ETV Bharat / politics

କୃଷକଙ୍କ ସମର୍ଥନରେ କଂଗ୍ରେସର ମଶାଲ ଶୋଭାଯାତ୍ରା

author img

By ETV Bharat Odisha Team

Published : Feb 24, 2024, 10:38 PM IST

http://10.10.50.80:6060/reg-lowres/24-February-2024/slugod-rkl-05-congressprotest-avb-od10047_24022024205136_2402f_1708788096_672.mp4
http://10.10.50.80:6060/reg-lowres/24-February-2024/slugod-rkl-05-congressprotest-avb-od10047_24022024205136_2402f_1708788096_672.mp4

Rourkela Congress Candle Procession: କୃଷକଙ୍କ ସମର୍ଥନରେ ରାଉରକେଲାରେ କଂଗ୍ରେସର ମଶାଲ ଶୋଭାଯାତ୍ରା । କେନ୍ଦ୍ର ସରକାର କୃଷକଙ୍କ ଦାବିକୁ ନଶୁଣି ଅନ୍ନଦାତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କୃଷକଙ୍କ ସମର୍ଥନରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ରାଉରକେଲା: କୃଷକଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରାଉରକେଲାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିକୁ ବିରୋଧ କରି କୃଷକଙ୍କ ସମର୍ଥନରେ ମଶାଲ ଯାତ୍ରା କରିଛି କଂଗ୍ରେସ । କେନ୍ଦ୍ର ସରକାର ଏକାଧିକ ନିରୀହ ଚାଷୀଙ୍କୁ ହତ୍ୟା କରିଛନ୍ତି ଏବଂ କୃଷକଙ୍କ ଦାବିକୁ ନଶୁଣି ଅନ୍ନଦାତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ରାଉରକେଲାରେ ବିଶ୍ରା ଛକ ନିକଟରେ ଆଜି କୃଷକ ଆନ୍ଦୋଳନ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଦଳର କର୍ମକର୍ତ୍ତା ।

କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ନୀତି ବିରୋଧରେ ବର୍ତ୍ତମାନ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ତେଣୁ ଚାଷୀ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବହୁ କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କୁ ଏମ୍‌ଏସ୍‌ପି ଦାବି କରି ବିଭିନ୍ନ କୃଷକ ସଂଗଠନର 'ଦିଲ୍ଲୀ ଚଲୋ' ଆନ୍ଦୋଳନ ବର୍ତ୍ତମାନ ଜାରି ରହିଛି । ଏଥିରେ ନିକଟରେ ଜଣେ ଯୁବ କୃଷକଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଦାବି କରାଯାଉଛି । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସିଦ୍ଧାନ୍ତ ବାହାରି ପାରୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...୨୯ ଯାଏଁ କୃଷକ ଆନ୍ଦୋଳନ ସ୍ଥଗିତ, ଆଜି ଦେଶବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା

ଏପଟେ କୃଷକମାନଙ୍କ ସମର୍ଥନରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ରାଲି ବାହାର କରାଯାଇ ସହରର ଡେଲି ମାର୍କେଟ ଏବଂ ବିଶ୍ରା ଛକ ଅଞ୍ଚଳରେ ଚାଷୀଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଓ ପିସିସି ସାଧାରଣ ସମ୍ପାଦକ ବୀରେନ ସେନାପତିଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଗତ ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଚାଷୀଙ୍କୁ ଅବହେଳା କରିଆସୁଥିବାବେଳେ ଗତ ୧୦ ବର୍ଷରେ କେନ୍ଦ୍ରରେ ମୋଦି ସରକାର ମଧ୍ୟ କୃଷକମାରଣ ନୀତି ଆପଣାଇଥିବା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଅଭିଯୋଗ କରିଛନ୍ତି । ତେବେ ଶୀଘ୍ର କେନ୍ଦ୍ର ସରକାର କୃଷକଙ୍କ ଦାବି ଅନୁଯାୟୀ ସେମାନଙ୍କୁ MSP (ସର୍ବନିମ୍ନ ସହାୟତା ମୂଲ୍ୟ) ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.