ETV Bharat / bharat

ଆକ୍ରମଣ ଯୋଜନା ପଣ୍ଡ, ଇଣ୍ଡୋ-ନେପାଳ ସୀମାରୁ ଦୁଇ ପାକିସ୍ତାନୀ ସମର୍ଥିତ ଆତଙ୍କୀ ସମେତ 3 ଗିରଫ - PAKISTAN SUPPORTED TERRORIST arrest

author img

By ETV Bharat Odisha Team

Published : Apr 4, 2024, 9:53 PM IST

ଆକ୍ରମଣ ଯୋଜନା ପଣ୍ଡ, ଦୁଇ ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀଙ୍କ ସମେତ 3 ଗିରଫ
ଆକ୍ରମଣ ଯୋଜନା ପଣ୍ଡ, ଦୁଇ ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀଙ୍କ ସମେତ 3 ଗିରଫ

UP ATS Arrested Terrorist: ଦୁଇ ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀଙ୍କ ସମେତ 3 ଜଣଙ୍କୁ ଗିରଫ କଲା ଉତ୍ତର ପ୍ରଦେଶ ଏଟିଏସ । ନେପାଳ ସୀମାରୁ ଭାରତକୁ କରୁଥିଲେ ଅନୁପ୍ରବେଶ ଉଦ୍ୟମ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖି ଅନୁପ୍ରବେଶ କରୁଥିବା ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ଗିରଫ କଲା ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ (ଏଟିଏସ) । ପାକିସ୍ତାନୀ ସମର୍ଥିତ ଦୁଇ ଆତଙ୍କବାଦୀଙ୍କ ସମେତ ମୋଟ ତିନିଜଣଙ୍କୁ ଆଜି ନେପାଳ-ଭାରତ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଛି । ଏମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ଯୋଗାଯୋଗରେ ଥିଲେ । କୌଣସି ଆତଙ୍କବାଦୀ ଆକ୍ରମଣକୁ ରୂପ ଦେବା ପାଇଁ ନେପାଳରୁ ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଉତ୍ତର ପ୍ରଦେଶ ଏଟିଏସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉତ୍ତର ପ୍ରଦେଶ ଏଟିଏସ ଆଇଜି କହିଛନ୍ତି, କିଛି ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀ ଭାରତରେ ଆକ୍ରମଣ ଉଦ୍ଦେଶ୍ୟରେ ନେପାଳ ସୀମାରୁ ଅନୁପ୍ରବେଶ କରିବା ଯୋଜନାରେ ଥିବା ଇନପୁଟ ସୂଚନା ମିଳିଥିଲା । ଏଟିଏସର ଗୋରଫପୁର ୟୁନିଟ ପକ୍ଷରୁ ଇଣ୍ଡୋ-ନେପାଳ ସୀମାର ସମସ୍ତ ଚେକପୋଷ୍ଟରେ ସୁରକ୍ଷା ବଢାଯିବା ସହ ଚେକିଂ କରାଯାଇଥିଲା । ଏହି ଅଭିଯାନରେ ମୋଟ 3ଜଣ ଆତଙ୍କୀଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଏମାନଙ୍କ ମଧ୍ୟରେ ଦୁଇ ପାକିସ୍ତାନୀ ନାଗରିକ ଓ ଜଣେ କାଶ୍ମୀର ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଏହି ଦୁଇ ପାକିସ୍ତାନୀ ନାଗରିକ ଅଲତାଫ ଭଟ୍ଟ ଓ ସଏଦ ଗଜନଫର ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ତୃତୀୟ ସନ୍ଦିଗ୍ଧ ଜଣେ ଭାରତୀୟ ନାଗରିକ ଓ ସେ କଶ୍ମୀର ବାସିନ୍ଦା ନାସିଲ ଅଲ୍ଲୀ ଭାବେ ଚିହ୍ନଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଆମେଠୀରୁ ଏଥର ରାହୁଲଙ୍କ ପରିବର୍ତ୍ତେ ଭିଣୋଇ ରବର୍ଟ ଭଦ୍ରା ! - Robert Vadra Hints Contesting Polls

ଜେରା ପରେ ଜଣାପଡିଛି ଯେ, ଏମାନେ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କବାଦୀ ସଂସ୍ଥା ହିଜବୁଲ୍ଲ ମୁଜାହିଦ୍ଦିନର ସଦସ୍ୟ । ଏମାନେ କିଛି ଦିନ ହେବ ନେପାଳରେ ଥିଲେ । ନେପାଳ-ଭାରତ ଅନ୍ତର୍ଜାତୀୟ ସୀମା ଦେଇ ଉତ୍ତର ପ୍ରଦେଶରେ ପ୍ରବେଶ ଉଦ୍ୟମ କରୁଥିଲେ । ପରେ ଏମାନେ କୌଣସି ଆକ୍ରମଣକୁ ରୂପ ଦେଇଥାନ୍ତେ । ଏହି ଯୋଜନାରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ସେମାନଙ୍କୁ ସହଯୋଗ କରୁଥିଲା । ଏମାନଙ୍କୁ ପ୍ରାଥମିକ ଜେରା ପରେ ଗିରଫ କରାଯାଇଛି । ଅଧିକ ଜେରା କରାଯିବା ପରେ କୋର୍ଟରେ ହାଜର କରାଯିବ । ଏମାନେ କେଉଁ ପ୍ରକାର ଆକ୍ରମଣ ଯୋଜନାରେ ଥିଲେ, ତାହା ପରବର୍ତ୍ତୀ ସମୟରେ ଜଣାପଡିବା ନେଇ ଏଟିଏସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.