ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ; ମିଡ଼ିଆ ସେଣ୍ଟରରୁ ଦେଖନ୍ତୁ LIVE - CEO Nikunja Bihari Dhal press meet

By ETV Bharat Odisha Team

Published : May 18, 2024, 11:03 AM IST

Updated : May 18, 2024, 11:38 AM IST

thumbnail

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଅର୍ଥାତ ଆଉ ୨ ଦିନ ପରେ ଅନୁଷ୍ଠିତ ହେବ ଦେଶର ପଞ୍ଚମ ତଥା ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ । ଆଜି (ଶନିବାର) ସନ୍ଧ୍ୟାରୁ ଥମିବ ପ୍ରଚାର  । ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ରରେ ହେବ ମତଦାନ । ଏହି ୫ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରର ମତଦାତା ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗତକାଲି (ଶୁକ୍ରବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସେମାନଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ, ମିଡ଼ିଆ ସେଣ୍ଟରରୁ ଦେଖନ୍ତୁ ଲାଇଭ..ଇଟିଭି ଭାରତ, ଭୁବନେଶ୍ୱର

Last Updated : May 18, 2024, 11:38 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.