ETV Bharat / bharat

ଆତଙ୍କୀ ସଂଗଠନ ISISର ଭାରତ ମୁଖ୍ୟ ଗିରଫ

author img

By ETV Bharat Odisha Team

Published : Mar 21, 2024, 8:12 AM IST

Etv Bharat
Etv Bharat

Two top ISIS leaders arrested: ଆସାମରୁ ଆତଙ୍କବାଦୀ ସଂଗଠନ ISISର ଦୁଇ ଟପ୍ ନେତା ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ISISର ଭାରତ ମୁଖ୍ୟ ରହିଛି । ଅଧିକ ପଢନ୍ତୁ

ଗୌହାଟୀ: ଆତଙ୍କବାଦୀ ସଂଗଠନ ISISର ଭାରତ ମୁଖ୍ୟ ଗିରଫ । ଆସାମର ଧୁବ୍ରି ଅଞ୍ଚଳରୁ ISISର ଭାରତ ମୁଖ୍ୟ ହରିଶ ଆଜମଲ ଫାରୁକି ଏବଂ ତା'ର ଜଣେ ସହଯୋଗୀକୁ ଗିରଫ କରାଯାଇଛି । ଦୁହେଁ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବାବେଳେ ପଡୋଶୀ ବାଂଲାଦେଶ ଦେଇ ଆସାମରେ ବେଆଇନ ଭାବେ ପ୍ରବେଶ କରିଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଆସାମ ସ୍ପେଶାଲ ଟାସ୍କ ଫୋର୍ସ (STF) ଏକ ବଡ ଅପରେସନ ଚଳାଇ ଏହି ଦୁଇ ଟପ୍ ISIS ନେତାଙ୍କୁ ଗିରଫ କରିଛି ।

କୌଣସି ସୂତ୍ରରୁ ଏଜେନ୍ସିକୁ ସୂଚନା ମିଳିଥିଲା ଯେ, ଭାରତରେ ISISର ଦୁଇ ଟପ୍ ନେତା ଯିଏକି ପଡୋଶୀ ଦେଶରେ ଡେରା ପକାଇଥିଲେ, ଦୁହେଁ ହିଂସାକାଣ୍ଡ ଘଟାଇବାକୁ ଧୁବ୍ରି ସେକ୍ଟର ଦେଇ ଭାରତରେ ପ୍ରବେଶ କରିବେ । ଏହି ଖବର ମିଳିବା ମାତ୍ରେ ଦୁଇ ଆତଙ୍କୀଙ୍କୁ ଧରିବାକୁ ଆଇଜିପି ପାର୍ଥସାରଥୀ ମହନ୍ତଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଭାରତ-ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ସୀମା ଧୁବ୍ରି ଧର୍ମଶାଳା ଅଞ୍ଚଳରେ ବଡ ତଲାସି ଅଭିଯାନ ଚଳାଇଥିଲା । ଶେଷରେ ବୁଧବାର ଭୋର୍ ପ୍ରାୟ ୪ଟା ୧୫ ସମୟରେ ଧୁବ୍ରିର ଧର୍ମଶାଳା ଅଞ୍ଚଳରୁ ଏହି ଦୁଇ ISIS ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସାର ଦୁଇ ଆତଙ୍କବାଦୀ ଗିରଫ

ଏହା ମଧ୍ୟ ପଢନ୍ତୁ: ଜମ୍ମୁ କାଶ୍ମୀରରେ କଣ ରହିଛି ସ୍ଥିତି ? ‘ଇଟିଭି ଭାରତ’କୁ ଡିଜିପି ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସ୍ବତନ୍ତ୍ର ସାକ୍ଷାତକାର

ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଗୌହାଟୀ ସ୍ଥିତ ଏସଟିଏଫ ଅଫିସ ଅଣାଯାଇଥିଲା । ଦୁହିଁଙ୍କ ମଧ୍ୟରୁ ଜଣେ ଆଇଏସଆଇଏସ ଭାରତ ମୁଖ୍ୟ ହରିଶ ଫାରୁକି ଏବଂ ଅନ୍ୟ ଜଣେ ତାର ସହଯୋଗୀ ଅନୁରାଗ ସିଂହ ଓରଫ୍ ରେହମାନ ବୋଲି ପରିଚୟ ମିଳିଥିଲା । ଅନୁରାଗ ଧର୍ମ ପରିବର୍ତ୍ତନ କରି ଇସଲାମିକ ଧର୍ମ ଗ୍ରହଣ କରିଛି । ତା' ସ୍ତ୍ରୀ ଜଣେ ବାଂଲାଦେଶୀ ନାଗରିକ । ଉଭୟ ହରିଶ ଓ ଅନୁରାଗ ଏନଆଇର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ । ଉଭୟଙ୍କ ନାଁରେ ଏନଆଇଏ, ଲକ୍ଷ୍ନୌ ଏଟିଏସରେ ଅନେକ ମାମଲା ରହିଛି । ଏହି ଦୁଇ ଆତଙ୍କୀଙ୍କ ବିରୋଧରେ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆସାମ ଏସଟିଏଫ ଦୁହିଁଙ୍କୁ ଏନଆଇଏକୁ ହସ୍ତାନ୍ତର କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.