ETV Bharat / bharat

ଦ୍ବିତୀୟ ପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର, ବରଫ ବାକ୍ସରେ ମୃତଦେହ ରଖିଥଲା ଅଭିଯୁକ୍ତ - Woman Murder In Purnea

author img

By ETV Bharat Odisha Team

Published : Apr 11, 2024, 8:44 PM IST

A Person Killed His Second Wife And Threw Dead body In Kosi River In Purnea
A Person Killed His Second Wife And Threw Dead body In Kosi River In Purnea

Purnia dead body found: ବିହାରର ପୂର୍ଣ୍ଣିଆ ଅଞ୍ଚଳରେ ଦ୍ବିତୀୟ ପତ୍ନୀକୁ ହତ୍ୟା କରି ସ୍ବାମୀ ସପରିବାର ଫେରାର । ଅଭିଯୁକ୍ତ ପୂର୍ବରୁ ବିବାହିତ ଓ ୨ ଟି ସନ୍ତାନ ଥିବା ସତ୍ତ୍ବେ କରିଥିଲା ପୁର୍ନବିବାହ । ଅଧିକ ପଢନ୍ତୁ

ପାଟନା: ପ୍ରଥମେ ଧୋକା ଦେଇ ବିବାହ, ପରେ ମହିଳାଙ୍କୁ ହତ୍ୟା । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବିହାରର ପୂର୍ଣ୍ଣିଆରେ । ଜିଲ୍ଲାର ଶଶି ଥାନା ଅନ୍ତର୍ଗତ କୋସୀ ନଦୀରେ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା । ମୃତକଙ୍କ ନାଁ ପୁତୁଲ ଦେବୀ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କ ନାଁ ଅଜୟ ବୋଲି ଜଣା ପଡିଥିଲା । ତେବେ ମୃତ ପୁତୁଲଙ୍କ ପରିବାର ଲୋକ ତାଙ୍କ ସ୍ବାମୀ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଏହି ଘଟଣା ପରେ ଅଜୟ ନିଜର ସମ୍ପୂର୍ଣ୍ଣ ପରିବାର ସହିତ ଫେରାର ହୋଇ ଯାଇଛି ।

କଟିହାର ଜିଲ୍ଲାର ସମେଲି ଚାନ୍ଦପୁର ଗାଁରେ ରହୁଥିବା ମୃତକ ପୁତୁଲଙ୍କ ପରିବାରବର୍ଗ କହିଛନ୍ତି ଯେ, ଗତ ମାର୍ଚ୍ଚ ମାସ ୧୧ ତାରିଖରେ ବେଶ ଧୁମଧାମରେ ଅଜୟ ସହିତ ପୁତୁଲଙ୍କ ବିବାହ ହୋଇଥିଲା । କିନ୍ତୁ ଅଜୟ ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ୨ ଟି ସନ୍ତାନ ଥିବା କଥା ପୁତୁଲଙ୍କ ପରିବାରକୁ ଜଣା ନଥିଲା । ପୁତୁଲଙ୍କ ପରିବାର ଲୋକ କହିଛନ୍ତି ଯେ, ଅଜୟଙ୍କ ଦ୍ବିତୀୟ ବିବାହ ବିଷୟରେ ଅଜୟଙ୍କ ପ୍ରଥମ ପତ୍ନୀଙ୍କ ବାପଘର ଲୋକ ଜାଣିବା ପରେ ଘରକୁ ଆସି ପୁତୁଲଙ୍କୁ ଘର ଛାଡିଦେବା ପାଇଁ ଧମକେଇଥିଲେ । ପୁତୁଲ ନିଜ ବାପଘର ଯିବା ପରେ ସେଠାରେ ତାଙ୍କ ପରିବାର ଲୋକ ଅଜୟଙ୍କ ଘରକୁ ପୁଣି ନଯିବା ପାଇଁ କହିଥିଲେ ମାତ୍ର ପୁତୁଲ ଅଜୟଙ୍କ ସହ ବିବାହ ହୋଇଥିବାରୁ ତାଙ୍କ ସହ ରହିବେ ବୋଲି କହି ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଆସାମରେ ଟ୍ରିପଲ ମର୍ଡର, 3 ଛୁଆକୁ ହତ୍ୟା ପରେ ମା'ର ଆତ୍ମହତ୍ୟା ଉଦ୍ୟମ - Karimganj Murder

ଅଭିଯୁକ୍ତ ଅଜୟ ବରଫ ବିକ୍ରି ବେପାର କରୁଥିଲେ । ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଅଜୟ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ବରଫ ବିକ୍ରି କରିବା ଡବାରେ ମୃତ ଦେହ ରଖିଥିଲେ ଓ ପରେ ତାହାକୁ କୋସୀ ନଦୀରେ ଫିଙ୍ଗି ଦେଇଥିଲେ । ଏହା ସହ ସେ ମୃତଦେହ ଫିଙ୍ଗିବାର ଦୃଶ୍ୟ ନଦୀ ପାଖ ବିଲରେ କାମ କରୁଥିବା ପିଲାମାନେ ମଧ୍ୟ ଦେଖିଛନ୍ତି । ଘଟଣାର ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପୂର୍ଣ୍ଣିଆ ମେଡିକାଲ କଲେଜକୁ ପଠାଇ ଦେଇଥିଲା । ଶଶି ଥାନାର ଅଧିକାରୀଙ୍କ କହିବା ମୁତାବକ, " ମୃତକ ମହିଳାଙ୍କ ପରିବାର ବର୍ଗ ସ୍ବାମୀ ଅଜୟ ଓ ତାର ପରିବାର ଉପରେ ହତ୍ୟା ର ଲିଖିତ ଅଭିଯୋଗ ଆଣିଛନ୍ତି । ପୋଲିସ କେସ୍ ରୁଜୁ କରିବା ସହ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ଅଭିଯୁକ୍ତ ଅଜୟ ନିଜ ପରିବାର ସହ ଫେରାର ଅଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.