ETV Bharat / bharat

ଜାନୁଆରୀ 28 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 28, 2024, 12:01 AM IST

Horoscope
Horoscope

28th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ମୁହଁରେ ଆବେଗ, ଚଞ୍ଚଳତା ଏହି ବ୍ୟକ୍ତିଙ୍କର ସ୍ଵଭାବ ଅଟେ । ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ୱନ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । କାର୍ଯ୍ୟଳୟରେ ଅଧିକ କାମ କରିବାକୁ ପଡିପାରେ । ସଂନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ ।

ବୃଷ: ଆପଣଙ୍କର ଆତ୍ମବିଶ୍ୱାସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଗତକାଲିର ଉଜ୍ୱଳ ଗ୍ରହ ପକ୍ଷ ବାସ୍ତବିକ ସୌଭାଗ୍ୟଶାଳୀ ଅଟେ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ, ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ପାଇବେ । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ ।

ମିଥୁନ: ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଅନୁମତି ଦିଆଯାଉଛି । ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀ ମାନେ ଲାଭାନ୍ୱିତ ଏବଂ ଉପଯୋଗୀ ହେବେ, କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଆଜି ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ । କୌଣସି ଅବିଶ୍ୱାସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।

କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଆପଣଙ୍କ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ବିଗିଡି ପାରେ । ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇପାରନ୍ତି । ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । ଘରର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିବ । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ ।

ସିଂହ: ଆପଣ ସ୍ୱଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ । ମାଆ ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ବୃଦ୍ଧି ପାଇବ । ଅଂହକାର ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।

କନ୍ୟା: ଆଜି ଜଗିରଖି କାର୍ଯ୍ୟ କରନ୍ତୁ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ଆପଣ ତରତର ଭାବେ କାର୍ଯ୍ୟ କରିବେ । ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ୱ ଉପରେ ଚିନ୍ତାର କାରଣ ହୋଇପାରେ ଏବଂ ପରେ ନିଜକୁ ଦୋଷୀ ଅନୁଭବ କରିବେ ।

ତୁଳା: ଆଜି ଦିନ ଭଲରେ କଟିବ । ସବୁ କାର୍ଯ୍ୟଟରେ ସଫଳତା ପାଇବେ । ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁମାନଙ୍କ ସହ ଯୋଜନା କରିପାରନ୍ତି ।ଆଗକୁ ଯାଅ ଓ ଉପଭୋଗ କର । ବାନ୍ଧବୀଙ୍କ ସହ ମିଶିବାର ପରିଣାମ ଆପଣଙ୍କୁ ଲାଭବାନ କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ ।

ବିଛା: ଗୃହସ୍ଥ ଜୀବନ ବର୍ତ୍ତମାନ ଠାରୁ ଉଜ୍ୱଳ ଅଟେ । ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସଥି ସହ ଭଲ ସମ୍ପର୍କ ହେବ । ପିତା ମାତା ଓ ବନ୍ଧୁ ବାନ୍ଧବଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ । ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା, ଲାଭବାନ, ପଦୋନ୍ନତି ପାଇପାରନ୍ତି । ଧନ ଧାନ୍ୟ ପାଇଁ ସମୟ ଉପକୂଳ ଅଟେ ।

ଧନୁ: ପୁରାପୁରି ଭାବରେ ଠିକ୍‍ ରହିବ ନାହିଁ । ଶାରୀରିକ ପିଡା ଓ ଆଳସ୍ୟ ଲାଗିବ । ଶାନ୍ତି ମିଳିବା ଆଶା କମ ରହିବ । ଦୁଃଚିନ୍ତା ବଢିବ । ସାବଧାନତାର ସହ କାମ କରନ୍ତୁ । ଉଚ୍ଚ ପଦସ୍ଥମାନଙ୍କ ସହ ମନମାଲିନ୍ୟ ହେବାର ସମ୍ଭାବନା ଅଧିକ । ଯଥା ସମ୍ଭବ ନିଜ ପ୍ରତିଯୋଗି ତଥା ଶତୃ ମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ୱେ ଆପଣ ସନ୍ତୁଷ୍ଟ ନୁହନ୍ତି । ନାକାରାତ୍ମକ ଚିନ୍ତା ଛାଡନ୍ତୁ । ଅସହାୟ ହୋଇପାର କିନ୍ତୁ ତୁମର ଅଭ୍ୟାସ ଦ୍ୱାରା କାର୍ଯ୍ୟ ହାସଲ ହେବ । ତୁମ ଦକ୍ଷ ତଥା କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ ।

କୁମ୍ଭ: ଆଜି କୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ । କିନ୍ତି ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣଙ୍କ ପ୍ରିୟ ଜନ ସହ, ଅନ୍ତରଙ୍ଗତା ହେବାର ଆଶା କରାଯାଏ । ବସ୍ତ୍ର, ଖାଦ୍ୟ, ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଆପଣ ଖୁସି ରହିବେ । ବିବାହ ଜୀବନ ସୁଖମୟ ହେବ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ୱରୁ ଉପକୃତ ହେବେ ।

ମୀନ: ଆପଣଙ୍କୁ ଗ୍ରହମାନଙ୍କ ଉପସ୍ଥିତି ଉତ୍ସାହିତ କରିବ । ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ଅନ୍ୟକୁ ବଞ୍ଚାଇବା ପାଇଁ ନିଜର ବଳ ପ୍ରୟୋଗ କରନ୍ତୁ ନାହିଁ । ଗ୍ରହ ଆପଣଙ୍କୁ ଅନ୍ୟ ମାନଙ୍କ ସାହାଯ୍ୟ ସହଯୋଗରେ ଜୟ କରାଇବେ । ଘରେ ସବୁ ସ୍ଥିର ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମାଙ୍କ ଠାରୁ ସୁଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.