ETV Bharat / politics

ଆମେଠୀରୁ ଏଥର ରାହୁଲଙ୍କ ପରିବର୍ତ୍ତେ ଭିଣୋଇ ରବର୍ଟ ଭଦ୍ରା ! - Robert Vadra Hints Contesting Polls

author img

By ETV Bharat Odisha Team

Published : Apr 4, 2024, 8:59 PM IST

Robert Vadra Hints At Contesting Lok Sabha Polls: ଆମେଠୀରୁ ଲଢିବେ ଗାନ୍ଧୀ ପରିବାର ଜ୍ବାଇଁ ରବର୍ଟ ଭଦ୍ରା । ଚର୍ଚ୍ଚା ବଢାଇଲା ଭଦ୍ରାଙ୍କ ଗଣମାଧ୍ୟମ ପ୍ରତିକ୍ରିୟା । ଅଧିକ ପଢନ୍ତୁ

ଆମେଠୀରୁ ଲଢିବେ ରବର୍ଟ ଭଦ୍ରା !
ଆମେଠୀରୁ ଲଢିବେ ରବର୍ଟ ଭଦ୍ରା !

ନୂଆଦିଲ୍ଲୀ: କଂଗ୍ରେସର ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଠୀରୁ ରାହୁଲ ଗାନ୍ଧୀ ନିଜ ରାଜନୈତିକ କ୍ୟାରିୟର ଆରମ୍ଭରୁ ନିର୍ବାଚନ ଲଢି ଆସୁଥିଲେ । ହେଲେ ଚଳିତଥର ରାହୁଲ ଗାନ୍ଧୀ ଗତଥର ପରି କେରଳର ଓ୍ବାଇନାଡ ଆସନରୁ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ଏବେ ଅନ୍ୟ ଏକ ପ୍ରାର୍ଥିତ୍ବ ସମ୍ଭାବନା ଏହି ଆସନକୁ ନେଇ ଚର୍ଚ୍ଚା ବଢାଇଲାଣି । ଏହି ଆସନରୁ ରାହୁଲଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ନିର୍ବାଚନ ଲଢିପାରନ୍ତି । ତେବେ ଏହି ଚର୍ଚ୍ଚା ଆଜି ରବର୍ଟଙ୍କ ପ୍ରତିକ୍ରିୟାରୁ ସାମ୍ନାକୁ ଆସିଛି । ରବର୍ଟ କହିଛନ୍ତି, ଆମେଠୀର ଲୋକେ ଚାହାନ୍ତି, କେହି ଜଣେ ଗାନ୍ଧୀ ପରିବାର ସଦସ୍ୟ ସେଠାରୁ ନିର୍ବାଚନ ଲଢନ୍ତୁ । ସେମାନେ ଏସମ୍ପର୍କରେ ତାଙ୍କୁ ନେଇ ମଧ୍ୟ ଆଶାବାଦୀ ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’ ରେ ପ୍ରତିକ୍ରିୟା ରଖି ଭଦ୍ରା କହିଛନ୍ତି, ‘‘ସ୍ମୃତି ଇରାନୀଙ୍କୁ ବିଜୟୀ କରିବା ପରେ ଆମେଠୀବାସୀ ଏବେ ସମାନଙ୍କ ମତ ପାଇଁ ଚିନ୍ତିତ । ଗତଥର ସେମାନେ ଏବେ ଭୁଲ କରିଛନ୍ତି ବୋଲି ଚିନ୍ତା କରିବା ଆରମ୍ଭ କଲେଣି । କଂଗ୍ରେସ ଆମେଠୀ, ରାଏ-ବରେଲୀ, ସୁଲତାନପୁରରେ ବେଶ କିଛି କାମ କରିଥିଲା । ମାତ୍ର ବର୍ତ୍ତମାନର ସ୍ଥାନୀୟ ସାଂସଦ ସ୍ମୃତି ଇରାନୀ କେବଳ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବା ଛଡା ଅନ୍ୟ କିଛି କରୁନାହାନ୍ତି । ଏବେ ଆମେଠୀବାସୀ ଚାହାନ୍ତି ଗାନ୍ଧୀ ପରିବାରର କେହି ଜଣେ ଏହି ଆସନରୁ ନିର୍ବାଚନ ଲଢନ୍ତୁ । ସେମାନେ ଚାହାନ୍ତି, ମୁଁ ଯଦି ନିର୍ବାଚନରେ ପ୍ରବେଶ କରେ, ତେବେ ଆମେଠୀରୁ ହିଁ ପ୍ରଥମ ନିର୍ବାଚନ ଲଢିବା ସଠିକ ନିଷ୍ପତ୍ତି ହେବ ।’’

ଏହା ମଧ୍ୟ ପଢନ୍ତୁ :- ଆରବ ସାଗରରୁ ଗିରଫ 9 ଜଳଦସ୍ୟୁଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କଲା ନୌସେନା - Indian Navy

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଆସନ ଆମେଠୀ ଓ ରାୟ-ବରେଲୀରେ ଗାନ୍ଧୀ ପରିବାରର ଦବଦବା ରହିଥିଲା । ମାତ୍ର 2019 ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ନିଜର ଏହି ପାରମ୍ପରିକ ଆସନରୁ ପରାଜିତ ହୋଇଥିଲେ । ଏହି ଆସନରେ ଏବେ ବିଜେପି ନେତ୍ରୀ ସ୍ମୃତି ଇରାନୀ ସାଂସଦ ରହିଛନ୍ତି । ତେବେ ଚଳିତଥର ରାହୁଲ କେରଳର ଓ୍ବାଇନାଡରୁ ନାମାଙ୍କନ ଭରି ସାରିଥିବା ବେଳେ ଆମେଠୀର ପ୍ରାର୍ଥିତ୍ବ ନେଇ କୌଣସି ସୂଚନା ମିଳୁନି । ମା’ ସୋନିଆ ରାଜ୍ୟସଭା ଯିବା ପରେ ତାଙ୍କ ପାରମ୍ପରିକ ଆସନ ରାୟ-ବରେଲୀରୁ ଝିଅ ପ୍ରିୟଙ୍କା ନିର୍ବାଚନୀ ଡେବ୍ୟୁ କରିପାରନ୍ତି ବଲି ଚର୍ଚ୍ଚା ହେଉଥିଲା । ଏହିକ୍ରମରେ ଏବେ ଆମେଠୀରୁ ମଧ୍ଯ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.