ETV Bharat / bharat

ଜମ୍ମୁ-କାଶ୍ମୀର JeM ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ, ୪ ଆତଙ୍କୀ ସହଯୋଗୀ ଗିରଫ - Four Terror Associates Apprehend

author img

By ETV Bharat Odisha Team

Published : Mar 24, 2024, 12:39 PM IST

Etv Bharat
Etv Bharat

JeM Terror Module Busted: ଜମ୍ମୁ-କାଶ୍ମୀରରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ଜଡିତ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ । ୪ ଜଣ ଆତଙ୍କୀ ସହଯୋଗୀ ଗିରଫ । ଅଧିକ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ଶନିବାର ରାତିରେ ଶ୍ରୀନଗରରେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ସହ ଜଡିତ ଏକ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ ହୋଇଛି । ଏଥିସହ ୪ ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହା ମଧ୍ୟରେ ଗୋଟିଏ AK 56 ରାଇଫଲ, 3ଟି ମାଗାଜିନ, 7.62 x 39 mmର 75 ରାଉଣ୍ଡ ଗୁଳି, ଗୋଟିଏ ପିସ୍ତଲ, 26 ରାଉଣ୍ଡ 9 mm ଗୁଳି, 6ଟି ଚୀନ ନିର୍ମିତ ଗ୍ରେନେଡ ରହିଛି । ପୋଲିସ ଏସବୁ ସାମଗ୍ରୀ ଜବତ କରି ଅଧିକ ଛାନଭିନ୍ ଚଳାଇଛି ।

ଜମ୍ମୁ-କାଶ୍ମୀର JeM ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ, ୪ ଆତଙ୍କୀ ସହଯୋଗୀ ଗିରଫ
ଜମ୍ମୁ-କାଶ୍ମୀର JeM ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ, ୪ ଆତଙ୍କୀ ସହଯୋଗୀ ଗିରଫ

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ଗତକାଲି (ଶନିବାର) ସନ୍ଧ୍ୟାରେ ଶ୍ରୀନଗର ପୋଲିସ ସମେତ 50 ରାଷ୍ଟ୍ରୀୟ ରାଇଫଲ, କ୍ବିକ୍ ରିଆକ୍ସନ ଟିମ, 29 ବିଏନ ସିଆରପିଏଫ ଯବାନଙ୍କ ମିଳିତ ମୋବାଇଲ ଚେକ ପୋଷ୍ଟ (MVCP) ନାଓଗାମର କଣିହମା ଅଞ୍ଚଳରେ ମୁତୟନ ହୋଇଥିଲେ । ଚେକିଂ ସମୟରେ ଗୋଟିଏ ଧଳା ରଙ୍ଗର ଅଲ୍ଟୋ ଗାଡି ଉପରେ ପୋଲିସର ସନ୍ଦେହ ହୋଇଥିଲା । ଗାଡିକୁ ଅଟକାଇ ସେଥିରେ ବସିଥିବା ୪ ଜଣ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବାରୁ କେହି ସନ୍ତୋଷମୂଳକ ଜବାବ ଦେଇନଥିଲେ । ସନ୍ଦେହ ବଢିବାରୁ ପୋଲିସ ସେମାନଙ୍କ ସହ ପୁରା ଗାଡିର ଯାଞ୍ଚ କରିଥିଲା । ଏହି ସମୟରେ ସେମାନଙ୍କ ନିକଟରୁ ବନ୍ଧୁକ, ଗ୍ରେନେଡ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ଛତିଶଗଡ଼ରେ ଏନକାଉଣ୍ଟରରେ 2 ନକ୍ସଲ ନିପାତ, ରାୟପୁର ଏୟାରଲିଫ୍ଟ ହେଲେ 2 ଆହତ ଯବାନ - Anti Naxal Campaign

ଏହା ମଧ୍ୟ ପଢନ୍ତୁ: ଆତଙ୍କୀ ସଂଗଠନ ISISର ଭାରତ ମୁଖ୍ୟ ଗିରଫ


ଏହାପରେ ପୋଲିସ ସମସ୍ତ ୪ ଜଣଙ୍କୁ ଗିରଫ କରିନେଇଥିଲା । ଗିରଫ ବ୍ୟକ୍ତିମାନେ ମହମ୍ମଦ ୟସୀନ ଭଟ, ସେରାଜ ଅହମ୍ମଦ ରାଥେର, ଗୁଲାମ ହସନ ଖାଣ୍ଡେ ଏବଂ ଇମତିୟାଜ ଅହମ୍ମଦ ଭଟ ବୋଲି ପରିଚୟ ମିଳିଛି । ସମସ୍ତଙ୍କ ଘର ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ । ପ୍ରାଥମିକ ଯାଞ୍ଚରୁ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଏମାନଙ୍କର ଲିଙ୍କ ଥିବା ପୋଲିସ ସ୍ପଷ୍ଟ କରିଛି । ଏନେଇ ପୋଲିସ ୟୁଏପିଏ ଆକ୍ଟର ଧାରା 18, 23, 39 ସହିତ ଆଇପିସିର ଧାରା 120Bରେ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.