ETV Bharat / bharat

ଚାଷୀ ଆନ୍ଦୋଳନ: ହରିୟାଣାର 7ଜିଲ୍ଲାରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

author img

By ETV Bharat Odisha Team

Published : Feb 25, 2024, 10:38 PM IST

Farmers Protest Update: କୃଷକଙ୍କ ଆନ୍ଦୋଳନ କାରଣରୁ ହରିୟାଣାର 7ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଯାହା ଆଜି ପୁଣି ଥରେ ଆରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ

ଇଣ୍ଟରନେଟ ସେବା ପୁଣି ଆରମ୍ଭ, ଚାଷୀ ଆନ୍ଦୋଳନ ପାଇଁଥିଲା ବନ୍ଦ
ଇଣ୍ଟରନେଟ ସେବା ପୁଣି ଆରମ୍ଭ, ଚାଷୀ ଆନ୍ଦୋଳନ ପାଇଁଥିଲା ବନ୍ଦ

ଚଣ୍ଡିଗଡ଼: କୃଷକଙ୍କ ଆନ୍ଦୋଳନ କାରଣରୁ ହରିୟାଣାର 7ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଯାହା ଆଜି (ରବିବାର) ପୁଣିଥରେ ଆରମ୍ଭ କରାଯାଇଛି । ଆଜି ଇଣ୍ଟରନେଟ ସେବା ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ 13 ଫେବୃଆରୀରୁ କୃଷକମାନେ ଶମ୍ଭୁ ସୀମାରେ ଅଟକି ରହିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର କେଥଲ, କୁରୁକ୍ଷେତ୍ର, ଅମ୍ବାଲା, ସିର୍ସା, ଫତେହାବାଦ, ଜିନ୍ଦ ଏବଂ ହିସାରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।

ହରିୟାଣାରେ ଇଣ୍ଟରନେଟ ସେବା କୃଷକଙ୍କ ଆନ୍ଦୋଳନ ସମୟରେ ବନ୍ଦ ହୋଇଯାଇଥିଲା । ହିସାର ଜିଲ୍ଲାରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆଶ୍ବସ୍ତି ଦେଖାଦେଇଛି । ଇଣ୍ଟରନେଟ ବନ୍ଦ କାରଣରୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରାୟ 12 ଦିନ ପରେ ଇଣ୍ଟରନେଟ ସେବା ପୁନଃ ଆରମ୍ଭ ହୋଇଥିବାରୁ ଲୋକମାନେ ଖୁସିବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... କୃଷକଙ୍କ ସମର୍ଥନରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ନିକଟରେ ଖନୋରୀ ସୀମାରେ କୃଷକ ଆନ୍ଦୋଳନ ସମୟରେ 22 ବର୍ଷୀୟ ଶୁଭକରନଙ୍କ ମୃତ୍ୟୁ ହୋଇଥିଲା । ସୀମାରେ ପୋଲିସ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ହେବା କାରଣରୁ ଚାଷୀଙ୍କ ମଧ୍ୟରେ କ୍ରୋଧଭାବ ଦେଖିବାକୁ ମିଳିଥିଲା । ଫେବୃଆରୀ 23 ଶୁକ୍ରବାର ଦିନ ଦେଶର କୃଷକମାନେ କଳା ଦିବସ ପାଳନ କରୁଥିବା ବେଳେ ଶୁଭକରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶନିବାର ଦିନ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା । ଶମ୍ଭୁ ସୀମାରେ ହଜାର ହଜାର ମହମବତୀ ଜଳାଇ କୃଷକମାନେ ଶୁଭକରନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୁଭକରନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପଞ୍ଜାବର ବଠିନ୍ଦା ସଂଲଗ୍ନ ସିରସା ଜିଲ୍ଲାରେ ବିଳମ୍ବିତ ରାତିରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା । ଏହି କ୍ୟାଣ୍ଡେଲ ମାର୍ଚ୍ଚ ସିରସାର ଜନତା ଭବନ ରୋଡରୁ ଆରମ୍ଭ ହୋଇ ସୁଭାଷ ଚକ ପର୍ଯ୍ୟନ୍ତ କରାଯାଇଥିଲା ।

କ୍ୟାଣ୍ଡେଲ ମାର୍ଚ୍ଚ କରିଥିବା କୃଷକମାନେ କହିଛନ୍ତି, "ହରିୟାଣା ସରକାର ବର୍ତ୍ତମାନ ଚାଷୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଯାହାର ଫଳ ହେଉଛି ଶୁଭକରନ ସିଂଙ୍କ ମୃତ୍ୟୁ । ଶୁଭକରନ ସିଂଙ୍କୁ ମାତ୍ର 22 ବର୍ଷ ହୋଇଥିଲା ଏବଂ କୃଷକଙ୍କ ଆନ୍ଦୋଳନ ସମୟରେ ଗୁଳି ବାଜି ତାଙ୍କ ମୃତ୍ୟୁ ହୋଇଛି । ହରିୟାଣା ସରକାର ଚାଷୀଙ୍କ ଦାବିକୁ ପୂରଣ କରୁନାହାଁନ୍ତି । ଏହା ସହିତ କୃଷକମାନେ କେନ୍ଦ୍ର ସରକାରଙ୍କଠାରୁ ସେମାନଙ୍କର ଦାବି ପୂରଣ କରିବା ପାଇଁ ଦିଲ୍ଲୀ ଯାତ୍ରା କରିବାକୁ ଚାହୁଁଛନ୍ତି, ଏପରି ପରିସ୍ଥିତିରେ ହରିୟାଣା ସରକାର ଚାଷୀଙ୍କ ପାଇଁ ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.