ETV Bharat / bharat

ମାର୍ଚ୍ଚ 17 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Mar 17, 2024, 12:00 AM IST

Horoscope
Horoscope

17th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆପଣ ରଚନାତ୍ମକ ଓ ଆଜି ଆପଣ ସାଧନସମ୍ପନ୍ନ ବୋଲି ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ । ଆଜି ଅଧିକ କାମ ହାତକୁ ନିଅନ୍ତୁ ନାହିଁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିରପକ୍ଷ ନିର୍ଣ୍ଣୟ ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।

ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଏକା ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଏକ ଆକସ୍ମିକ ବାର୍ତ୍ତାଳାପ ଏକ ଭାବମୟ ଅବସ୍ଥାରେ ସମାପ୍ତି ହେବ । ସଂଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଆପଣ ଲୋକମାନଙ୍କ ଉପରେ ଜାଦୁ କରିବେ ।

କର୍କଟ: ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ଭଗବାନଙ୍କ ଅପାର କରୁଣା ଭଳି ସାହାଯ୍ୟ ପାଇଁ ଆଗେଇ ଆସିବେ । ଆଜି କିଛି ବିପଦରେ ପଡି ପାରନ୍ତି । ତେଣୁ କିଛି କରିବା ପୂର୍ବରୁ ଭଗବାନଙ୍କ ଆର୍ଶିବାଦ ନିଅନ୍ତୁ ।

ସିଂହ: ସମସ୍ତେ ଭିନ୍ନ ହେବାକୁ ଚାହାନ୍ତି । ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ, ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ । ସେଥିପାଇଁ ସବୁବେଳେ ମନେ ରଖନ୍ତୁ ଯେ ଗୋଟିଏ ଦଳରେ କାମ କରିବା ଅର୍ଥ ଅନେକ ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖିବା ।

କନ୍ୟା: ବ୍ୟକ୍ତିଗତ ବ୍ୟସ୍ତତା ଦ୍ଵାରା ବ୍ୟବସାୟିକତା ଢାଙ୍କି ହୋଇଯିବ । ସମସ୍ୟାଗୁଡିକର ସିଧାସଳକ ସମ୍ମୁଖୀନ ହୋଇ ନିଜକୁ ସେଗୁଡିକରୁ ମୁକୁଳାଇ ଆଣନ୍ତୁ । ବିଶେଷ ଭାବେ ସଂଧ୍ୟାରେ ଭାବନାତ୍ମକ ଅବସ୍ଥାରେ ଲାଖି ଯାଆନ୍ତୁ ନାହିଁ ।

ତୁଳା: ବଡ ପରିବାରକୁ ସମ୍ଭାଳିବାର ଆପଣଙ୍କ କ୍ଷମତାକୁ ସମସ୍ତେ ଜାଣିବେ । ସେଥିପାଇଁ ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଝଗଡାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ଵ ଦିଆଯାଇପାରେ । ଗବେଷଣା କାମ ମନ୍ଥର ହୋଇପାରେ, କିନ୍ତୁ ଭଲ କଥା ହେଉଛି ନୂଆ ଚୁକ୍ତିରେ ପ୍ରବେଶ କରିବା ପାଇଁ ଏହା ଏକ ଶୁଭ ଦିନ ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଅବଶ୍ୟ ଧ୍ୟାନ ଦିଅନ୍ତୁ ଓ କିପରି ଚାପ ମୁକ୍ତ ହେବେ ତାହା ଜାଣନ୍ତୁ ଏବଂ ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇଛନ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।

ମକର: ଆଜି ଅଧିକ କାମ ଭିତରେ ଦିନଟି କଟିବ । ଏପରି ସମୟରେ, ଅଭିନବତା ମନକୁ ଆସିବା ଦୂର କଥା ଜଣେ ଠିକ ଭାବେ କିଛି ଚିନ୍ତା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଆପଣ ଘଟଣାଗୁଡିକୁ ପ୍ରାଥମିକତା ଦେଇ କାର୍ଯ୍ୟରୁ ହାଲୁକା ହୋଇପାରେ ।

କୁମ୍ଭ: ଆପଣ ଆଜି ଯାତ୍ରାରେ ସାନ୍ତ୍ଵନା ପାଇବେ । ଆଜି କିଛି ହରାଇବାର ସମ୍ଭାବନା ରହିଛ । ଆଜି ଯାହା କରିବେ ସେଥିରେ ବିଫଳ ହେବେ । ଅଫିସରେ କୌଣସି କାର୍ଯ୍ୟ ପାଇଁ ନିନ୍ଦିତ ହେବେ ।

ମୀନ: ଉଚ୍ଚ ଧାରଣାକୁ ମନରେ ରଖି ଆପଣ ନିଜର ଘାତକ ଉପସ୍ଥାପନା କୌଶଳ ସହିତ ଆକ୍ରମଣ କରିବେ । ଯାହାର ଫଳ ସ୍ଵରୂପ ଆପଣ ଅନେକ ପ୍ରଶଂସା ମଧ୍ୟ ପାଇବେ । ତେଣୁ ସର୍ବଦା ସଜାଗ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.