ETV Bharat / bharat

ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ନେଇ SBI ବିରୋଧରେ ADRର ପିଟିସନ୍

author img

By ETV Bharat Odisha Team

Published : Mar 7, 2024, 1:10 PM IST

Electoral Bond Case in Supreme Court: SBI ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କଲା ଏଡିଆର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ପିଟିସନରେ ଉଲ୍ଲେଖ । ଅଧିକ ପଢନ୍ତୁ

Electoral Bond Case
Electoral Bond Case

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ଯୋଜନାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଷ୍ଟେଟବ୍ୟାଙ୍କକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେତେ ସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି ସେ ସମ୍ପର୍କରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିୟମ ଅବମାନନା କରିଥିବା ଦର୍ଶାଇ SBI ବିରୋଧରେ କୋର୍ଟରେ ଏକ ପିଟିସନ ଦାୟର କରିଛି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR) । ଆଡଭୋକେଟ ପ୍ରଶାନ୍ତ ଭୂଷଣ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI)ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ନିକଟରେ ADRର ଏହି ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନୀ ବଣ୍ଡ ମାମଲା: ତଥ୍ୟ ଦାଖଲ ପାଇଁ ଜୁନ 30 ପର୍ଯ୍ୟନ୍ତ ମହଲତ ମାଗିଲା ଷ୍ଟେଟବ୍ୟାଙ୍କ

ପ୍ରଶାନ୍ତ ଭୂଷଣ କହିଛନ୍ତି, ଏସବିଆଇ ନିର୍ବାଚନୀ ବଣ୍ଡ ସମ୍ବନ୍ଦୀୟ ତଥ୍ୟ ଦେବାକୁ ଜୁନ ୩୦ ଯାଏଁ ସମୟ ମାଗିଛି । ଗତ 4 ତାରିଖରେ ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଏନେଇ ଆବେଦନ କରିଥିଲା । ଯାହା ଉପରେ ଆସନ୍ତା ସୋମବାର ନିଷ୍ପତ୍ତି ହୋଇପାରେ । ଆମେ ଅନୁରୋଧ କରୁଛୁ ଯେ ଆମର ଆବେଦନ ମଧ୍ୟ ଏହା ସହିତ ତାଲିକାଭୁକ୍ତ ହେବ। ଏହି ଆବେଦନକୁ ଯାଞ୍ଚ କରିବାକୁ ବେଞ୍ଚ ରାଜି ହୋଇଛି । ବେଞ୍ଚ ଏନଜିଓର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟଙ୍କୁ ଏକ ଇମେଲ ପଠାଇବାକୁ କହିଥିଲେ । ଆସନ୍ତା ମାର୍ଚ୍ଚ 11 ରେ ଏହାର ଶୁଣାଣି ହେବ ବୋଲି ଆଶ୍ବସନା ଦେଇଥିଲେ । ''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନୀ ବଣ୍ଡ ଉପରେ ଲାଗିଲା କଟକଣା, ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ନିର୍ବାଚନୀ ବଣ୍ଡ ମାମଲାରେ ଫେବୃଆରୀ 15 ତାରିଖରେ ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାର କାର୍ଯ୍ୟକାରିତା ଅସାମ୍ବିଧାନିକ ଓ ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କହିଥିଲେ କୋର୍ଟ । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବାକୁ କୋର୍ଟ କହିବା ସହ ବିଗତତ ବର୍ଷଗୁଡିକରେ ହୋଇଥିବା କାରବାର ସମ୍ପର୍କରେ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଏସବିଆଇ ବ୍ୟାଙ୍କକୁ କହିଥିଲେ । ମାର୍ଚ୍ଚ 6 ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିଲେ । ହେଲେ ଏହି ଅବଧିକୁ ଜୁନ 30କୁ ବୃଦ୍ଧି କରିବା ପାଇଁ ଗତ 4 ତାରିଖରେ ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଆବେଦନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.