ETV Bharat / bharat

ହିମାଚଳପ୍ରଦେଶରେ ତୁଷାରପାତ, ଅଟଳ ଟନେଲରେ ଫସିଲେ 300ରୁ ଅଧିକ ପର୍ଯ୍ୟଟକ

author img

By ETV Bharat Odisha Team

Published : Jan 31, 2024, 7:19 AM IST

Himachal Pradesh snowfall
ହିମାଚଳପ୍ରଦେଶରେ ତୁଷାରପାତ

Himachal Pradesh snowfall: ହିମାଚଳପ୍ରଦେଶରେ ରୋହତାଙ୍ଗ ଠାରେ ଅଟଳ ଟନେଲରୁ 300 ପର୍ଯ୍ୟଟକଙ୍କ ସମେତ ପାଖାପାଖି 50 ଯାନବାହନ ଉଦ୍ଧାର । ତୁଷାରପାତ ଯୋଗୁ ଟନେଲ ମଧ୍ୟରେ ଫସି ଯାଇଥିଲେ ପର୍ଯ୍ୟଟକ । ଅଧିକ ପଢନ୍ତୁ

ସିମଲା: ହିମାଚଳପ୍ରଦେଶରେ ରୋହତାଙ୍ଗ ଠାରେ ଅଟଳ ଟନେଲରୁ 300 ପର୍ଯ୍ୟଟକଙ୍କ ସମେତ ପାଖାପାଖି 50 ଯାନବାହନ ଉଦ୍ଧାର କରାଯାଇଛି । ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରବଳ ତୁଷାରପାତ ଯୋଗୁ ଟନେଲ ମଧ୍ୟରେ ପର୍ଯ୍ୟଟକମାନେ ଫସି ଯାଇଥିଲେ । ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ନେଇ କୁଲ୍ଲୁ ଏସପି ସୂଚନା ଦେଇଛନ୍ତି ।

କୁଲ୍ଲୁ ଏସପି ସାକ୍ଷୀ ବର୍ମା ଏନେଇ କହିଛନ୍ତି, " ପ୍ରବଳ ମାତ୍ରାରେ ତୁଷାର ପାତ ଯୋଗୁ ସାଉଥ ପୋର୍ଟାଲ ଏଟିଆର ଠାରେ ଗୋଟିଏ ହିମାଚଳ ପ୍ରଦେଶର ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ(HRTC)ର ବସ୍‌ ସମେତ ପାଖାପାଖି 50 ଯାନବାହାନ ଫସି ରହିଥିଲା । ଯେଉଁଥିରେ ପାଖାପାଖି 300 ପର୍ଯ୍ୟଟକ ଯାତ୍ରା କରୁଥିଲେ । ସମସ୍ତ ପର୍ଯ୍ୟଟକମାନଙ୍କୁ ଏଟିଆରରୁ ଉଦ୍ଧାର କରାଯାଇଛି । ଗାଡିଗୁଡିକୁ ମଧ୍ୟ ଉଦ୍ଧାର କରାଯାଇଛି ।

ସେ ଆଉ ମଧ୍ୟ କହିଛନ୍ତି ଯେ, "ଏହି ଉଦ୍ଧାର କାର୍ଯ୍ୟରେ ମନାଲିର ଏସଡିଏମ, ମନାଲିର ତହସିଲଦାର, ଷ୍ଟେସନ ହାଉସ ଅଫିସର ଓ ଟିମ ପ୍ରମୁଖ ସାମିଲ ହୋଇଥିଲେ । ମିଳିତ ଭାବେ ରେସକ୍ୟୁ ଅପରେସନ ଆରମ୍ଭ କରି ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଟିମ୍ ।"

ଏହାମଧ୍ୟ ପଢନ୍ତୁ.. ନୂଆବର୍ଷ ଓ ବଡଦିନ ପୂର୍ବରୁ ମନାଲିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ : ଟ୍ରାଫିକ ଜାମ, ଦେଖନ୍ତୁ ଭିଡିଓ

ପର୍ଯ୍ୟଟନସ୍ଥଳୀ ହିମାଚଳପ୍ରଦେଶରେ କଡ ଲେଉଟାଉଛି ପାଣିପାଗ । ଦୀର୍ଘ ଦିନର ଅପେକ୍ଷା ପରେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି । ପ୍ରବଳ ତୁଷାରପାତ ପର୍ଯ୍ୟଟକମାନଙ୍କୁ ବେଶ ଆନନ୍ଦପ୍ରଦାନ କରିଛି । ତେବେ ତୁଷାରପାତ ପର୍ଯ୍ୟଟକମାନଙ୍କୁ ଆନନ୍ଦ ଦେଉଥିବା ବେଳେ ଅନେକ ସ୍ଥାନରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତୁଷାରପାତର ମଜା ନେବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଥିରେ ଫସିଯାଇ ହଇରାଣ ହେଉଛନ୍ତି । ତେବେ ତୁଷାରପାତ ସମୟରେ ଯାତାୟାତ ନ କରିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି ।

ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେବାର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । 30 ଜାନୁଆରୀ ବିଳମ୍ବିତ ରାତିରୁ ଫେବୃଆରୀ 2 ତାରିଖ ସକାଳ ସମୟ ପର୍ଯ୍ୟନ୍ତ ରାଜ୍ୟର ଚାମ୍ବା, କଙ୍ଗ୍ରା, କିନ୍ନୌର, କୁଲ୍ଲୁ, ଲାହୌଲ, ମଣ୍ଡି, ସିମଲା ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ତୁଷାରପାତ ହେବାର ସମ୍ଭାବନା ରହିଛି । ଏହିସବୁ ରାଜ୍ୟ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଆଗାମୀ 5ରୁ 6 ଦିନ ଯାଏ ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ଭାରି ମାତ୍ରାରେ ତୁଷାରପାତ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ବିଳମ୍ବିତ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.