ETV Bharat / bharat

ବାୟୁସେନା କନଭୟ ଉପରେ ଆତଙ୍କୀ ଆକ୍ରମଣ; ଜଣେ ଯବାନ ଶହୀଦ, 4 ଆହତ - Defence Forces vehicle attack

author img

By ETV Bharat Odisha Team

Published : May 4, 2024, 7:55 PM IST

Updated : May 4, 2024, 8:20 PM IST

ATTACK ON DEFENCE VEHICLE
ATTACK ON DEFENCE VEHICLE(Etv Bharat Odisha)

DEFENCE FORCES VEHICLE ATTACK: ଜମ୍ମୁକାଶ୍ମୀର ପୁଞ୍ଚ ଜିଲ୍ଲାରେ ବାୟୁସେନାର କନଭୟ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଜଣେ ଯବାନ ଶହୀଦ ହୋଇଥିବା ବେଳେ 4 ସେନାଧିକାରୀ ଆହତ ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆଜି (ଶନିବାର) ସନ୍ଧ୍ୟାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ହଠାତ୍ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳିମାଡ଼ କରିଥିଲେ । ଚଳିତ ବର୍ଷ ବାୟୁସେନା କନଭୟ ଉପରେ ଏହା ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି । ଏଥିରେ ଜଣେ ଯବାନ ଶହୀଦ ହୋଇଯାଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ପ୍ରଥମେ ସମସ୍ତ 5 ଜଣ ଯବାନଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତମାନଙ୍କୁ ଉଦ୍ଧମପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଥିଲେ । ଅନ୍ୟପଟେ ଏହି ଗୁଳିମାଡ଼ ପରେ ଅଞ୍ଚଳରେ ସେନା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଜଣେ ସିକ୍ୟୁରିଟି ଫୋର୍ସ ଅଧିକାରୀ ସୂଚନା ଦେଇଛନ୍ତି ।

ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣ
ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣ ((Photo: IANS))

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଏକ ଭାରତୀୟ ବାୟୁସେନା ଗାଡି କନଭଏକୁ ଆକ୍ରମଣ କରିଥିଲେ । ହଠାତ ଗୁଳିମାଡ଼ ଆରମ୍ଭ କରିବା ପରେ ସଙ୍ଗେ ସଙ୍ଗେ ଶାହସିତର ନିକଟରେ ଥିବା ଏକ ଏୟାର ବେସ୍ ଭିତରେ ଏହି ଯାନଗୁଡିକ ସୁରକ୍ଷିତ ରଖାଯାଇଛି । ଏହାପରେ ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଆତଙ୍କୀକୁ କର୍ଡନ କରିଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । 5 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ସିକ୍ୟୁରିଟି ଫୋର୍ସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ

ସୂଚନା ଥାଉକି, ଗତ କିଛି ଦିନ ଧରି ଆତଙ୍କୀଙ୍କ ଗତିବିଧି ଖବର ସାମ୍ନାକୁ ଆସିଥିଲା । ଆତଙ୍କୀମାନେ ଜଣେ ଭାରତୀୟ ଯବାନଙ୍କ ଭାଇକୁ ଗୁଳି କରି ହତ୍ୟା କରିଥିଲେ । ଏପ୍ରିଲ 23 ତାରିଖରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ୍ ଅଞ୍ଚଳର ଏକ ମସଜିଦ ବାହାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ୪୦ ବର୍ଷୀୟ ମହମ୍ମଦ ରଜାକଙ୍କ ଭାଇ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି । ସେ ରାତିରେ ମସଜିଦରୁ ଫେରୁଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ- ଆକ୍ରମଣ ଯୋଜନା ପଣ୍ଡ, ଇଣ୍ଡୋ-ନେପାଳ ସୀମାରୁ ଦୁଇ ପାକିସ୍ତାନୀ ସମର୍ଥିତ ଆତଙ୍କୀ ସମେତ 3 ଗିରଫ

ସେହିପରି ଏପ୍ରିଲ 4 ତାରିଖରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖି ଅନୁପ୍ରବେଶ କରୁଥିବା ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ । ପାକିସ୍ତାନୀ ସମର୍ଥିତ ଦୁଇ ଆତଙ୍କବାଦୀଙ୍କ ସମେତ ମୋଟ 3 ଜଣଙ୍କୁ ନେପାଳ-ଭାରତ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଥିଲା ।

Last Updated :May 4, 2024, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.