ETV Bharat / bharat

ଶ୍ବଶୁର ଘରେ ସ୍ତ୍ରୀକୁ ଗୁଳିମାଡ଼, ପରେ ନିଜକୁ ଗୁଳି କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ - HUSBAND SHOT WIFE

author img

By ETV Bharat Odisha Team

Published : Apr 14, 2024, 7:05 PM IST

Husband Shot Wife In In-Laws House: ଉତ୍ତରପ୍ରଦେଶ ଆଗ୍ରାରେ ପାରିବାରିକ କଳହକୁ ନେଇ ଶ୍ବଶୁର ଘରେ ସ୍ତ୍ରୀକୁ ଗୁଳି କଲା ସ୍ବାମୀ । ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲା ସ୍ବାମୀ । ଅଧିକ ପଢ଼ନ୍ତୁ

ଶ୍ବଶୁର ଘରେ ସ୍ତ୍ରୀକୁ ଗୁଳି ମାଡ଼
ଶ୍ବଶୁର ଘରେ ସ୍ତ୍ରୀକୁ ଗୁଳି ମାଡ଼

ଲକ୍ଷ୍ନୌ: ଶ୍ବଶୁର ଘରେ ସ୍ତ୍ରୀ ଉପରେ ଗୁଳି ଚଳାଇଲା ସ୍ବାମୀ । ସ୍ତ୍ରୀକୁ ଗୁଳିମାଡ କରିବା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଏଥିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ବେଳେ ପରିବାର ଲୋକ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଗ୍ରାରେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ଏତ୍ମାଦୁଦ୍ଦୌଲା ଥାନ ଅଞ୍ଚଳ ମୋହଲ୍ଲା ସନ୍ଦୀପ ନଗରର ବାସିନ୍ଦା ରବି ନାମକ ଜଣେ ଯୁବକଙ୍କ ସହ ତାଙ୍କ ପତ୍ନୀ ବର୍ଷାଙ୍କର କୌଣସି କାରଣରୁ ଝଗଡ଼ା ଲାଗିଥିଲା । ଯାହାକୁ ନେଇ ବର୍ଷା ଶାଶୁଘର ଛାଡ଼ି ଖେଡା ଗଣେଶପୁର ସ୍ଥିତ ନିଜ ବାପା ଘରେ ରହୁଥିଲେ । କିନ୍ତୁ ଆଜି (ରବିବାର) ସକାଳ ସମୟରେ ରବି ଏକ ବନ୍ଧୁକ ଧରି ନିଜ ଶ୍ବଶୁର ଘରେ ପହଞ୍ଚିଥିଲେ । ରବି ସେଠାରେ ପହଞ୍ଚିବା ପରେ ପୁଣିଥରେ ବର୍ଷାଙ୍କ ସହ ଜୋରଦାର ଝଗଡ଼ା ହୋଇଥିଲା । ଝଗଡ଼ାରେ ଉତ୍‌କ୍ଷିପ୍ତ ହୋଇ ରବି ବର୍ଷା ଉପରକୁ ଗୁଳି ଚଳାଇଥିଲେ । ବର୍ଷାଙ୍କୁ ଗୁଳି କରିବା ପରେ ନିଜେ ନିଜ ଉପରକୁ ଗୁଳି ଚଳାଇଥିଲେ ରବି । ଏଥିରେ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲ କଲେଜର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲେ । ସେପଟେ ଏନେଇ ମାଟସେନା ପୋଲିସ ଷ୍ଟେସନ ଏବଂ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଫୋରେନସିକ୍ ପ୍ରମାଣ ମଧ୍ୟ ସଂଗ୍ରହ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର, ବରଫ ବାକ୍ସରେ ମୃତଦେହ ରଖିଥଲା ଅଭିଯୁକ୍ତ - Woman Murder In Purnea

ଏନେଇ ଏସପି ସିଟି ସର୍ବେଶ କୁମାର ମିଶ୍ରା କହିଛନ୍ତି ଯେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଆଗ୍ରା ଜିଲ୍ଲାର ଏତ୍ମାଦୁଦ୍ଦୌଲା ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା । ଯାହାଙ୍କର ପତ୍ନୀଙ୍କ ସହ ବିବାଦ ଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଶ୍ବଶୁର ଘରକୁ ଆସି ଏଭଳି କାଣ୍ଡ ଘଟାଇଛି । ଘଟଣାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.