ETV Bharat / bharat

ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ହୋଇଥିଲେ ଉତ୍ତୀର୍ଣ୍ଣ, ନଦୀପଠାରୁ ମିଳିଲା ମୃତଦେହ - STUDENT CLEARED UPSC DIED

author img

By ETV Bharat Odisha Team

Published : Apr 18, 2024, 9:25 AM IST

ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ହୋଇଥିଲେ ଉତ୍ତୀର୍ଣ୍ଣ, ନଦୀପଠାରୁ ମିଳିଲା ମୃତଦେହ
ପ୍ରଥମ ପ୍ରୟାସରେ UPSC ପରୀକ୍ଷାରେ ହୋଇଥିଲେ ଉତ୍ତୀର୍ଣ୍ଣ, ନଦୀପଠାରୁ ମିଳିଲା ମୃତଦେହ

Dead body of student who cleared UPSC in first attempt found: UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଙ୍କ ମୃତଦେହ ନଦୀପଠାରୁ ଉଦ୍ଧାର । ସର୍ବଭାରତୀୟ ସ୍ତରରେ ରଖିଥିଲେ 710ତମ ସ୍ଥାନ । କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ମଙ୍ଗଳବାର ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଚର୍ଚ୍ଚା ଏବେ ସାରା ଦେଶରେ ଜାରି ରହିଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମଥୁରାରେ ଯମୁନା ନଦୀପଠାରୁ ସନ୍ଦେହଜନକ ଅବସ୍ଥାରେ ଜଣେ ୟୁପିଏସସି କୃତକାଯ୍ୟ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତକ ଜଣକ 27ବର୍ଷୀୟ ସତ୍ୟବୀର ସିଂ ଓରଫ ସତ୍ୟମ । ସେ ଦୁଇଦିନ ପୂର୍ବରୁ(ମଙ୍ଗଳବାର) ପ୍ରକାଶ ପାଇଥିବା ସିଭିଲ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ 710ତମ ସ୍ଥାନ ହାସଲ କରିଥିଲେ । ଆଜି ତାଙ୍କ ମୃତଦେହ ନଦୀପଠାରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଏହା ହତ୍ୟା, ଆତ୍ମହତ୍ୟା ନା ଅନ୍ୟ କୌଣସି ଅଘଟଣ,ତାହା ସଷ୍ଟ ହୋଇନଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ପୁଅ ସିଭିଲ ସେବାରେ ସଫଳତା ପାଇବା ଖବର ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଦେଖାଯାଇଥିବା ଖୁସି ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଖଃରେ ବଦଳି ଯାଇଛି ।

ତେବେ ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାର, ମୃତ ସତ୍ୟମ ମଥୁରା ଜିଲ୍ଲାର ମୋଗରାହ ଥାନା କ୍ଷେତ୍ର ଅଧୀନ ଶାହପୁର ଅଞ୍ଚଳର ନିହାଲ ସିଂଙ୍କ ପୁଅ । ସତ୍ୟମ କୋତବାଲୀ ଥାନା କ୍ଷେତ୍ର ଅଧୀନରେ ଏକ କଲେଜରେ ପାଠ ପଢୁଥିଲେ । ସେ ଦୀର୍ଘବର୍ଷ ହେବ ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । କିଛି ମାସ ତଳେ ସେ କୋଚିଂ ପାଇଁ ଦିଲ୍ଲୀ ଯାଇଥିଲେ । ଚଳିତଥର ସେ ସର୍ବଭାରତୀୟ ସ୍ତରେ 710 ରାଙ୍କ ସହ ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ହେଲେ ଗତକାଲି ତାଙ୍କର ମୃତଦେହ ନଦୀପଠାରୁ ଉଦ୍ଧାର ହୋଇଛି । ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଜଣେ ଆଶାୟୀଙ୍କ ମୃତଦେହ ଉଦ୍ଧାର ହେବା ଅନେକ ସନ୍ଦେହକୁ ଜନ୍ମ ଦେଇଛି ।

ଏହା ମଧ୍ୟ ପଢନ୍ତୁ :-ନିର୍ବାଚନ ପୂର୍ବରୁ କାଶ୍ମୀରରେ ଟାର୍ଗେଟ କିଲିଂ, ବିହାର ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ - WORKER SHOT DEAD IN ANANTNAG

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ । ସମସ୍ତ ଦିଗରୁ ତଦନ୍ତ କରାଯାଉଛି ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.