ତ୍ରୀ ଓ ପରିବାର ଲୋକଙ୍କ ଯତ୍ନ ନେଇଛନ୍ତି । ମୋ ସ୍ତ୍ରୀ ସୀମା ଆପଣମାନଙ୍କ କଥା କହି ଭାବୁକ ହୋଇପଡେ । ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ । "

ଏହା ମଧ୍ୟ ପଢନ୍ତୁ: ଆଜି ବି ମିଳିଲାନି ଆଶ୍ବସ୍ତି, 17 ଦିନ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

2023ରେ ଗିରଫ ହୋଇଥିଲେ ସିସୋଦିଆ: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରଥମେ ଅଗଷ୍ଟ 2022ରେ ଗିରଫ ହୋଇଥିଲେ ସିସୋଦିଆ । ଅନ୍ୟ ଅଭିଯୁକ୍ତଙ୍କ ସହ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାପରେ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ଫେବୃଆରୀ 2023 ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ଏହି ମାମଲାରେ ସେ ଜାମିନ ପାଇଁ ଅନେକ ଆବେଦନ କରିଛନ୍ତି କିନ୍ତୁ ତାଙ୍କୁ ଜାମିନ ମିଳିନାହିଁ । ମାର୍ଚ୍ଚ 21ତାରିଖରେ ଇଡି ମଧ୍ୟ ଏହି ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.