ETV Bharat / bharat

ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାମୁହିଁ, ୨ ଆତଙ୍କବାଦୀ ନିହତ - Jammu kashmir Encounter

author img

By ETV Bharat Odisha Team

Published : May 7, 2024, 10:10 AM IST

Updated : May 8, 2024, 9:07 AM IST

Jammu kashmir Encounter: ଜମ୍ମୁ-କାଶ୍ମୀର କୁଲଗାମରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ୨ ଆତଙ୍କୀ ନିହତ ଅଧିକ ପଢନ୍ତୁ

Jammu kashmir Encounter
Jammu kashmir Encounter (Etv Bharat Odisha)

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ- ସୁରକ୍ଷାକର୍ମୀ ମୁହାଁମୁହିଁ । ଦକ୍ଷୀଣ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲା ରେଡଓ୍ୱାନୀ ପାୟିନ ଅଞ୍ଚଳରେ ଆତଙ୍କୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ । ସୋମବାର ବିଳମ୍ବିତ ରାତିରେ କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଖବର ମିଳିଥିଲା । ଏହାପରେ ଉଭୟ ସେନା ଓ ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଘଟଣାସ୍ଥଳରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା । ରାତିତମାମ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

କାଶ୍ମୀର ଜୋନ ପୋଲିସ ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି । "କୁଲଗାମ ଜିଲ୍ଲା ରେଡଓ୍ୱାନୀ ପାୟିନ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି । ପୋଲିସ ଓ ସୁରକ୍ଷା କର୍ମୀ କାର୍ଯ୍ୟରେ ଲାଗିଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ବାୟୁସେନା କନଭୟ ଉପରେ ଆତଙ୍କୀ ଆକ୍ରମଣ; ଜଣେ ଯବାନ ଶହୀଦ, 4 ଆହତ - Defence Forces Vehicle Attack

ମେ ୪ ତାରିଖରେ ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ହଠାତ୍ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳିମାଡ଼ କରିଥିଲେ । ଏଥିରେ 5 ଜଣ ଯବାନଙ୍କୁ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତମାନଙ୍କୁ ଉଦ୍ଧମପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଥିଲେ । 4 ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି ।ଚଳିତ ବର୍ଷ ବାୟୁସେନା କନଭୟ ଉପରେ ଏହା ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣ ପରେ ଭାରତୀୟ ସେନା ଓ ପୋଲିସଙ୍କୁ ଆଲର୍ଟ କରାଯାଇଛି । ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସ୍ଥାନୀୟ ପୋଲିସ ଓ ସେନା ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।

ଏହାପୂର୍ବରୁ ଏପ୍ରିଲ ୨୩ ତାରିଖରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ ଅଞ୍ଚଳର ଏକ ମସଜିଦ ସାମ୍ନାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ଜଣେ ସେନା ଅଧିକାରୀଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏପ୍ରିଲ ୪ ତାରିଖରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖି ଅନୁପ୍ରବେଶ କରୁଥିବା ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ । ପାକିସ୍ତାନୀ ସମର୍ଥିତ ଦୁଇ ଆତଙ୍କବାଦୀଙ୍କ ସମେତ ମୋଟ 3 ଜଣଙ୍କୁ ନେପାଳ-ଭାରତ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 8, 2024, 9:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.