ETV Bharat / bharat

ନିର୍ବାଚନୀ ବଣ୍ଡ ମାମଲା: ତଥ୍ୟ ଦାଖଲ ପାଇଁ ଜୁନ 30 ପର୍ଯ୍ୟନ୍ତ ମହଲତ ମାଗିଲା ଷ୍ଟେଟବ୍ୟାଙ୍କ

author img

By ETV Bharat Odisha Team

Published : Mar 4, 2024, 10:08 PM IST

Electoral Bonds Information: ତଥ୍ୟ ଦାଖଲ ସମୟ ଜୁନ 30 ପର୍ଯ୍ୟନ୍ତ ବଦ୍ଧି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଷ୍ଟେଟବ୍ୟାଙ୍କର ଅନୁରୋଧ । ମାର୍ଚ୍ଚ 6 ତାରିଖ ସୁଦ୍ଧା ତଥ୍ୟ ଦେବାକୁ ଥିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନିର୍ବାଚନୀ ବଣ୍ଡ ମାମଲା, ତଥ୍ୟ ଦାଖଲ ସମୟ ଜୁନ 30 ପର୍ଯ୍ୟନ୍ତ ବଦ୍ଧି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଷ୍ଟେଟବ୍ୟାଙ୍କ ଅନୁରୋଧ
ନିର୍ବାଚନୀ ବଣ୍ଡ ମାମଲା, ତଥ୍ୟ ଦାଖଲ ସମୟ ଜୁନ 30 ପର୍ଯ୍ୟନ୍ତ ବଦ୍ଧି ପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ଷ୍ଟେଟବ୍ୟାଙ୍କ ଅନୁରୋଧ

ନୂଆଦିଲ୍ଲୀ: ନିକଟରେ ନିର୍ବାଚନୀ ବଣ୍ଡ ଯୋଜନାକୁ ସର୍ବୋଚ୍ଚ କୋର୍ଟ ଅବୈଧ ଘୋଷଣା କରିଥିଲେ । ଏହା ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କହିବା ସହ କୋର୍ଟ ଏହାର କାର୍ଯ୍ୟକାରିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ । ଏହାସହ ଏହି ଯୋଜନା ଅଧୀନରେ କେତେସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି, ସେ ସମ୍ପର୍କରେ ତଥ୍ୟ ରଖିବା ପାଇଁ କୋର୍ଟ ଭାରତୀୟ ଟେଷ୍ଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟଙ୍କୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ । ପୂର୍ବ ଶୁଣାଣିରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିଲେ । ହେଲେ ଏହି ଅବଧିକୁ ଫେବୃଆରୀ 15 ତାରିଖ ପରିବର୍ତ୍ତେ ଜୁନ 30କୁ ବୃଦ୍ଧି କରିବା ପାଇଁ ଆଜି ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଆବେଦନ କରିଛି । ତେବେ କେବଳ ଟେଷ୍ଟବ୍ୟାଙ୍କ ହିଁ ଏହି ନିର୍ବାଚନୀ ବଣ୍ଡ ବିକ୍ରି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକମାତ୍ର ଅଧିକୃତ ବ୍ୟାଙ୍କ ଥିଲା ।

ଏହି ଆବେଦନରେ ଏସବିଆଇ କହିଛି, 2019 ଏପ୍ରିଲ 12 ତାରିଖରୁ 2024 ଫେବୃଆରୀ 15 ତାରିଖ ମଧ୍ୟରେ ବିଭିନ୍ନ ଦଳକୁ ଡୋନେସନ ଦେବା ପାଇଁ 22,217 ନିର୍ବାଚନୀ ବଣ୍ଡ ଜାରି କରାଯାଇଛି । ଏହି ବଣ୍ଡଗୁଡିକ ମୁମ୍ବାଇର ମୁଖ୍ୟଶାଖାରେ, ଦେଶବ୍ୟାପୀ ପ୍ରାଧିକୃତ ଶାଖାଗୁଡିକ ଦ୍ୱାରା ମୁଦା ଲଫାପା ମାଧ୍ୟମରେ ଜମା କରାଯାଇଥିଲା । ଦୁଇଟି ଭିନ୍ନ ପ୍ରକାରର ସୂଚନା ଥିବାରୁ ମୋଟ 44,434 ସୂଚନା ସେଟକୁ ଡିକୋଡ ମାଧ୍ୟମରେ ସଂକଳନ ଓ ତର୍ଜମା କରିବାକୁ ପଡିବ । ତେଣୁ ଏହି ପ୍ରକ୍ରିୟା ପାଇଁ ଅଧିକ ସମୟ ଆବଶ୍ୟକ । ଏଥିପାଇଁ ପୂର୍ବରୁ ମିଳିଥିବା ସମୟକୁ ଜୁନ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।

ଏଠାରେ ସୂଚନାଯୋଗ୍ୟ, ଗତମାସ 15 ତାରିଖରେ ଏହି ମାମଲାର ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର କାର୍ଯ୍ୟକାରିତା ସିଧା ଅସାମ୍ବିଧାନିକ ବୋଲି କହିଥିଲେ । ରାଜନୈତିକ ଦଳଗୁଡିକୁ କେଉଁଠୁ ଅର୍ଥ ମିଳୁଛି, ତାହା ଜାଣିବା ସାଧାରଣ ନାଗରିକଙ୍କ ଅଧିକାର । ନିର୍ବାଚନୀ ବଣ୍ଡ ଯୋଜନା ସୂଚନା ଅଧିକାର ଅଧିନିୟମର ଧାରା ଧାରା 19 (1) (A)କୁ ସ୍ପଷ୍ଟ ଉଲ୍ଲଂଘନ କରୁଛି । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ଉଚିତ । ଗତ ବର୍ଷଗୁଡିକରେ ହୋଇଥିବା କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭାରୁ ଇସ୍ତଫା ଦେଲେ ଜେପି ନଡ୍ଡା, 2ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ଆସିବ ନାମ !

ଏହାର କିଛି ଦିନ ମଧ୍ୟରେ ଅନୌପଚାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ଷ 2016 ରୁ 2022 ମଧ୍ୟରେ ମୋଟ 28 ହଜାର 30ଟି ବଣ୍ଡ ବିଭିନ୍ନ ଜମାକାରୀ କ୍ରୟ କରିଛନ୍ତି । ଏହା ମାଧ୍ୟମରେ ମୋଟ 16 ହଜାର 437 କୋଟି ଟଙ୍କା ବିଭିନ୍ନ ରାଜନୈତିକ ଦଳକୁ ଦାନ କରାଯାଇଛି । ଏହିକ୍ରମରେ ସର୍ବାଧିକ ଦାନ ସଂଗ୍ରହ କରିଥିବା ପାର୍ଟି ଭାବେ ଶାସକ ଦଳ ‘ଭାରତୀୟ ଜନତା’ ପାର୍ଟି ସାମ୍ନାକୁ ଆସିଥିଲା । ଏହା ପଛକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହିଛି । ହେଲେ ବିଜେପି 10 ହଜାର କୋଟି ସଂଗ୍ରହ କରିଛି । ଯାହାକି ମୋଟ ଦାନର ପ୍ରାୟ 60 ପ୍ରତିଶତରୁ ଅଧିକ । ଏପର୍ଯ୍ୟନ୍ତ ଷ୍ଟେଟବ୍ୟାଙ୍କ କିମ୍ବା ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ତଥ୍ୟ ସାର୍ବଜନୀନ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.