ETV Bharat / bharat

ଆରବ ସାଗରରୁ ଗିରଫ 9 ଜଳଦସ୍ୟୁଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କଲା ନୌସେନା - Indian Navy

author img

By ETV Bharat Odisha Team

Published : Apr 4, 2024, 8:08 PM IST

Indian Navy hands over nine pirates to Mumbai Police: ମୁମ୍ବାଇ ପୋଲିସକୁ ହସ୍ତାନ୍ତର ହେଲେ ଆରବ ସାଗରରୁ ଗିରଫ 9 ଜଳଦସ୍ୟୁ । ଗିରଫ କରିଥିଲା ନୌସେନା । ଅଧିକ ପଢନ୍ତୁ

ଆରବ ସାଗରରୁ ଗିରଫ 9 ଜଳଦସ୍ୟୁଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କଲା ନୌସେନା
ଆରବ ସାଗରରୁ ଗିରଫ 9 ଜଳଦସ୍ୟୁଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କଲା ନୌସେନା

ମୁମ୍ବାଇ: ଆକ୍ରମଣ କରି ଜାହାଜ ଅପହରଣ ଉଦ୍ୟମ ବେଳେ ଆରବ ସାଗରରୁ ଗିରଫ ହୋଇଥିବା 9ଜଣ ସୋମାଲିଆ ଜଳଦସ୍ୟଙ୍କୁ ଆଜି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି ଭାରତୀୟ ନୌସେନା । ମାର୍ଚ୍ଚ 29 ତାରିଖରେ ଆରବ ସାଗରରେ ସୋମାଲିଆ ଉପକୂଳରେ ଜାହାଜ ଅପହରଣ ଓ ଆକ୍ରମଣ ଉଦ୍ୟମ ହୋଇଥିବା ଖବର ମିଳିବା ପରେ ଭାରତୀୟ ନୌସେନାର ଦୁଇ ଯୁଦ୍ଧ ଜାହାଜ ‘ଆଇଏନଏସ ତ୍ରିଶୂଳ’ ଓ ‘ଆଇଏନଏଏସ ସୁମେଧା’ ଅପରେସନ ଆରମ୍ଭ କରିବା ସହ ଘଟଣାସ୍ଥଳକୁ ଯାତ୍ରା କରିଥିଲେ । ଆକ୍ରମଣ ଓ ଅପହରଣର ଶିକାର ହୋଇଥିବା ମାଖଧରା ଜାହାଜରେ 23 ଜଣ ପାକିସ୍ତାନୀ ନାଗରିକ ଥିଲେ । ସେମାନଙ୍କୁ ଉଦ୍ଧାର କରିବା ସହ ଭାରତୀୟ ନୌସେନା 9ଜଣ ସୋମାଲିଆ ଜଳଦସ୍ୟୁଙ୍କୁ ଗିରଫ ମଧ୍ୟ କରିଥିଲା ।

ଆଜି ଏ ସମସ୍ତ ଜଳଦସ୍ୟୁଙ୍କୁ ମୁମ୍ବାଇ ସ୍ଥିତ ପଶ୍ଚିମ ନାଭାଲ କମାଣ୍ଡକୁ ଅଣାଯିବା ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଭାରତୀୟ ନ୍ୟାୟିକ ପ୍ରକ୍ରିୟା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ‘ଆଇଏନଏସ କୋଲକାତା’ରେ ମଧ୍ୟ କିଛି ଜଳଦସ୍ୟଙ୍କୁ ଗିରଫ କରାଯାଇ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିସାରିଛି ନୌସେନା । ଆଜି ଭାରତୀୟ ନୌସେନାର ଏହି ଫ୍ରିଗ୍ରେଟ ଶ୍ରେଣୀର ଯୁଦ୍ଧ ଜାହାଜ ‘ଆଇଏନଏସ ତ୍ରିଶୂଳ’ ମୁମ୍ବାଇର ନାଭାଲ ଡକରେ ପହଞ୍ଚିବା ପରେ ମୁମ୍ବାଇ ପୋଲିସ ଟିମ ଏହି ଦସ୍ୟୁମାନଙ୍କୁ ନୌସେନା ଠାରୁ କଷ୍ଟଡିକୁ ନେଇଛି । ସମସ୍ତଙ୍କୁ ପ୍ରାଥମିକ ଜେରା ପରେ କୋର୍ଟରେ ହାଜର କରାଯିବ । ଭାରତୀୟ ନ୍ୟାୟିକ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ - Agni Missile

ଇସ୍ରାଏଲ- ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ନିକଟରେ ଆରବ ସାଗର ଓ ଆବର ଖାଡିରେ ଏକାଧିକ ଜାହାଜ ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ଇରାନ ସମର୍ଥିତ ୟେମେନର ଆତଙ୍କବାଦୀ ଗୋଷ୍ଠୀ ‘ହୁତି’ ସଂଗଠନ ଏକାଧିକ ଆକ୍ରମଣ କରିଛି । ଅନ୍ଯପଟେ ସୋମାଲିଆ ଉପକୂଳରେ ମଧ୍ୟ ଜଳଦସ୍ୟୁମାନେ ଏକାଧିକ ଜାହାଜକୁ ଆକ୍ରମଣ କରି ଅପହରଣ କରିବାକୁ ଉଦ୍ୟମ କରିଛନ୍ତି । ଭାରତୀୟ ନୌସେନା ଏହି କ୍ଷେତ୍ରରେ ନୌବାଣିଜ୍ୟର ସୁରକ୍ଷା ପାଇଁ ଏକାଧିକ ଯୁଦ୍ଧପୋତ ନିୟୋଜିତ କରିଛି । ‘ଆଇଏନଏସ ସୁମେଧା’, ‘ଆଇଏନଏସ କୋଲକାତା’ ଓ ‘ଆଇଏନଏସ’ ତ୍ରିଶୂଳ ପରି ଯୁଦ୍ଧପୋତ ଆରବ ସାଗରର ଗଭୀର ଜଳରାଶିରେ କଡା ନଜର ରଖିଛନ୍ତି । କୌଣସି ବିଦେଶୀ ଜାହାଜ ଠାରୁ ଜରୁରୀ ସହୟତା ନିବେଦନ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.