ETV Bharat / bharat

102 ଆସନରେ 2019 ରେଜଲ୍ଟ : କେଉଁ ଦଳକୁ ମିଳିଥିଲା କେତେ ସିଟ୍ ? - LOK SABHA ELECTION 2024

author img

By ETV Bharat Odisha Team

Published : Apr 19, 2024, 10:08 AM IST

Lok Sabha Election 2024
Lok Sabha Election 2024

Lok Sabha Election 2024: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଏହି 102 ଆସନରେ କିପରି ଥିଲା 2019 ନିର୍ବାଚନ ଫଳାଫଳ, ନଜର ପକାନ୍ତୁ

ହାଇଦ୍ରାବାଦ: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ଆଜି ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ । 1625 ପ୍ରାର୍ଥୀଙ୍କର ହେଉଛି ଭାଗ୍ୟ ପରୀକ୍ଷା । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ତେବେ ଆଜି ଭୋଟ ଗ୍ରହଣ ହେଉଥିବା ଏହି 102 ଆସନ ମଧ୍ୟରୁ 2019 ସାଧାରଣ ନିର୍ବାଚନରେ ସର୍ବାଧିକ ଆସନ ବିଜେପି ଖାତାକୁ ଯାଇଥିଲା । ଜାଣନ୍ତୁ ଏହି 102 ଆସନ ମଧ୍ୟରୁ 2019 ନିର୍ବାଚନରେ କେଉଁ ଦଳ କେତେ ଆସନ ହାତେଇଥିଲେ...

ବିଜେପି ହାତେଇଥିଲା ସର୍ବାଧିକ 40 ଆସନ: 2019 ସାଧାରଣ ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା 102 ଆସନର ମଧ୍ୟରୁ ବିଜେପି ସର୍ବାଧିକ 40 ଆସନରେ ବିଜୟୀ ହୋଇଥିଲା । ଏହି 102 ଆସନରୁ ତାମିଲନାଡ଼ୁରେ ଶାସକ ଦଳ ଡିଏମ୍‌କେ ଦ୍ବିତୀୟ ସର୍ବାଧିକ 24 ଆସନ ହାତେଇ ଥିବାବେଳେ କଂଗ୍ରେସ କେବଳ 15 ଆସନରେ ଜିତି ପାରିଥିଲା । ସେହିଭଳି ବହୁଜନ ସମାଜ ପାର୍ଟି 3ଟି ଆସନ ଦଖଲ କରିଥିଲା । ସିପିଆଇ, ସିପିଏମ୍‌, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଓ ସମାଜବାଦୀ ପାର୍ଟି (ଏସ୍‌ପି) 2ଟି ଲେଖାଏଁ ଆସନ ଜିତିବାରେ ସଫଳ ହୋଇଥିଲେ । ସେହିଭଳି ଏହି 102 ଆସନ ମଧ୍ୟରୁ ଏଡିଏମ୍‌କେ, ଆଇୟୁଏମ୍‌ଏଲ୍‌, ଜେଡିୟୁ, ଏମ୍‌ଏନ୍‌ଏଫ୍‌, ଏନ୍‌ସିପି, ଏନ୍‌ଡିପିପି, ଏନ୍‌ପିଇପି, ଏନ୍‌ପିଏଫ୍‌, ଆର୍‌ଏଲ୍‌ଟିପି, ଏସ୍‌ଏଚ୍‌ଏସ୍‌, ଏସ୍‌କେଏମ୍‌ ଓ ଭିସିକେ ଭଳି ଦଳ ଗୋଟିଏ ଲେଖାଏଁ ଆସନ ନିଜ ସପକ୍ଷରେ ନେବାରେ ସଫଳ ହୋଇଥିଲେ ।

102 ଆସନର 2019 ନିର୍ବାଚନ ଫଳାଫଳ:-

ଦଳର ନାମଜିତିଥିବା ଆସନ ସଂଖ୍ୟା
BJP40
DMK24
INC15
BSP03
CPI02
CPM02
LJP02
SP02
ADMK01
IUML01
JD(U)01
MNF01
NCP01
NDPP01
NPEP01
NPF01
RLTP01
SHS01
SKM01
VCK01

ଏହା ମଧ୍ୟ ପଢ଼ନ୍ତୁ...102 ସିଟ୍‌ରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ; ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୋଦିଙ୍କ ଅପିଲ୍ - Lok Sabha Elections 2024

ଉଲ୍ଲେଖଥାଉ କି, ଏଥର ଦେଶରେ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି । ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହାସହିତ ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଆଜି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଆରମ୍ଭ ହୋଇଛି । ଅରୁଣାଚଳରେ 60 ଓ ସିକ୍କିମର 32 ବିଧାନସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ସେପଟେ ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଟ୍ବିଟ୍‌ ଯୋଗେ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.