ETV Bharat / bharat

ପ୍ରେମ ଦିବସରେ ରକ୍ତମୁଖା ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା

author img

By ETV Bharat Odisha Team

Published : Feb 15, 2024, 7:53 AM IST

ସ୍ତ୍ରୀର ମୁଣ୍ଡ କାଟିଲା ସ୍ବାମୀ
Man kills Wife

Man kills Wife: ଭାଲେଣ୍ଟାଇନ ଡେ'ରେ ହୃଦୟ ବିଦାରକ ଘଟଣା । ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ନୃଶଂସ ସ୍ୱାମୀ । ଅଧିକ ପଢନ୍ତୁ

କୋଲକାତା: ପ୍ରେମ ଦିବସରେ ନୃଶଂସ ପାଲଟିଲା ସ୍ୱାମୀ । ସାତଜନ୍ମ ପାଇଁ ସାଥି ହୋଇ ସୁରକ୍ଷା କବଚ ସାଜିବାକୁ କଥା ଦେଇଥିବା ସ୍ୱାମୀ ପାଲଟିଲା ରାକ୍ଷାସ । ପାରିବାରିକ କଳହକୁ ନେଇ ସ୍ତ୍ରୀ ରକ୍ତରେ ହୋଲି ଖେଳିଲା । ଭାଲେଣ୍ଟାଇନ ଡେ'ରେ କାଟିଲା ସ୍ତ୍ରୀର ମୁଣ୍ଡ । ଶରୀରରୁ ମୁଣ୍ଡକୁ ଅଲଗା କରି ରାସ୍ତାରେ ଧରି ଚାଲିଲା । ଏଭଳି ଏକ ଚାଞ୍ଚଲ୍ୟ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅନ୍ତର୍ଗତ ଚିସ୍ତିପୁରର ପତାଶପୁର ଅଞ୍ଚଳରୁ । ଅଭିଯୁକ୍ତ ନିଜ ସ୍ତ୍ରୀର କଟାମୁଣ୍ଡ ଧରି ରାସ୍ତାରେ ବୁଲୁଥିବା ବେଳେ ଲୋକେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପୋଲିସ ଖବର ପାଇ ନୃଶଂସ ସ୍ୱାମୀକୁ ଗିରଫ କରିଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଚିସ୍ତିପୁରର ପତାଶପୁର ଅଞ୍ଚଳରେ ଜଣେ ବ୍ୟକ୍ତି ସ୍ତ୍ରୀର କଟାମୁଣ୍ଡକୁ ଧରି ରାସ୍ତାରେ ବୁଲିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ସେ ନିଜ ସହିତ ନିଜେ କଥା ହେଉଥିବା ନଜର ଆସିଥିଲେ । ସେ କେତେବେଳେ ରାସ୍ତାରେ କଟାମୁଣ୍ଡ ଧରି ବୁଲୁଥିଲେ ତ ଆଉ କେତେବେଳେ ନିଜ ସହ ନିଜେ କଥା ହେଉଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବତରଣ ଦେଖାଯାଇଥିଲା । କଟାମୁଣ୍ଡ ଦେଖି ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Shraddha Murder: ମିଳୁନି ଶ୍ରଦ୍ଧାଙ୍କ କଟାମୁଣ୍ଡ, ଅଫତାବଙ୍କ ଘରେ ପୋଲିସର ଛାନଭିନ

ପୋଲିସର ତଥ୍ୟ ଅନୁସାରେ, ଏହି ଭୟାନକ ଘଟଣା ଫେବୃଆରୀ ୧୪ ତାରିଖ ଦ୍ୱିପ୍ରହର ପ୍ରାୟ ୧୨ଟା ୪୫ ସମୟରେ ହୋଇଥିଲା । ଅଭିଯୁକ୍ତର ନାମ ଗୌତମ ଗୁଚେତ, ବୟସ ୪୦ ବର୍ଷ । ସେ ଚିସ୍ତିପୁରର ପତାଶପୁର ଅଞ୍ଚଳର ବାସିନ୍ଦା । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଅଲଗା କରିଦେଇଥିଲା ଗୌତମ । ଏହାପରେ କଟାମୁଣ୍ଡକୁ ଧରି ରାସ୍ତାରେ ଏକ ଘଣ୍ଟା ବୁଲିଥିଲା । ହତ୍ୟା ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି । ତେବେ ପ୍ରାଥମିକ ଅନୁସନ୍ଧାନରେ ତାଙ୍କର ମାନସିକ ଅବସ୍ଥା ଠିକ ନଥିବା କଥା ପୋଲିସ ପକ୍ଷରୁ କୁହାଯାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ବୁଧବାର ଉଭୟଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ ହୋଇଥିଲା । ଫଳରେ କ୍ରୋଧିତ ହୋଇ ଗୌତମ ଏଭଳି କାଣ୍ଡ ଭିଆଇଥିବା ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.