ETV Bharat / bharat

ସ୍ୱାମୀ ସହ ଝଗଡ଼ା ହେବାରୁ 3 ପିଲାଙ୍କୁ ଧରି ନଦୀକୁ ଡେଇଁପଡିଲା ମାଆ

author img

By ETV Bharat Odisha Team

Published : Feb 13, 2024, 1:08 PM IST

mother jumped Yamuna with children
mother jumped Yamuna with children

Mother jumps into river with children: ଉତ୍ତରପ୍ରଦେଶ ମଥୁରାର ପଞ୍ଜାବୀ ଫେଜ କଲୋନୀରେ 3 ପିଲାଙ୍କୁ ଧରି ନଦୀକୁ ଡେଇଁଲେ ମହିଳା । ନଦୀରୁ ପିଲାମାନଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି । ବାପାମାଆଙ୍କ ଝଗଡାରେ ବଳି ପଡିଲା ୩ ପିଲାଙ୍କ ଜୀବନ । ସ୍ୱାମୀ ସହ ଝଗଡ଼ା ହେବାରୁ ପିଲାମାନଙ୍କୁ ଧରି ନଦୀକୁ ଡେଇଁପଡିଲେ ମହିଳା । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମଥୁରାର ପଞ୍ଜାବୀ ଫେଜ କଲୋନୀରୁ ।

ସୂଚନା ମୁତାବକ, ଗତ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗି ରହିଥିଲା । ଏନେଇ ମହିଳା ଜଣଙ୍କ ଗତକାଲି(ସୋମବାର) ଉତ୍ତ୍ୟକ୍ତ ହୋଇ ତାଙ୍କର ତିନି ପିଲାଙ୍କୁ ଧରି ନଦୀକୁ ଡେଇଁ ପଡିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ପରିଶ୍ରମ ପରେ ମହିଳାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ନିରୀହ ପିଲାମାନଙ୍କ ଜୀବନ ବଞ୍ଚି ପାରିନଥିଲା । ମାଆ ଜୀବନ ବଞ୍ଚି ଯାଇଥିବା ବେଳେ ନଦୀର 3 ପିଲାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଏନେଇ ଏସପି ସିଟି ଅରବିନ୍ଦ କୁମାର କହିଛନ୍ତି, ସହରର ପଞ୍ଜାବୀ ଫେଜ କଲୋନୀରେ ରହୁଥିବା ପୁନମଙ୍କ ସ୍ବାମୀ ହରିଓମଙ୍କ ସହିତ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଗତକାଲି (ସୋମବାର) ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ପୁନମ ରାତିରେ ହିଁ ତାଙ୍କର ତିନି ଶିଶୁ ଅଶିଂକା(8), ବଂଶିକା(6) ଓ ଚାରୁଙ୍କୁ(3) ନେଇ ଘରୁ ବାହାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ସ୍କୁଲ ନଯିବାରୁ ଗାଳି କଲେ ମାଆ, ରାଗରେ ଜୀବନ ହାରିଦେଲା ଝିଅ

ଏହା ମଧ୍ୟ ପଢନ୍ତୁ - ଅନଲାଇନ ଗେମ ହେଲା କାଳ, ଟଙ୍କା ହରାଇବା ପରେ ଚରମ ନିଷ୍ପତ୍ତି ନେଲେ ଛାତ୍ର

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିଲା । ଏଥିସହ ନଦୀରେ ୩ ଶିଶୁଙ୍କ ମଧ୍ୟ ଖୋଜାଖୋଜି ଆରମ୍ଭ ହୋଇଥିଲା । ଖୋଜାଖୋଜିର କିଛି ସମୟ ପରେ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.