ETV Bharat / state

ଜମ୍ମୁ କାଶ୍ମୀରରେ କଣ ରହିଛି ସ୍ଥିତି ? ‘ଇଟିଭି ଭାରତ’କୁ ଡିଜିପି ରଶ୍ମି ରଞ୍ଜନ ସ୍ୱାଇଁଙ୍କ ସ୍ବତନ୍ତ୍ର ସାକ୍ଷାତକାର

author img

By ETV Bharat Odisha Team

Published : Feb 26, 2024, 12:35 PM IST

Updated : Feb 26, 2024, 1:26 PM IST

Jammu and Kashmir DGP Rashmi Ranjan Swain exclusive interview with ETV BHARAT: 'ଇଟିଭି ଭାରତ'ରେ ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ରଶ୍ମି ରଞ୍ଜନ ସ୍ବାଇଁଙ୍କ ସ୍ବତନ୍ତ୍ର ସାକ୍ଷାତକାର । 'ଧାରା 370 ଜମ୍ମୁ କାଶ୍ମୀରରୁ ହଟିବା ପରେ ବଦଳିଛି ସ୍ଥିତି । କମିଛି ଆତଙ୍କବାଦୀ କାର୍ଯ୍ୟକଳାପ '। ଅଧିକ ପଢନ୍ତୁ,

DGP Rashmi Ranjan Swain
DGP Rashmi Ranjan Swain

Rashmi Ranjan Swain

ରାଉରକେଲା: ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ଓଡିଆ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ । ଦେଶର ସମ୍ବେଦନଶୀଳ ସ୍ଥାନର ଗୁରୁ ଦାୟିତ୍ୱ ରାଉରକେଲାର ପୁଅ ରଶ୍ମିରଞ୍ଜନଙ୍କ କାନ୍ଧରେ ରହିଛି । 2023 ନଭେମ୍ବର 1 ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରଶ୍ମି ରଞ୍ଜନ। 'ଇଟିଭି ଭାରତ'କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଜାମ୍ମୁ କାଶ୍ମୀରର ସ୍ଥିତି ବିଷୟରେ କହିଛନ୍ତି ରଶ୍ମି ରଞ୍ଜନ ।

370 ଧାରା ଉଠିବା ପରେ ଜାମ୍ମୁ କାଶ୍ମୀରରେ ସ୍ଥିତି ବଦଳିଛି: ସାକ୍ଷାତକାରରେ ରଶ୍ମି ରଞ୍ଜନ ସ୍ବାଇଁ କହିଛନ୍ତି, ''ଜମ୍ମୁକାଶ୍ମୀରର ବର୍ତ୍ତମାନ ସ୍ଥିତି ପୁରୁଣା ସ୍ଥିତିଠାରୁ ବହୁତ ବଦଳିଛି । ପୂର୍ବରୁ ଜାମ୍ମୁ କାଶ୍ମୀରରେ ଯେଉଁଭଳି ଭାବେ ଆତଙ୍କବାଦ ବଢିଥିଲା ତାହା ଏବେ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି । ଟେରର ଇକୋ ସିଷ୍ଟମକୁ ନଷ୍ଟ କରିବାରେ କେନ୍ଦ୍ର ସରକାର ଏବଂ ଜାମ୍ମୁ କାଶ୍ମୀର ପୋଲିସ ବହୁତ ପଦକ୍ଷେପ ଗ୍ରହଣ କରିଛି । କେଉଁ ଆତଙ୍କବାଦୀ ପାଖରେ କେଉଁ ବନ୍ଧୁକ ବା ଅସ୍ତ୍ର ରହିଛି ସେନେଇ ପୋଲିସ ବିଭାଗ କାର୍ଯ୍ୟ କଳାପ ଉପରେ ମଧ୍ୟ ପୂର୍ବ ଅପେକ୍ଷା ପରିବର୍ତ୍ତନ ଆସିଛି । ଟେରରଙ୍କୁ ସପୋର୍ଟ କରିବାର ଯେଉଁ ତନ୍ତ୍ର କାମ କରୁଛି ବା ଯେଉଁମାନେ ଟେରର ଫଣ୍ଡିଂ, ଆତଙ୍କୀ ଗତିବିଧି ବଢ଼ାଇବା ସହ ଏହାକୁ ସ୍ଥାପନ ଏବଂ ସମାଜରେ ଏହାର ପ୍ରଭାବ ବିସ୍ତାର କରିବା ରେ ଲାଗିଛନ୍ତି, 370 ଧାରା ଉଠିବା ପରେ ଏହା ଉପରେ ଜବରଦସ୍ତ ପ୍ରହାର ହୋଇଛି । ତେବେ 370 ଧାରା ଉଠିବା ପରେ ଜାମ୍ମୁ କାଶ୍ମୀରରେ ସ୍ଥିତି ବଦଳିଛି । ''

ଏହା ମଧ୍ୟ ପଢନ୍ତୁ-JK New DGP: ଜମ୍ମୁ କାଶ୍ମୀରର ଡିଜିପି ଭାବେ ଦାୟିତ୍ବ ନେଲେ ଓଡିଆ IPS ରଶ୍ମୀ ରଞ୍ଜନ ସ୍ବାଇଁ

ପଥର ମାଡ଼ରେ ସମ୍ପୂର୍ଣ୍ଣ ରୋକ ଲାଗିଛି: ପୂର୍ବରୁ ଜମ୍ମୁକଶ୍ମୀରରେ ହେଉଥିବା ପଥର ମାଡ଼ ଉପରେ ମଧ୍ୟ କହିଛନ୍ତି ଜାମ୍ମୁ କାଶ୍ମୀର ଡିଜି।'' ପୂର୍ବରୁ ଯେଉଁଭଳି ଭାବରେ ପଥର ମାଡ଼ ହେଉଥିଲା ତାହାକୁ କେବଳ ପୋଲିସ ଏବଂ CRPF ଯବାନ ହିଁ ସାମ୍ନା କରିବାକୁ ଆସିଥାଆନ୍ତି । ପଥର ମାଡ଼ରେ ପ୍ରାୟ 50 ରୁ 60 ଯବାନ ସହିଦ ହେଉଥିଲେ ଏବଂ ସାଧାରଣ ଲୋକଙ୍କ ମଧ୍ୟ ଜୀବନ ଯାଉଥିଲା । ଗତ ତିନିବର୍ଷ ହେବ ସମ୍ପୂର୍ଣ୍ଣ ଭାବରେ ପଥର ମାଡ଼ରେ ରୋକ ଲାଗିଛି । ''

କାଶ୍ମୀର ନୂଆ ରୂପ ପାଇଛି: ''ବର୍ତ୍ତମାନ ମଧ୍ୟ ଜାମ୍ମୁ କାଶ୍ମୀରରେ ଟେରର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ଗଳା ବାଟ ଦେଇ କାଶ୍ମୀରକୁ ଆସୁଛନ୍ତି ଆତଙ୍କବାଦୀ । ଟନେଲ ସାହାଯ୍ୟରେ ସିଧାସଳଖ ଭାରତକୁ ଆସୁଛନ୍ତି ଆତଙ୍କବାଦୀ ଏବଂ ଡ୍ରୋନ ସାହଯ୍ୟରେ ଅର୍ଥ ସହ ଫଣ୍ଡି ଆସୁଛି । ଯଦି 370 ଧାରା ରାଜ୍ୟରୁ ଉଠି ନଥାନ୍ତା ତେବେ ବର୍ତ୍ତମାନ ଟେରର ଫଣ୍ଡିଂ ଏବଂ ଟେରର ଗତିବିଧି ଆଜି ବହୁତ ଆଗକୁ ବଢି ଥାଆନ୍ତା ଏବଂ ଏହାକୁ କଳ୍ପନା କରିବା ମଧ୍ୟ ଅକଳ୍ପନୀୟ । ତେବେ ବର୍ତ୍ତମାନ ସ୍ଲିପର ସେଲ ହୁଅନ୍ତୁ ବା ମିଲିଟାଣ୍ଟ ହୁଅନ୍ତୁ ଡ୍ରୋନରେ ଅସ୍ତ୍ର ଆସିଲେ ମଧ୍ୟ ଏହାକୁ ନେବାକୁ ଭୟ କରୁଛନ୍ତି । ବର୍ତ୍ତମାନ ଯେଉଁ ନୂଆ ରୁଲ ଏବଂ ରେଗୁଲେସନ ଜାରି ହୋଇଛି ତାହା ଯୋଗୁଁ ଆଜି କାଶ୍ମୀର ନୂଆ ରୂପ ପାଇଛି । ଏହାକୁ ବଜାୟ ରଖିବା ପାଇଁ ସରକାର ଏବଂ ପୋଲିସ ସହ ଯବାନମାନଙ୍କ ପକ୍ଷରୁ ଏହି କଡ଼ା କାର୍ଯ୍ୟନୁଷ୍ଠାନ ଆହୁରି କିଛି ବର୍ଷ ଜାରି ରହିବା ଜରୁରୀ । ''

ବର୍ତ୍ତମାନ ଜମ୍ମୁ କାଶ୍ମୀରରେ 40ରୁ 50 ଆତଙ୍କବାଦୀ ଅଛନ୍ତି: ସେ ଆହୁରି ମଧ୍ୟ କହିଛନ୍ତି, '' 1992 ମସିହାରେ ଯେତେବେଳ ମୁଁ ଶ୍ରୀନଗର ସହରରେ ଏସଏସପି ଥିଲି ସେତେବେଳେ 365 ଦିନ ମଧ୍ୟରେ 150 ଦିନ ସହର ବନ୍ଦ ରହିଥାଏ । ଧର୍ମଘଟ, ଆନ୍ଦୋଳନ, ଗ୍ରେନେଡ ବିସ୍ଫୋରଣ ଓ ଆତଙ୍କବାଦୀ ଆକ୍ରମଣ ଲାଗି ରହୁଥିଲା । ସେତେବେଳେ 5 ହଜାର ଆତଙ୍କବାଦୀ ଥିଲେ ଏବେ 40 ରୁ 50 ରହିଛନ୍ତି । ଆତଙ୍କବାଦୀ ସଂଗଠନରେ ସାମିଲ ହେବା ସଂଖ୍ୟା ମଧ୍ୟ କମିଛି। ଗତବର୍ଷ ମାତ୍ର 15 ଜଣ ମିଲିଟାଣ୍ଟ ରିକ୍ରୁଟ ହୋଇଛନ୍ତି ଯାହା ପ୍ରତି ମାସରେ 150 ରୁ 200 ରହୁ ଥିଲା। ''

ପୂର୍ବରୁ 2001 ରୁ 2003 ପର୍ଯ୍ୟନ୍ତ ଶ୍ରୀନଗର ଏସଏସପି ଭାବେ କାର୍ଯ୍ୟ କରିଛନ୍ତି ରଶ୍ମି ରଞ୍ଜନ ସ୍ବାଇଁ । ଏହାପରେ 2001-04 ପର୍ଯ୍ୟନ୍ତ ଏସଏସପି ଭାବରେ ଜମ୍ମୁ,ଶ୍ରୀନଗର,ରାମବନ, ପୁଞ୍ଚ ଓ ଲେହରେ କାର୍ଯ୍ୟରତ ଥିଲେ। ଏହାସହ ସେ ରିସର୍ଚ୍ଚ ଏଣ୍ଡ ଅନାଲିସିସି ଓ୍ବିଙ୍ଗର ଜଏଣ୍ଟ ସେକ୍ରେଟାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ଜାମ୍ମୁ କାଶ୍ମୀର ରେ ସ୍ପେସିଆଲ ସିଆଇଡିରେ ସ୍ପେସିଆଲ DG ଭାବରେ ସେ କାର୍ଯ୍ୟ କରିଛନ୍ତି।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Feb 26, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.