ETV Bharat / bharat

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ଚାର୍ଜସିଟରେ AAP ଓ କେଜ୍ରିଓ୍ବାଲଙ୍କୁ ଅଭିଯୁକ୍ତ ଦର୍ଶାଇଲା ଇଡି - Excise Policy Case

author img

By ETV Bharat Odisha Team

Published : May 18, 2024, 9:18 AM IST

Excise Policy Case: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କୋର୍ଟରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି ଇଡି । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଚାର୍ଜସିଟରେ କୌଣସି ରାଜନୈତିକ ଦଳକୁ ଅଭିଯୁକ୍ତ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Excise Policy Case
Excise Policy Case (ETV BHARAT ODISHA)

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ । ଚାର୍ଜସିଟରେ ଆମ ଆଦମି ପାର୍ଟି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅଭିଯୁକ୍ତ ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳକୁ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଛି ଇଡି । ନଭେମ୍ବର 2022 ପର ଠାରୁ ଏକ୍ସାଇଜ୍ ମାମଲାରେ PMLA ଅଧୀନରେ ଇଡି ଦ୍ବାରା ଦାଖଲ ହୋଇଥିବା ଏହି ଚାର୍ଜସିଟ୍ ଅଷ୍ଟମ ଅଟେ । ଗତ ମେ 10 ତାରିଖରେ କୋର୍ଟରେ ସପ୍ତମ ଚାର୍ଜସିଟ ଦାଖଲ କରିଥିଲା ଇଡି । ଯେଉଁଥିରେ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତା ଓ ଅନ୍ୟ ଚାରି ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲା ଇଡି ।

ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କୁ ବେଲ୍‌; ସୋରେନଙ୍କୁ ମିଳିଲାନି ଆଶ୍ବସ୍ତି, ପଢନ୍ତୁ 2 ମୁଖ୍ୟମନ୍ତ୍ରୀଙ୍କ ଜାମିନ କାହାଣୀ - SC BAIL TO KEJRIWAL NOT SOREN

ମାର୍ଚ୍ଚ 21 ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହାପରେ ଜେଲରେ ବନ୍ଦୀ ଜୀବନ କାଟୁଥିବା ବେଳେ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନକୁ ବାରମ୍ବାର ଖାରଜ କରାଯାଉଥିଲା । ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହେବା ପରେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶେଷରେ ମୋ 10 ତାରିଖରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ବର୍ତ୍ତମାନ ସେ 23 ଦିନ ପାଇଁ ଜାମିନରେ ଜେଲ ବାହାରକୁ ଆସିଛନ୍ତି । ଜୁନ 2 ତାରିଖରେ କେଜ୍ରିୱାଲ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-‘ବିଜେପି କ୍ଷମତାକୁ ଆସିଲେ ସମ୍ବିଧାନ ପରିବର୍ତ୍ତନ ସହ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଦେବ’ - Kejriwal targets BJP

ଗତକାଲି କେଜ୍ରିଓ୍ବାଲ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ମିଳିତ ପ୍ରେସମିଟ କରି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ । ବିଜେପି ସବୁବେଳେ ସଂରକ୍ଷଣ ବ୍ୟବସ୍ଥାର ବିରୋଧୀ କେଜ୍ରିଓ୍ବାଲ କହିବା ସହ ଏଥର ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବେ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.